Posted inଜାତୀୟ

କେନ୍ଦ୍ର କ୍ୟାବିନେଟ: ମୋଦି, ଶାହଙ୍କ ମନ୍ତ୍ରଣା

ନୂଆଦିଲ୍ଲୀ,୩୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ଲାଗି ସରକାର ଗଢ଼ିବାକୁ ଯାଉଥିଲାବେଳେ କେଉଁମାନେ ତାଙ୍କ କ୍ୟାବିନେଟରେ ସ୍ଥାନ ପାଇବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ୪ ପ୍ରମୁଖ ବିଭାଗ ପ୍ରତିରକ୍ଷା, ଅର୍ଥ, ସ୍ବରାଷ୍ଟ୍ର ଏବଂ ବହିର୍ବ୍ୟାପାର ବିଭାଗ କାହା ହାତରେ ରହିବ ଏହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ମନ୍ତ୍ରୀ ଚୟନ ଓ ବିଭାଗ ବଣ୍ଟନ ନେଇ ବୁଧବାର ମୋଦି ଓ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ବୈଠକରେ ନୂଆ ମନ୍ତ୍ରୀମାନଙ୍କ ନଁା ଚୂଡାନ୍ତ ହୋଇଥିବା ଜାଣିବାକୁ ମିଳିଛି। ପୂର୍ବ ସରକାରର କେତେଜଣ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ସ୍ଥାନ ବଜାୟ ରଖିବାକୁ ଥିବାବେଳେ ଆଉ କେତେକ ନୂଆ ମୁହଁ ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଯାଉଛନ୍ତି। ଭାଜପା ଅଧ୍ୟକ୍ଷ ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆସନ୍ତାବର୍ଷ କେତେକ ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଶାହ ଭାଜପା ଅଧ୍ୟକ୍ଷ ପଦରେ ରହିପାରନ୍ତି ବୋଲି ମଧ୍ୟ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।
ରାଜନାଥ ସିଂ, ନୀତିନ ଗଡକରୀ, ନିର୍ମଳା ସୀଥାରାମନ୍‌, ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର, ପ୍ରକାଶ ଜାଭଡେକର ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିପାରନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ହରାଇଥିବା ଇରାନୀଙ୍କୁ ପ୍ରମୁଖ ବିଭାଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ବାସ୍ଥ୍ୟଗତ କାରଣରୁ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ନାହିଁ ବୋଲି ମୋଦିଙ୍କୁ ପତ୍ର ଲେଖି ଜଣାଇଥିବାବେଳେ ତାଙ୍କୁ ନିଷ୍ପତ୍ତିରେ ପରିବର୍ତ୍ତନ ଲାଗି ଅନୁରୋଧ କରାଯାଇପାରେ ବୋଲି ଜଣାପଡିଛି। ମୋଦି ବୁଧବାର ରାତିରେ ଜେଟଲୀଙ୍କ ସରକାରୀ ବାସଭବନକୁ ଯାଇ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡିନାହିଁ। ପଶ୍ଚିମବଙ୍ଗ, ଓଡିଶା ଓ ତେଲେଙ୍ଗାନାରେ ଭାଜପାର ଶକ୍ତି ବୃଦ୍ଧି ହୋଇଥିବାରୁ ଉକ୍ତ ରାଜ୍ୟରୁ ଅଧିକ ଏମ୍‌ପି ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଆଶା କରାଯାଉଛି। ସେହିପରି ସହଯୋଗୀ ଜେଡିୟୁ ଏବଂ ଶିବସେନାକୁ ଦୁଇଟି ଲେଖାଏ ଏବଂ ଏଲ୍‌ଜେପି, ଏସ୍‌ଏଡି ଏବଂ ଏଆଇଏଡିଏମ୍‌କେକୁ ଗୋଟିଏ ଲେଖାଏ ମନ୍ତ୍ରୀପଦ ମିଳିପାରେ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ବହିର୍ବ୍ୟାପାର ଏବଂ ସ୍ମୃତି ଇରାନୀଙ୍କୁ ପ୍ରତିରକ୍ଷା ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ସେହିପରି ବରିଷ୍ଠ ଭାଜପା ନେତା ଶିବରାଜ ସିଂ ଚୌହାନଙ୍କୁ କୃଷିମନ୍ତ୍ରୀ କରାଯାଇପାରେ। ଅମିତ ଶାହ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ ତାଙ୍କୁ ସ୍ବରାଷ୍ଟ୍ର, ପ୍ରତିରକ୍ଷା କିମ୍ବା ଅର୍ଥ ମନ୍ତ୍ରଣାଳୟ ମିଳିପାରେ ବୋଲି ମଧ୍ୟ କଳ୍ପନାଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଜଣେ ନ ଥିଲେ କରୋନା ପଜିଟିଭ ଏବେ କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ୨୯

ଗୁଆହାଟୀ,୧୨।୪: କରୋନା ଭାଇରସ କେତେବେଳେ କେଉଁଠି କିଭଳି ତାଣ୍ଡବ ରଚୁଛି ତାହା ବୁଝିବା କଷ୍ଟକର ବ୍ୟାପାର ପାଲଟିଯାଇଛି। କରୋନା ସଂକ୍ରମଣରେ ଆମେରିକା ଭଳି ବିଶ୍ୱର ଶକ୍ତିଶାଳୀ...

ଦଳର ନିଆରା ନିର୍ବାଚନୀ ପ୍ରତିଶ୍ରୁତି: ଇଦ୍‌ରେ ମୁସଲମାନଙ୍କୁ ଛେଳି ଫ୍ରି, ଅଧା ଦାମ୍‌ରେ ମଦ ଓ ମହିଳାଙ୍କୁ ଦିଆଯିବ ସୁନା

ନୂଆଦିଲ୍ଲୀ,୧୭।୪: ଲୋକ ସଭା ନିର୍ବାଚନ ପାଇଁ ବିଭିନ୍ନ ଦଳର ନେତାମାନେ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଏଥିସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତାମାନେ ବିଭିନ୍ନ ପ୍ରତିଶ୍ରୁତି...

ଜ୍ୟାକଲିନଙ୍କୁ ଦେଖାଇବା ପାଇଁ ଅମିତ ଶାହାଙ୍କ ଅଫିସକୁ ଫୋନ କରିଥିଲେ

ନୂଆଦିଲ୍ଲୀ,୧୪।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ସହ ବନ୍ଧୁତା କରିବା ପାଇଁ ଅଭିଯୁକ୍ତ ଠକ ସୁକେଶ ଚନ୍ଦ୍ରଶେଖର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଫିସ...

ମଧ୍ୟପ୍ରଦେଶ କ୍ୟାବିନେଟର ହେଲା ସମ୍ପ୍ରସାରଣ

ଭୋପାଳ,୨।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳର ଗୁରୁବାର ସମ୍ପ୍ରସାରଣ ହୋଇଛି। ଏଥିରେ ୨୮ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨୦...

ଅଗ୍ନିବୀରଙ୍କୁ ମିଳିବ ନିଶ୍ଚିତ ନିଯୁକ୍ତି: ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧ ।୬: ଅଗ୍ନିପଥ ଯୋଜନାରେ ଦେଶ ସେବା କରି ସାରିବା ପରେ ଅଗ୍ନିବୀରଙ୍କୁ ନିଶ୍ଚିତଭାବେ ହରିୟାଣାରେ ନିଯୁକ୍ତି ସୁଯୋଗ ମିଳିବ ବୋଲି କଥା ଦେଇଛନ୍ତି ହରିୟାଣା...

ପ୍ରଦୂଷଣର ସମାଧାନ ନୁହେଁ ଅଡ୍‌-ଇଭିନ ନମ୍ବର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୫।୧୧: ଦିଲ୍ଲୀ-ଏନ୍‌ସିଆର୍‌ରେ ବଢି ଚାଲିଥିବା ବାୟୁ ପ୍ରଦୂଷଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଥିଲା। ଏଥିରେ କୋର୍ଟ ଦିଲ୍ଲୀରେ ଶାସନ ଭାର ସମ୍ଭାଳିଥିବା...

ବ୍ୟାଗ୍‌ରୁ ମିଳିଲା ମନୁଷ୍ୟର କଟା ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ,୭।୬: ପୂର୍ବ ଦିଲ୍ଲୀ କଲ୍ୟାଣୀପୁରା ରାମଲୀଳା ପଡ଼ିଆରୁ ପୋଲିସ ମନୁଷ୍ୟର କଟା ହୋଇଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଭର୍ତ୍ତି ଏକ ବ୍ୟାଗ୍‌ ଜବତ କରିଛି। ମିଳିଥିବା ସୂଚନା...

ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ,୨୧ ।୧: ଶୁକ୍ରବାର ଅର୍ଥାତ୍ ଜାନୁୟାରୀ ୨୧ରୁ ଇଣ୍ଡିଆ ଗେଟରେ ଆଉ ଜଳିବନି ଅମର ଯବାନ ଜ୍ୟୋତି । ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି...

Advertisement
Archives

Model This Week