କେରଳରୁ ଫେରିଲେ ୪୧ ଦାଦନ ଶ୍ରମିକ

ନବରଙ୍ଗପୁର,୨୩।୩(ବି.ପ୍ର.): କରୋନା ଭୟାବହତା ପୂରା ବିଶ୍ୱରେ ବ୍ୟାପିଛି। ବାହାରୁ ଆସୁଥିବା ଦାଦନ ଶ୍ରମିକଙ୍କ ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହା ମଧ୍ୟରେ କେରଳରୁ ୪୧ଜଣ ଦାଦନ ଶ୍ରମିକ ସୋମବାର ନବରଙ୍ଗପୁରସ୍ଥିତ ସେମାନଙ୍କ ଘରକୁ ଫେରିଛନ୍ତି। ସେମାନଙ୍କର ତଥ୍ୟ ସଂଗ୍ରହ କରି ଗାଁକୁ ପଠାଇଛି ପ୍ରଶାସନ। ଅନ୍ୟପକ୍ଷେ ଦାଦନ ଶ୍ରମିକମାନଙ୍କ ନିକଟରେ ସ୍ବାସ୍ଥ୍ୟ ଯାଞ୍ଚ ସମ୍ପର୍କିୀତ କୌଣସି ରିପୋର୍ଟ ନ ଥିବାରୁ ଗାଁରେ ପହଞ୍ଚତ୍ବା ପରେ ଗ୍ରାମବାସୀ ତାଙ୍କୁ ବିରୋଧ କରୁଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନବରଙ୍ଗପୁର ସହର ବସ୍‌ଷ୍ଟାଣ୍ଡରେ ସୋମବାର ଭୋର ୫ଟାରେ ୪୧ଜଣ ଦାଦନ ଶ୍ରମିକ ଆସି ପହଞ୍ଚତ୍ଥିଲେ। ସମସ୍ତେ କେରଳରୁ ବିଶାଖାପାଟଣା ପରେ ନବରଙ୍ଗପୁର ଆସିଥଲେ। ଦାଦନ ଶ୍ରମିକଙ୍କ ଆସିବା ଖବରପାଇ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗାଇପୋଇ ସେଠାରେ ପହଞ୍ଚତ୍ ଦାଦନ ଶ୍ରମିକଙ୍କ ପରିଚୟ ଓ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। ଏଥିସହ ଏକ ଡାକ୍ତରୀ ଟିମ୍‌କୁ ଖବର ମଧ୍ୟ ଦେଇଥିଲେ। ଡାକ୍ତର ସେଠାରେ ପହଞ୍ଚତ୍ ଉକ୍ତ ଶ୍ରମିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। କେରଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ଶ୍ରମିକମାନେ କହିଥିଲେ। କିନ୍ତୁ ତାହାର କୌଣସି ପ୍ରମାଣ ସେମାନଙ୍କ ପାଖରେ ନ ଥିଲା। ଏହାପରେ କରୋନା ସମ୍ପର୍କରେ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା। ୧୪ଦିନ ପର୍ଯ୍ୟନ୍ତ କାହାରି ସହ ମିଳାମିଶା କରିବେ ନାହିଁ, ଥଣ୍ଡା କାଶ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବୁଝାଯାଇଥିଲା। ଏହାପରେ ସେମାନଙ୍କୁ ନିଜ ଗାଁକୁ ପଠାଯାଇଥିବା ସୂଚନା ମିଳିଛି। ଏଣେ ଶ୍ରମିକମାନେ ନିଜ ଗାଁରେ ପହଞ୍ଚତ୍ବା ପରେ ସେମାନଙ୍କ ପାଖରେ ସ୍ବାସ୍ଥ୍ୟ ପରୀକ୍ଷାର କୌଣସି ରିପୋର୍ଟ ନ ଥିବାରୁ ଗ୍ରାମବାସୀ ସେମାନଙ୍କୁ ବିରୋଧ କରିଛନ୍ତି। ଶ୍ରମିକମାନେ ନିଜ ଘରେ ହିଁ ରହୁଥିବା ସୂଚନା ମିଳିଛି। ଏ ନେଇ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପୋଇଙ୍କୁ ପଚାରିବାରୁ ସେ କହିଛନ୍ତି, ଶ୍ରମିକମାନେ କେରଳରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବା କଥା କହିଥିଲେ। ତଥାପି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରା ଯାଇଥିଲା। କିଛିଦିନ ମଧ୍ୟରେ ଥଣ୍ଡା, ଜ୍ୱର ଓ କାଶ ଆଦି ହୋଇ ନ ଥିବା ସେମାନେ କହିଥିଲେ। ସରକାରଙ୍କ କ୍ୱାରାଣ୍ଟାଇନ ସେଣ୍ଟରରେ ରହିବାକୁ କହିବାରୁ ସେମାନେ ଅରାଜି ହୋଇଥିଲେ। ତେଣୁ କାହା ସହ ମିଳାମିଶା ନ କରି ଘରେ ରହିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇ ଛଡାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri