କେରଳରୁ ଫେରିବାକୁ ଦିନ ଗଣୁଛନ୍ତି ୩୦ ଓଡ଼ିଆ

କେନ୍ଦୁଝର,୩ା୫(ସ୍ବ.ପ୍ର.)-କରୋନା ଲକ୍‌ଡାଉନ ଯୋଗୁ କେରଳରେ ଫସିଥିବା ୩୦ ଓଡ଼ିଆ ଶ୍ରମିକ ଜନ୍ମ ସ୍ଥାନକୁ ଫେରିବା ପାଇଁ ଦିନ ଗଣୁଛନ୍ତି। ଏନେଇ ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ କେନ୍ଦୁଝର ଜିଲାପାଳଙ୍କୁ ଜଣାଇଛନ୍ତି। ଘରକୁ ଆସିବାକୁ ସେମାନେ ନାମ ପଞ୍ଜୀକରଣ ମଧ୍ୟ କରିଛନ୍ତି। ବର୍ତ୍ତମାନ ସେଠାରେ ଖାଇବା ଓ ରହିବାରେ ଅସୁବିଧା ହେଉଥିବାରୁ ଉଦ୍ଧାର ଲାଗି ଭିଡିଓ ବାର୍ତ୍ତା ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି।
ସୂଚନା ଅନୁଯାୟୀ, ଲକ୍‌ଡାଉନ ହେବାର କିଛି ମାସ ପୂର୍ବରୁ କେନ୍ଦୁଝର,କଟକ,କେନ୍ଦ୍ରାପଡା ଜିଲାର କେତେକ ଶ୍ରମିକ କାମ କରିବା ପାଇଁ କେରଳ ଯାଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ଜଣ କେରଳର ଏରନାକୁଲମ ଜିଲା ଅନ୍ତର୍ଗତ ମୁଲ୍ଲାବୁର ନିକଟରେ ଥିବା ମାରାଙ୍ଗାଟୁ ପ୍ଲାଏଉଡ କମ୍ପାନୀରେ କାମ କରୁଥିଲେ। ଲକ୍‌ଡାଉନ ଚାଲିଥିବାରୁ କମ୍ପାନୀ ମାଲିକ ଏବେ ସେମାନଙ୍କର ଖାଇବା ପିଇବା ଓ ରହିବା କଥା ବୁଝୁ ନାହାନ୍ତି। ସେମାନଙ୍କୁ ମଜୁରୀ ନ ଦେଇ କମ୍ପାନୀ ମାଲିକ ଗେଟରେ ତାଲା ପକାଇ ଦେଇଥିବା ଉକ୍ତ ଶ୍ରମିକମାନେ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି। କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକର ପିଠାଗୋଳା ପଞ୍ଚାୟତରୁ ୬ ଜଣ, ବଡପଳାଶପାଳ ପଞ୍ଚାୟତର ୮ , ଭଅଁରପୁର ପଞ୍ଚାୟତରୁ ଜଣେ, ସୁନାପେଣ୍ଠ ପଞ୍ଚାୟତର ଜଣେ, ତେଲକୋଇ ବ୍ଲକରୁ ୫, ଘଟଗଁା ବ୍ଲକରୁ ଜଣେ ରହିଥିବା ବେଳେ କଟକ ଜିଲା ନରସିଂହପୁର ବ୍ଲକରୁ ଜଣେ, କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକରୁ ୫ଜଣ ଶ୍ରମିକ ଫସି ରହିଥିବା ଜଣାପଡିଛି। ରାଜ୍ୟ ସରକାର ଏହି ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ବର୍ଗ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦିଗପହଣ୍ଡି-ସାନଖେମୁଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଅଗ୍ରଗତି ସମୀକ୍ଷା

ଦିଗପହଣ୍ଡି, ୩୧।୭(ଅଶେଷ ନାଥ ମିଶ୍ର): ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଶୁକ୍ରବାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri