କେନ୍ଦ୍ର ଦ୍ୱିତୀୟ ପାଳି ସରକାରର ୧୦୦ଦିନ ପୂରଣ: ଓଡ଼ିଶା ଆସି ରିପୋର୍ଟ କାର୍ଡ ଦେଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୦।୯(ବ୍ୟୁରୋ): କେନ୍ଦ୍ରରେ ଭାଜପାର ଦ୍ୱିତୀୟ ପାଳି ସରକାରର ୧୦୦ ଦିନ ପୂରଣ ହୋଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଜାହାଜ ଚଳାଚଳ (ସ୍ବାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟା ୧୦୦ ଦିନର ସଫଳତା ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡିଶାକୁ ଗତ ୧୦୦ଦିନ ମଧ୍ୟରେ ଦିଆଯାଇଥିବା ଅନୁଦାନ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଏବଂ ବାତ୍ୟା ପ୍ରଭାବିତ ଅଞ୍ଚଳର ଭିତ୍ତିଭୂମି ସୁଦୃଢ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଅପରପକ୍ଷରେ ବିରୋଧୀ କିନ୍ତୁ ଓଲଟା କେନ୍ଦ୍ର ଉପରେ ବର୍ଷିଛନ୍ତି।
ମନ୍ତ୍ରୀ ମାଣ୍ଡଭିୟା ସରକାରଙ୍କ ୧୦୦ ଦିନର ଦୃଢ଼ ପଦକ୍ଷେପ ଏବଂ ନିଷ୍ପତ୍ତି ସମ୍ବନ୍ଧୀୟ ଉଲ୍ଲେଖ ରହିଥିବା ଏକ ପୁସ୍ତକ ‘ଜନ ସଂଯୋଗ’ର ଉନ୍ମୋଚନ କରିଛନ୍ତି। ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ଓଡ଼ିଶା ପାଇଁ କେନ୍ଦ୍ର ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ”ଫନୀ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାକୁ ସର୍ବାଧିକ ସହାୟତା ସ୍ବରୂପ ୪,୬୭୮.୨୨ କୋଟି ଟଙ୍କାର ମଞ୍ଜୁରି ପ୍ରଦାନ କରାଯାଇଛି। ଫନୀ ଓଡ଼ିଶାକୁ ଛୁଇଁବା ପୂର୍ବରୁ ୩୪୦ କୋଟି ଟଙ୍କାର ଅଗ୍ରୀମ ସହାୟତା ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟା ବିଧ୍ୱସିତ ଅଞ୍ଚଳ ପରିଦର୍ଶନ କରିବା ପରେ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ। ଏହାପରେ ୩୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା।“ କମ୍ପେନ୍‌ସେଟୋରି ଆଫୋରଷ୍ଟେସନ ଫଣ୍ଡ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥୋରିଟି (କାମ୍ପା ଅନୁଦାନ) ଅନ୍ତର୍ଗତ ଓଡ଼ିଶାକୁ ୫୯୩୩.୯୮ କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। କେନ୍ଦ୍ର ବଜେଟ ୨୦୧୯-୨୦ରେ ଓଡ଼ିଶା ପାଇଁ ରେଳବାଇ କ୍ଷେତ୍ରରେ ୫୯୯୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ନଦୀ ଜଳପଥର ବିକାଶ ଲାଗି ମହାନଦୀକୁ ଚିହ୍ନଟ କରାଯାଇଥିବା ବେଳେ ବ୍ରାହ୍ମଣୀ ପାଇଁ ମଧ୍ୟ ଡିପିଆର ପ୍ରସ୍ତୁତ ଚାଲିଛି ବୋଲି ସେ କହିଛନ୍ତି। ଗତ ପାର୍ଲାମେଣ୍ଟ ଅଧିବେଶନରେ ୩୦ଟି ବିଲ୍‌ ପାରିତ ହୋଇଥିବା ବେଳେ ୫୮ଟି ପୁରୁଣା ଆଇନର ବିଲୋପ କରାଯାଇଛି। ସେହିପରି ଦେଶର ପ୍ରତ୍ୟେକ କୃଷକଙ୍କ ବ୍ୟାଙ୍କ ଖାତାରେ ୬ ହଜାର ଟଙ୍କା ଲେଖାଏ ଜମା କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟରୁ ଅବସର ନେଇଥିବା ପ୍ରତ୍ୟେକ କୃଷକଙ୍କ ଲାଗି ମାସିକ ୩ ହଜାର ଟଙ୍କା ପେନ୍‌ସନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ସରକାର ମଧ୍ୟ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ଲାଗି ପେନ୍‌ସନ ସୁବିଧା କରିଛନ୍ତି। ଶସ୍ତାରେ ଔଷଧ ପ୍ରଦାନ କରିବା ଲାଗି ଦେଶବ୍ୟାପୀ ୫,୫୦୦ ଜନ ଔଷଧୀ କେନ୍ଦ୍ର ଖୋଲାଯାଇଛି। ଖୁବଶୀଘ୍ର ଆଉ ୩ ଶହ ନୂତନ କେନ୍ଦ୍ର ଖୋଲାଯିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ଅର୍ଥନୈତିକ ମନ୍ଥରତା ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ମାଣ୍ଡଭିୟା କହିଛନ୍ତି, ଏହା କ୍ଷଣସ୍ଥାୟ, ବର୍ତ୍ତମାନ ସମଗ୍ର ବିଶ୍ୱରେ ଅର୍ଥନୈତିକ ଅସ୍ଥିରତା ଜାରି ରହିଛି। ମାତ୍ର ଭାରତ ଉପରେ ଏହାର ପ୍ରଭାବ ଖୁବ କମ୍‌ ପଡିଛି, ଚଳିତବର୍ଷ ଶେଷ ବେଳକୁ ଭାରତୀୟ ଅର୍ଥନୀତିରେ ସୁଧାର ଆସିବ। କଂଗ୍ରେସ ବରିଷ୍ଠ ନେତା ଶରତ ରାଉତ କହିଛନ୍ତି, ଶହେ ଦିନର ସଫଳତା ସମ୍ପର୍କରେ ବଖାଣିବାର ନୈତିକ ଅଧିକାର ଭାଜପାର ନାହିଁ। ସେମାନେ ଯେଉଁସବୁ ଜନବିରୋଧୀ କାର୍ଯ୍ୟ ସବୁ କରୁଛନ୍ତି ତା’ର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡୁଛି । ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଓଡିଶାରୁ ଆହୁରି ୩ଟି ମନ୍ତ୍ରୀ ଦିଆଗଲେ ମଧ୍ୟ ରାଜ୍ୟର ବିକାଶ ହୋଇପାରିବନାହିଁ। ଓଡିଶା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟକ୍ରମ ସେମାନେ ହାତକୁ ନେଇ ନାହାନ୍ତି। ଦେଶର ଅର୍ଥନୈତିକ ଅଭିବୃଦ୍ଧି ମୋଦିଙ୍କ ସଫଳତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri