Posted inଖେଳ

କେରଳ ବ୍ଲାଷ୍ଟର୍ସ ଛାଡ଼ିଲେ ଝିଙ୍ଗାନ୍‌

କୋଚି, ୨୧ା୫ (ପି.ଟି.)-ଜାତୀୟ ଫୁଟ୍‌ବଲ ଟିମ୍‌ ଡିଫେଣ୍ଡର ସନ୍ଦେଶ ଝିଙ୍ଗାନ ବୁଧବାର କେରଳ ବ୍ଲାଷ୍ଟର୍ସ ଦଳ ଛାଡ଼ିଛନ୍ତି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଏହି ଦଳ ସହିତ ସେ ୬ବର୍ଷ ଧରି ସଂଶ୍ଳିଷ୍ଟ ଥିଲେ। ୨୦୧୫ରେ ପଦାର୍ପଣ କରିବା ପରଠାରୁ ଝିଙ୍ଗାନ ଭାରତ ତରଫରୁ ୩୬ଟି ମ୍ୟାଚ ଖେଳି ସାରିଲେଣି। ଆସନ୍ତା ଆଇଏସ୍‌ଏଲ୍‌ ସିଜନ ପୂର୍ବରୁ କ୍ଲବ ସହିତ ଆପୋସ ବୁଝାମଣାରେ ସେ ଅଲଗା ହୋଇଛନ୍ତି। ୨୦୧୪ରୁ ଝିଙ୍ଗାନ୍‌ ବ୍ଲାଷ୍ଟର୍ସ ଦଳର ଡିଫେନ୍ସ ପୋଜିଶନରେ ଖେଳି ଆସୁଛନ୍ତି। ତାଙ୍କର ପ୍ରଭାବୀ ପ୍ରଦର୍ଶନକୁ ପାଥେୟ କରି ବ୍ଲାଷ୍ଟର୍ସ ଦୁଇଥର ଆଇଏସ୍‌ଏଲ୍‌ (୨୦୧୪ ଓ ୨୦୧୬) ଫାଇନାଲରେ ପ୍ରବେଶ କରି ପାରିଛି। ଚଣ୍ଡିଗଡ଼ରେ ଜନ୍ମିତ ୨୬ ବର୍ଷୀୟ ଝିଙ୍ଗାନ୍‌ ବ୍ଲାଷ୍ଟର୍ସ ଦଳର ସମର୍ଥକଙ୍କ ଜଣେ ଲୋକପ୍ରିୟ ଖେଳାଳି। କ୍ଲବ ତରଫରୁ ସେ ୭୬ ମ୍ୟାଚ୍‌ ଖେଳିଛନ୍ତିି। ଇଞ୍ଜୁରି ଯୋଗୁ କିନ୍ତୁ ସେ ୨୦୧୯-୨୦ ସିଜନରେ ସେ ଖେଳି ପାରି ନ ଥିଲେ। ଆଇଏସଏଲର ୧୦ଟି ଦଳ ମଧ୍ୟରେ ବ୍ଲାଷ୍ଟର୍ସ ୭ମ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ ଆସନ୍ତା ସିଜନ ପାଇଁ କେରଳ ବ୍ଲାଷ୍ଟର୍ସ ମୋହନ ବାଗାନକୁ ଆଇ-ଲିଗ୍‌ ବିଜୟୀ କରିଥିବା କୋଚ୍‌ କିବୁ ଭିକୁନାଙ୍କୁ ନିଯୁକ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri