କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି ୧୧ ଗାଁର ଗ୍ରାମବାସୀ

ମାଲକାନଗିରି,୨୦।୪ (ଡି.ଏନ୍‌.ଏ.)- ମାଲକାନଗିରି ଜିଲାରେ ଗତ ୪ ଦିନ ହେଲା ବନ ବିଭାଗ (କେନ୍ଦୁପତ୍ର) ଏବଂ କେତେକ ଘରୋଇ ସଂସ୍ଥା ଜିଲାର ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳାଳିଙ୍କଠାରୁ କେନ୍ଦୁପତ୍ର ଖରିଦ କରିବା ଆରମ୍ଭ କରିଛନ୍ତି। ମାତ୍ର ମାଲକାନଗିରି ସଦର ବ୍ଲକ ଗୋରାଖଣ୍ଟା ପଞ୍ଚାୟତର ୧୧ଟି ଗ୍ରାମର ଗ୍ରାମବାସୀ କେନ୍ଦୁପତ୍ର ବିକ୍ରି କରିପାରୁନାହାନ୍ତି। ସେହି ଗ୍ରାମଗୁଡିକ ହେଲା ଗୋରାଖଣ୍ଟା, କ୍ରୁସୁବାଡା, କମାଲିଗୁଡା, ପୋନାରଗୁଡା, ଏମ୍‌.ଭି.- ୨୦, ଏମ୍‌.ଭି. ୨୧, ଏମ୍‌.ପି.ଭି.-୨, ମଟୁମଗୁଡା, ସିଙ୍ଗାଣିଗୁଡା, ବାଙ୍ଗାରୁଗୁଡା, ଶିବାନୀଗୁଡା। ଏହି ୧୧ଟି ଗ୍ରାମର ଆଦିବାସୀ ଏବଂ ବେଙ୍ଗଲି ସମ୍ପ୍ରଦାୟର ଲୋକେ  କେନ୍ଦୁପତ୍ର ବିକ୍ରି କରିପାରୁ ନ ଥିବାରୁ ଶୁକ୍ରବାର ଏକ ବୈଠକରେ ଏକାଠି ହୋଇଛନ୍ତି। ଏଦିଗରେ ତୁରନ୍ତ ପଦକ୍ଷେପ ନେଇ ୩ଦିନ ମଧ୍ୟରେ ପ୍ରଶାସନ କେନ୍ଦୁପତ୍ର ନ କିଣିଲେ ସେମାନେ  ମାଲକାନଗିରି-ମୋଟୁ ଜାତୀୟ ରାଜପଥ ଶିଖପାଲିଠାରେ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଗୋରାଖଣ୍ଟା ସରପଞ୍ଚ ଏରା ପଡିଆମି, ସମିତିସଭ୍ୟା ଆର୍‌. ଭାରତୀ କ୍ରୁସୁବାଡା ଗ୍ରାମର ମାଙ୍ଗିଡି ରୁମେ, ସୁଭଦ୍ରା ଦୁଆରି, ଉଙ୍ଗି ପଡିଆମି, କମଳା ଦୁଆରି, ସମାରୀ ପଡିଆମି, ଶ୍ୟାମେ ମାଡକାମି, ଉଙ୍ଗି ରାମେ, ପ୍ରମିଳା ତକାଲି, ଗାଙ୍ଗି ପଡିଆମି, ଆଲତେ ପଡିଆମି, ମୁକେ ମାଡକାମିଙ୍କ ସହ ୨ଶହରୁ ଊର୍ଦ୍ଧ୍ୱ  ମହିଳା ପୁରୁଷ ବୈଠକରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ତାଙ୍କ ପଞ୍ଚାୟତରେ ୧୧ଟି ଗ୍ରାମରେ ଲୋକଙ୍କ ଜମି ଏବଂ ଜଙ୍ଗଲ ଅଞ୍ଚଳରେ ଥିବା ଛୋଟଛୋଟ କେନ୍ଦୁଗଛଗୁଡିକର ବୁସ୍‌ କଟିଂ ଗ୍ରାମବାସୀ ୨ମାସ ପୂର୍ବରୁ କରିଛନ୍ତି, ଯାହାକି ସେହି ସମୟରେ ବନବିଭାଗ ପକ୍ଷରୁ ଜିଲାର ସବୁ ଅଞ୍ଚଳରେ ବୁସ୍‌ କଟିଂ କରାଯାଇଥାଏ ା ପ୍ରତିବର୍ଷ ସେମାନେ ବୁସ୍‌ କଟିଂ କଲାପରେ ଏପ୍ରିଲ ମାସ ଶେଷ ସପ୍ତାହରେ ସରକାରଙ୍କ କେନ୍ଦୁପତ୍ର ଧାର୍ଯ୍ୟ ଦିନ ଠାରୁ ସଂଗ୍ରହ ହୋଇଥାଏ। ୨ରୁ ୩ ସପ୍ତାହ ପର୍ଯ୍ୟନ୍ତ କେନ୍ଦୁପତ୍ର ସଂଗ୍ରହ କରି ସେମାନେ ଏମ୍‌.ଭି.-୧୭ ଏବଂ ଏମ୍‌.ଭି.- ୧୮ ଫଡିରେ ବିକ୍ରି କରିଥାନ୍ତି। ଗତବର୍ଷ ଏମ୍‌.ଭି.- ୧୮ ଫଡିରେ କେନ୍ଦୁପତ୍ର ଏକ ଘରୋଇ ସଂସ୍ଥା ଖରିଦ କରିଥିଲା। ଏବେ ତାଙ୍କ ଅଞ୍ଚଳର ପତ୍ର ଗୁଡିକ କେହି ଖରିଦ କରୁ ନ ଥିବାରୁ ପତ୍ରଗୁଡିକ ପାକଳ ଅବସ୍ଥାରେ ପହଞ୍ଚତ୍ ଶୁଖିବା ଅବସ୍ଥାକୁ ଆସିଲାଣି ା ଏଯାବତ୍‌ କୌଣସି ଘରୋଇ ସଂସ୍ଥା କିମ୍ବା କେନ୍ଦୁପତ୍ର ବିଭାଗ ପତ୍ର ନ କିଣିବା ଦ୍ୱାରା ଗ୍ରାମବାସୀ ଚିନ୍ତାରେ ଅଛନ୍ତି।  ଆସନ୍ତା ସୋମବାର ମଧ୍ୟରେ କେନ୍ଦୁପତ୍ର କିଣା ନ ଗଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜିଲାପାଳ, ମାଲକାନଗିରି, ଆଇ.ଆଇ.ସି., ଜିଲା ଶ୍ରମ ଅଧିକାରୀ, କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିବା ସରପଞ୍ଚ ପଡିଆମି କହିଛନ୍ତି। ଏ ସମ୍ପର୍କରେ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ସୁନନ୍ଦ ପଟ୍ଟନାୟକଙ୍କୁ  ପଚାରିବାରୁ ସେ  କହିଥିଲେ ଯେ, ରାଜ୍ୟ ସରକାର ମାଲକାନଗିରି ଜିଲାରେ ବନ ବିଭାଗ ଦ୍ୱାରା କେତେକ ଅଞ୍ଚଳରେ ପତ୍ର ସଂଗ୍ରହ କରିବା ପାଇଁ ଅନୁମତି ଦେଇଛନ୍ତି। ବିଭିନ୍ନ ପଞ୍ଚାୟତରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଅଞ୍ଚଳର କେନ୍ଦୁପତ୍ର ସଂଗ୍ରହ କରି ଯେ କୌଣସି ଘରୋଇ ସଂସ୍ଥାକୁ ବିକ୍ରି କରିବା ପାଇଁ ନିୟମ କରିଛନ୍ତି। ପଞ୍ଚାୟତର ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘରୋଇ ସଂସ୍ଥାଙ୍କୁ ସେହି ଅଞ୍ଚଳର ପତ୍ର ଖରିଦ କରିବା, ପରିବହନ କରିବା ଏବଂ ଶ୍ରମିକଙ୍କ ପ୍ରାପ୍ୟ ପ୍ରଦାନ କରିବା ଦାୟିତ୍ୱ ପ୍ରଦାନ କରିଛନ୍ତି। ଗୋରାଖଣ୍ଟା ପଞ୍ଚାୟତବାସୀ ବୁସ୍‌ କଟିଂ କରିଥିବା ଏବେ ଦୃଷ୍ଟିକୁ ଆସିଛି ା ଆଉ ୨/୪ ଦିନ ମଧ୍ୟରେ ଗଛରେ ଥିବା ପତ୍ର ଶୁଖିଯିବା ସହ ବ୍ୟବହାର ଯୋଗ୍ୟ ହେବନାହିଁ। ବର୍ତ୍ତମାନ ପରିସ୍ଥିତିରେ ଗୋରୁଖୋଣ୍ଟା ପଞ୍ଚାୟତରେ ପତ୍ର ଖରିଦ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ପଟ୍ଟନାୟକ କହିଛନ୍ତି। ଏ କ୍ଷେତ୍ରରେ ପଞ୍ଚାୟତର ସମ୍ପ୍ରସାରଣ ଅଧିକାରୀ କିପରି ଅଞ୍ଚଳବାସୀଙ୍କୁ ସଚେତନ କରାଇଲେ ନାହିଁ କିମ୍ବା କୌଣସି ସ୍ବୟଂ ସହାୟକ ଗୋଷ୍ଠୀ ପତ୍ର ଖରିଦ ପାଇଁ କାହିଁକି ପଦକ୍ଷେପ ନେଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛ


Enter your email to get our daily news in your inbox.

All Right Reserved By Dharitri.Com

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଚୋରି ଯାଇଥିବା ମୂଲ୍ୟବାନ ଜିନିଷ ଉଦ୍ଧାର, ଜଣଙ୍କୁ ଗିରଫ କରି…

ଗୁଡ଼ାରି,୧୨ା୯(ପ୍ରମୋଦ କୁମାର ପତି): ଗୁଡାରି ପୋଲିସ ଦ୍ୱାରା ଚୋରି ବାଇକ ଉଦ୍ଧାର ହେବା ସହ ଘଟଣାରେ ସମ୍ପୃକ୍ତ ଥାନା ଅନ୍ତର୍ଗତ ସୁନାପାଲି ଗ୍ରାମର ସିଦ୍ଧାନ୍ତ ପାଲକାକୁ ଗିରଫ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

ଚଳିତ ବର୍ଷର ଅଧିକ ପାଣି ବଂଶଧାରାରେ

ଗୁଡ଼ାରି, ୧୧।୯ (ପ୍ରମୋଦ କୁମାର ପତି): ଗୁଡ଼ାରି ବଂଶଧାରା ନଦୀରେ ଶୁକ୍ରବାର ଚଳିତ ବର୍ଷର ସର୍ବାଧିକ ଜଳ ପ୍ରବାହ ଦେଖିବାକୁ ମିଳିଛି। ନଦୀର ଉପରମୁଣ୍ଡରେ ଲଘୁଚାପଜନିତ ବର୍ଷା…

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?