କେନ୍ଦୁଝରରେ ପାଣିପାଗରେ ପରିବର୍ତ୍ତନ: ଆଗଭଳି ହାଡ଼ଭଙ୍ଗା ଶୀତ ନାହିଁ

କେନ୍ଦୁଝର, ୪।୧୨ (ସ୍ବ.ପ୍ର.)-ବିଳମ୍ବରେ ହେଉ ପଛକେ କେନ୍ଦୁଝର ଜିଲାରେ ଶୀତର ଆଗମନକୁ ନେଇ ଅନେକ ଖୁସି ବ୍ୟକ୍ତ କରୁଛନ୍ତି ା ତେବେ ଏହି ସମୟରେ ଯେଉଁ ଭଳି ଶୀତ ହେବା କଥା ସେଭଳି ଶୀତ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ ପାଉଛି। ଏକଦା ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନ କେନ୍ଦ୍ର ସାଙ୍ଗକୁ ଶୀତୁଆ ପରିବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିଲା। ଏବେ ବ୍ୟାପକ ଜଙ୍ଗଲ ଓ ପରିବେଶ ନଷ୍ଟ ଓ ବୃଦ୍ଧି ପାଉଥିବା ପ୍ରଦୂଷଣ ଯୋଗୁ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି ା ଫଳରେ ଜିଲାର ପୁରୁଣା ସ୍ଥିତି ହରାଇ ବସୁଥିବାରୁ ପରିବେଶବିତ୍‌ ତଥା ପ୍ରକୃତିପ୍ରେମୀମାନେ ଚିନ୍ତିତ। ଯେଉଁ ସମୟରେ ତାପମାତ୍ର ପାଖାପାଖି ୧୦ ଡିଗ୍ରୀ ସେଣ୍ଟିଗ୍ରେଡ ରହିବା କଥା ସେହି ସମୟରେ ତାପମାତ୍ର ୧୫ ଡିଗ୍ରୀ ରହୁଥିବାରୁ ଆଗଭଳି ଥଣ୍ଡା ଅନୁଭୂତ ହେଉନାହିଁ ା ରାସ୍ତାଘାଟରେ କାଁ ଭାଁ ନିଆଁ ଜାଳି ନିଆଁ ପୋଇଁବା ଦୃଶ୍ୟ ଦେଖିବାକୁ ମିଳୁଛି ା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ର ୧୩.୮ ଡିଗ୍ରୀ ସେଣ୍ଟିଗ୍ରେଡ କିଛି ଦିନ ତଳେ ଦେଖିବାକୁ ମିଳିଥିଲା ା ତେବେ ଏହା ବୃଦ୍ଧି ପାଇ ଗତ ତିନି ଦିନ ହେଲା କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଣ୍ଟିିଗ୍ରେଡ ରହୁଥିବା ଜଣାପଡିଛି ା ଭୋର ଓ ରାତିରେ ବିଶେଷ କରି ଗ୍ରାମାଞ୍ଚଳ ଓ ପାହାଡିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହେଉଛି। ଲଘୁଚାପ ଜନିତ ବର୍ଷା ହେଲେ ଏହାର ପ୍ରକୋପ ସାମାନ୍ୟ ଅଧିକ ଅନୁଭୂତ ହୋଇଥାଏ ା ଶୀତର ପ୍ରକୋପ ଅଧିକ ହେଲେ କାଞ୍ଜିପାଣି, ତରମାକାନ୍ତ, ଯୋଡା, କିରିବୁରୁ ଆଦି ଅଞ୍ଚଳରେ ପୂର୍ବରୁ ତୁଷାରପାତ ପଡେ। କିନ୍ତୁ ଗତ କିଛି ବର୍ଷ ହେଲା ତୁଷାରପାତ ଦେଖିବାକୁ ମିଳୁନାହିଁ। କେବଳ ଘାସପତ୍ର ଉପରେ କୁହୁଡିର ଆସ୍ତରଣ ପଡି ତୁଷାରପାତର ଭ୍ରମ ସୃଷ୍ଟି କରିଥାଏ ା ଏହି ସମୟରେ ତାପମାତ୍ରା ବହୁ ଆଗରୁ ୧୦ ଡିଗ୍ରୀ ତଳକୁ ଖସିଯାଏ। ଗତ ୨୦ ବର୍ଷ ହେଲା କେନ୍ଦୁଝର ଜିଲାର ହାଡଥରା ଶୀତ ଆଉ ଦେଖିବାକୁ ମିଳୁନାହିଁ ା ସେପ୍ଟେମ୍ବର ମାସର ଶେଷ ସପ୍ତାହରୁ ଏହି ଶୀତ ପଡୁଥିଲା ଏବଂ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଥିଲା ା କିନ୍ତୁ ଏବେ ନଭେମ୍ବର ମାସ ଶେଷ ସପ୍ତାହରୁ ଶୀତ ଆରମ୍ଭ ହୋଇ ଫେବୃୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଅନୁଭୂତ ହେଉଛି ବୋଲି କହିଛନ୍ତି ପରିବେଶବିତ୍‌ ତଥା ବରିଷ୍ଠ ନାଗରିକ ଡକ୍ଟର ବିମ୍ବାଧର ବେହେରା ା ବହୁ ବର୍ଷ ଆଗରୁ ଜିଲାର ଶୀତ ପରିବେଶ ବର୍ଷ ତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ା କିନ୍ତୁ ଏବେ ଧୂଳିଧୂସର ପରିବେଶ, ବହୁ ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ, ଟିପ୍ପର ଆଦି ଗାଡି ଚଳାଚଳ, ପରିବର୍ତ୍ତିତ ଜଳବାୟୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri