Posted inଫୁରସତ

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ ବିନ୍ୟାସ ସେତେ ଆକର୍ଷକ ହୁଏ। ହେଲେ ନିକଟରେ ଜଣେ କେଶ ନ ଥିବା କନିଆଙ୍କ ଫଟୋ ବେଶ୍‌ ଚର୍ଚ୍ଚାରେ ରହିଛି। କେଶ ନ ଥାଇ ବି ସେ କନିଆ ବେଶରେ ଲାଗୁଥିଲେ ବେଶ୍‌ ସୁନ୍ଦର। ସେହି କନିଆ ଜଣକ ହେଉଛନ୍ତି ତାମିଲନାଡୁର ୨୮ ବର୍ଷୀୟା ବୈଷ୍ଣବୀ ପୁବେନ୍ଦ୍ରନ ପିଲ୍ଲେ। ଯେ କି ଏବେ ରହନ୍ତି ମାଲେସିଆରେ। ହାତରେ ମେହେନ୍ଦୀ, କପାଳରେ ବିନ୍ଦି, ଓଠରେ ଚକୋଲେଟ୍‌ ରଙ୍ଗର ଲିପ୍‌ଷ୍ଟିକ୍‌ ସାଙ୍ଗକୁ ଚକୋଲେଟ୍‌ ରଙ୍ଗର ଶାଢିରେ ସେ ଲାଗୁଥିଲେ ଅତି ସୁନ୍ଦର କନିଆଟିଏ। ହେଲେ ତାଙ୍କ ମୁଣ୍ଡରେ ନ ଥିଲା କେଶ। ସେ ନିଜ ମୁଣ୍ଡକୁ ଘୋଡାଇବାକୁ ବି ଚେଷ୍ଟା କରି ନ ଥିଲେ। କିଛି ଫଟୋରେ ସେ ପତଳାଧଳା ରଙ୍ଗର ଓଢଣି ମୁଣ୍ଡରେ ପକାଇଛନ୍ତି। ହେଲେ ସେଥିରେ ତାଙ୍କ ମୁଣ୍ଡ ସଫା ସଫା ଦେଖାଯାଉଥିଲା। ତଥାପି ଏଇ ଅଭାବ ତାଙ୍କ ସୌନ୍ଦର୍ଯ୍ୟକୁ ମଳିନ କରିପାରି ନ ଥିଲା। ଦୁଇ ଦୁଇ ଥର କ୍ୟାନ୍ସର(ସ୍ତନ କର୍କଟ, ଲିଭର୍‌, ବ୍ୟାକ୍‌ବୋନ୍‌ କ୍ୟାନ୍ସର) ସହ ଲଢିଥିବା ବୈଷ୍ଣବୀ ସାରା ଦୁନିଆ ଆଗରେ କେଶବିହୀନ କନିଆ ହୋଇ ସମସ୍ତଙ୍କ ମନ ଜିଣିପାରିଲେ। କ୍ୟାନ୍ସର ପାଇଁ ଯେ ତାଙ୍କର କେଶ ନଷ୍ଟ ହୋଇଛି ତାହା ନୁହେଁ ତାଙ୍କର ସ୍ତନ ବି ବାହାର କରି ଦିଆଯାଇଛି। ତଥାପି ମନୋବଳ ତାଙ୍କର କମିନି। ସେ କନିଆ ବେଶରେ ଫଟୋ ଶୁଟ୍‌ କରାଇ ଇନ୍‌ଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରିଥିଲେ। ତାଙ୍କ ଫଟୋକୁ ଲୋକେ ବହୁତ ପସନ୍ଦ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିରୁମାଲା ଗର୍ଭଗୃହରେ କାହିଁକି ନାହିଁ ଘଣ୍ଟି, ଜାଣନ୍ତୁ ଏହାର ରହସ୍ୟ…

ତିରୁମାଲାର ବିଶ୍ୱ ପ୍ରସିଦ୍ଧ ଭଗବାନ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ (ବାଲାଜୀ) ମନ୍ଦିର ଏହାର ମହିମା, ଚମତ୍କାର ଏବଂ ଅନନ୍ୟ ପରମ୍ପରା ପାଇଁ ସାରା ବିଶ୍ୱରେ ଜଣାଶୁଣା। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri