Posted inଜାତୀୟ

କେମିକାଲ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌: ୧୧ ମୃତ

ବିଶାଖାପାଟଣା/ନୂଆଦିଲ୍ଲୀ,୮।୫(ପି.ଟି.): ବିଶାଖାପାଟଣାର ଏକ କେମିକାଲ୍‌ ପ୍ଲାଣ୍ଟରୁ ଷ୍ଟାଇରିନ୍‌ ଗ୍ୟାସ୍‌ ଲିକ୍‌ ହୋଇ ୧୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏଲ୍‌ଜି ପଲିମର୍‌ ପ୍ଲାଣ୍ଟରୁ ଗ୍ୟାସ୍‌ ଲିକ୍‌ ହୋଇ ଖୁବ୍‌ଶୀଘ୍ର ୫ କିଲୋମିଟର ଅଞ୍ଚଳ ମଧ୍ୟରେ ଥିବା ଗାଁଗୁଡ଼ିକୁ ବ୍ୟାପିଯାଇଥିଲା। ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଅନେକେ ସଂଜ୍ଞାହୀନ ହୋଇଯାଇଥିଲେ। ଗ୍ୟାସ ଜ୍ୱାଳାରୁ ବର୍ତ୍ତିବା ଲାଗି କେତେଜଣ କୂଅକୁ ଡେଇଁପଡ଼ିଥିଲେ।
ଆର୍‌.ଆର୍‌. ଭେଙ୍କଟପୁରମ୍‌ ଗ୍ରାମରେ ଥିବା ଉକ୍ତ ବହୁରାଷ୍ଟ୍ରୀୟ କମ୍ପାନୀ ପ୍ଲାଣ୍ଟରୁ ବୁଧବାର ରାତି ୨ଟା ୩୦ରେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ବହୁସଂଖ୍ୟାରେ ଲୋକ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ଫଳରେ ଏକ ବଡ଼ଧରଣର ଶିଳ୍ପ ବିପର୍ଯ୍ୟୟ ସୃଷ୍ଟି ହେବା ଆଶଙ୍କା ପ୍ରକାଶ ପାଇଥିଲା। ଜଣେ ଶିଶୁ ଓ ଅନ୍ୟ ଦୁଇଜଣ ଗ୍ୟାସ୍‌ରୁ ବର୍ତ୍ତିବା ପାଇଁ ଦୌଡୁଥିବାବେଳେ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ି ପ୍ରାଣ ହରାଇଥିଲେ। ୨୦ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ସେହିପରି ଗୁରୁତର ୨୪୬ ଜଣ ବିଶାଖାପାଟଣାର କିଙ୍ଗ୍‌ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଖପାଖ ଅଞ୍ଚଳରୁ ପ୍ରାୟ ୮୦୦ ଲୋକଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ସହ ଆଲୋଚନା କରିଥିଲେ। ସମସ୍ତଙ୍କ ସୁରକ୍ଷା ଓ ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଥିଲେ। ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଗ୍ୟାସ୍‌ ଟ୍ରାଜେଡି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌କୁ କମାଇଦିଆଯାଇଛି ଓ ସମ୍ପୂର୍ଣ୍ଣ ବନ୍ଦ ହେବା ପର୍ଯ୍ୟନ୍ତ ସେଠାରେ ଏନ୍‌ଡିଆର୍‌ଏଫ୍‌ ଯବାନମାନେ ଉପସ୍ଥିତ ରହିବେ ବୋଲି ଏହାର ମହାନିର୍ଦ୍ଦେଶକ ଏସ୍‌.ଏନ୍‌. ପ୍ରଧାନ କହିଛନ୍ତି।
ଲକ୍‌ଡାଉନ ଯୋଗୁ ଉକ୍ତ ପଲିମର କାରଖାନା ବନ୍ଦ ରହିଥିଲା। ପୁନଃ କାର୍ଯ୍ୟାରମ୍ଭ ଲାଗି ପ୍ରସ୍ତୁତି ଚାଲିଥିବାବେଳେ ଗ୍ୟାସ୍‌ ଲିକ୍‌ ହୋଇଥିଲା। ପ୍ଲାଣ୍ଟର ୩ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ୨୦୦ରୁ ୨୫୦ ପରିବାରକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ୧ କୋଟି ଟଙ୍କା ସହାୟତା ଘୋଷଣା କରିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କିପରି ଗ୍ୟାସ ଲିକ୍‌ ହେଲା ଓ ଏହାକୁ ନିଷ୍କ୍ରିୟ କରିବା ପାଇଁ ପ୍ଲାଣ୍ଟରେ ଥିବା ନ୍ୟୁଟ୍ରାଲାଇଜର କ’ଣ ପାଇଁ କାମ କଲାନି ତାହାର ତଦନ୍ତ ହେବ। ସିନ୍ଥେଟିକ୍‌ ରବର ଓ ରେସିନ୍‌ ପ୍ରସ୍ତୁତିରେ ଷ୍ଟାଇରିନ୍‌ ଗ୍ୟାସ୍‌ ବ୍ୟବହୃତ ହୋଇଥାଏ। ଏହା ବିଷାକ୍ତ ନୁହେଁ। ତେବେ ଶ୍ୱାସକ୍ରିୟାରେ ଅଧିକ ଗ୍ୟାସ୍‌ ଶରୀର ମଧ୍ୟକୁ ଗଲେ ମାରାତ୍ମକ ହୋଇଥାଏ ବୋଲି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡି. ଗୌତମ ସଓ୍ବଙ୍ଗ କହିଛନ୍ତି। ଏହା ମୁଖ୍ୟ ସ୍ନାୟୁ ବ୍ୟବସ୍ଥା ସହିତ ଗଳା, ଚର୍ମ, ଆଖି ଓ ଶରୀରର ଅନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ। ଗ୍ୟାସ୍‌ ପ୍ରଭାବରେ ଆଖି ପୋଡ଼ିବା ସହ ଦେହହାତ କୁଣ୍ଡାଇ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିଥିଲେ ସ୍ଥାନୀୟ ଲୋକେ। ଗ୍ୟାସ ଜ୍ୱାଳାରୁ ରକ୍ଷା ପାଇବା ପାଇଁ କେତେକ ପାଣିରେ ବୁଡ଼ି ରହିଥିଲେ। ଗୋରୁ ଓ ପକ୍ଷୀ ମଧ୍ୟ ଅଚେତ ହୋଇପଡ଼ିଥିଲେ। ଏହି ଘଟଣା ଭୋପାଳ ଗ୍ୟାସ୍‌ ଟ୍ରାଜେଡି ଘଟଣାକୁ ମନେ ପକାଇଦେଇଥିଲା। ୧୯୮୪ ଡିସେମ୍ବର ୨ ତାରିଖ ରାତିରେ ଭୋପାଳସ୍ଥିତ ୟୁନିୟନ କାର୍ବାଇଡ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ହୋଇ ୩୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri