Posted inଜାତୀୟ

କେନ୍ଦ୍ରଶାସିତ ଜମ୍ମୁ-କଶ୍ମୀରର ପ୍ରଥମ ଶୁକ୍ରବାର: ଜାମିଆ ମସ୍‌ଜିଦ୍‌ରେ ନମାଜ୍‌ ଉପରେ ଲାଗିଲା କଟକଣା

ଶ୍ରୀନଗର,୧।୧୧: ଜମ୍ମୁ-କଶ୍ମୀର ପାଇଁ ଶୁକ୍ରବାର ଥିଲା ଏକ ନୂଆ ସକାଳ। କାରଣ ଏହା ରାଜ୍ୟ ନୁହେଁ ବରଂ କେନ୍ଦ୍ରଶାସିତ ପ୍ରଦେଶ ଭାବେ ଆରମ୍ଭ କରିଛି ଇତିହାସ। ଅକ୍ଟୋବର ୩୧ରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ନଭେମ୍ବର ୧ର ପ୍ରଥମ ଶୁକ୍ରବାର ଜମ୍ମୁ-କଶ୍ମୀର ପାଇଁ ଏକ ସ୍ବତନ୍ତ୍ର ଶୁକ୍ରବାର ବୋଲି କୁହାଯାଇଛି। ମୁସଲମାନମାନଙ୍କ ପାଇଁ ଶୁକ୍ରବାରର ବିଶେଷ ମହତ୍ତ୍ୱ ଥିବା ବେଳେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଜୁମେର ନମାଜ ପାଇଁ ପ୍ରସ୍ତୃତି ହୋଇଛି। କିନ୍ତୁ ଶ୍ରୀନଗର ପ୍ରସିଦ୍ଧ ଜାମିଆ ମସ୍‌ଜିଦ୍‌ରେ ଆଜି ବି ନମାଜ ପାଠ ପଢ଼ିବା ପାଇଁ ଅନୁମତି ଦିଆଯାଇନାହିଁ। ଜମ୍ମୁ-କଶ୍ମୀରରେ ଅଗଷ୍ଟ ୫ରୁ ଅନୁଚ୍ଛେଦ ୩୭୦ ହଟାଯିବା ପରଠାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୧୨ ଶୁକ୍ରବାର ହେବ ଏଠାରେ ନମାଜ ପଢାଯାଇ ନ ଥିବା ଜଣାପଡ଼ିଛି। ଆଜି ପୁଣି ଏଠାରେ ଲୋକଙ୍କୁ ଏକତ୍ରିତ ହେବା ଉପରେ କଟକଣା ଲଗାଯାଇଛି। ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳ ଲାଗୁ ହେବା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି। ଏଥିସହ ଘାଟିର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌ଏଫ୍‌ର ଆଉ ୨୪ ଯବାନ କରୋନା ପଜିଟିଭ

ନୂଆଦିଲ୍ଲୀ,୨୨।୫: ଗତ ୨୪ ଘଣ୍ଟା ମଧ୍ୟରେ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୨୪ ଜଣ ଯବାନ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଖବର ମିଳିଛି।...

ଟିକା ନାହିଁ, ପ୍ରତିଶ୍ରୁତି ମାଳ ମାଳ

ନୂଆଦିଲ୍ଲୀ/ପାଟନା,୨୨ା୧୦:କରୋନା ସଂକ୍ରମଣରୁ ମୁକ୍ତି ପାଇଁ ବିଶ୍ୱବାସୀ ଭାକ୍ସିନ ଅପେକ୍ଷାରେ। ଭାରତକୁ କେବେ ଟିକା ଆସିବ ବୋଲି ଦେଶବାସୀ ଅନେଇ ବସିଥିବାବେଳେ ଗୁରୁବାର ବିହାରରେ ଭାଜପାର ନିର୍ବାଚନୀ...

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ...

୩ ଆଇପିଏସ୍‌ ଅଫିସରଙ୍କୁ ଡେପୁଟେଶନ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩।୧୨(ପି.ଟି.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍‌ ଉପରେ ଆକ୍ରମଣ ବେଳେ ସୁରକ୍ଷାରେ ତ୍ରୁଟି ପାଇଁ ଦାୟୀ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ୍‌...

ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ଏନ.ଭି ରମଣଙ୍କ ନାଁ ସୁପାରିସ କଲେ ବୋବଡେ

ନୂଆଦିଲ୍ଲୀ,୨୪।୩: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନ.ଭି ରମଣ ଦେଶର ପରବର୍ତ୍ତୀ ସମ୍ଭାବ୍ୟ ପ୍ରଧାନ ବିଚାରପତି ହୋଇପାରନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ତାଙ୍କ ଉତ୍ତରାଧିକାରୀ...

ତେଜସ୍‌ ଯୁଦ୍ଧବିମାନ ନାଭାଲ ଭର୍ସନର ସଫଳ ପରୀକ୍ଷା

ନୂଆଦିଲ୍ଲୀ,୧୪ା୯: ସମୁଦ୍ର ଗର୍ଭରେ ଯୁଦ୍ଧବିମାନବାହୀ ଜାହାଜରେ ଅବତରଣ କରିବା ପୂର୍ବରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଲଢ଼ୁଆ ବିମାନ ତେଜସ୍‌ ନାଭାଲ ଭର୍ସନର ଆରେଷ୍ଟେଡ୍‌ ଲ୍ୟାଣ୍ଡିଂ...

ଲଖିମପୁର ଖେରି ହିଂସାର ତଦନ୍ତ ପାଇଁ ୟୁପି ସରକାର ରାଜି

ନୂଆଦିଲ୍ଲୀ,୧୫।୧୧: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ଏସ୍‌ଆଇଟି ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ କରିବା ଲାଗି ୟୁପି ସରକାର ସୋମବାର ରାଜି ହୋଇଛନ୍ତି।...

କାହାକୁ କେଉଁ ଟିକା ଦିଆଯିବ ସରକାର ନେବେ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୧: ଜାନୁୟାରୀ ୧୬ରୁ ଦେଶରେ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏବେ ଦେଶରେ କୋଭିଶିଲ୍ଡ୍‌ ଏବଂ କୋଭାକ୍ସିନ୍‌ କରୋନା ଟିକା ଉପଲବ୍ଧ...

Advertisement
Archives

Model This Week