କେତେବେଳେ ଖାଇବେ ନାହିଁ ଫଳ

ଋତୁ ଅନୁଯାୟୀ ଫଳ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଭଲ ବୋଲି ଡାକ୍ତରମାନେ କହିଥାଆନ୍ତି। ଏମିତିକି ସକାଳୁ ଫଳ ଖାଇଲେ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଏ। କାରଣ ଫଳରେ ଥିବା ଭିଟାମିନ୍ସ, ମିନେରାଲ୍ସ, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଶରୀରକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ହେଲେ କେଉଁ ସମୟରେ ଫଳ ଖାଇବା ଉଚିତ୍‌ ନୁହେଁ ତାହା ମଧ୍ୟ ଜାଣି ରଖିବା ଜରୁରୀ। ବିଶେଷଜ୍ଞଙ୍କ ମତରେ…
-ରାତିରେ ଶୋଇବା ପୂର୍ବରୁ ଫଳ ଖାଇବା କ୍ଷତିକାରକ। କାରଣ ରାତିରେ ଫଳ ଖାଇଲେ ଶରୀରରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ। ଫଳରେ  ନିଦ ଠିକ୍‌ ଭାବେ ହୋଇ ନ ଥାଏ।

-ଭୋଜନର ୩୦ ମିନିଟ୍‌ ପୂର୍ବରୁ ବା ୩୦ ମିନିଟ୍‌ ପରେ ଫଳ ଖାଇବା ଭଲ। ନଚେତ୍‌ ଏହା ଖାଦ୍ୟ ହଜମ କରିବାରେ ବାଧା ସୃଷ୍ଟି କରିଥାଏ। ଏଥିଯୋଗୁ ଶରୀରକୁ ଆବଶ୍ୟକ ପରିମାଣର ପୋଷକ ତତ୍ତ୍ୱ ମିଳି ନ ଥାଏ। ବିଶେଷ ଭାବେ ଡାଇବେଟିସରେ ପୀଡିତ ବ୍ୟକ୍ତି ଅତିକମ୍‌ରେ ଖାଇବାର ୧ଘଣ୍ଟା ପୂର୍ବରୁ ବା ଖାଇବାର ୨ ଘଣ୍ଟା ପରେ ଫଳ ଖାଇବା ଭଲ।
-କୌଣସି ଖାଦ୍ୟ ସହ ଏକାଠି ଫଳ ଖାଇବା ଅନୁଚିତ୍‌। କାରଣ ସବୁ ଫଳରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହା ହଜମ ହେବାକୁ ସମୟ ଲାଗିଥାଏ। ତେଣୁ ଫଳ ସହ କୌଣସି ଖାଦ୍ୟ ଖାଇଲେ ଏହା ଖାଦ୍ୟକୁ ଠିକ୍‌ ଭାବେ ହଜମ କରିବାକୁ ଦେଇ ନ ଥାଏ। ଫଳରେ ପାକସ୍ଥଳୀରେ ଖାଦ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପଡି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେତେକ ରୋଗରୁ ରଖେ ଦୂରେଇ ଏହି ରସ…

ସକାଳେ ଚାମୁଚେ ଅଁଳାରସ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ପିପ୍ପଳୀ ଏକ ଭାଗ ଓ ସୈନ୍ଧବ ଲୁଣ ଏକତ୍ର ଚୂର୍ଣ୍ଣ କରି ସେଥିରେ ଅଁଳାରସ...

ଲଚ୍ଛା

ଆବଶ୍ୟକ ସାମଗ୍ରୀ : କାଜୁ, ପିସ୍ତାବାଦାମ, ଚେରି, କେଶର, ଗୁଜୁରାତି, ଚିନି, କ୍ଷୀର ଓ ଲଚ୍ଛା ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଆବଶ୍ୟକ ଅନୁଯାୟୀ କ୍ଷୀର...

ଶୀତଦିନେ ତ୍ୱଚାର ଯତ୍ନ

ଶୀତଦିନେ ତ୍ୱଚା ଶୁଷ୍କ ହୋଇଯିବା ଏକ ବଡ଼ ସମସ୍ୟା। ତେଣୁ ଏଦିନେ ତ୍ୱଚାକୁ ମଶ୍ଚରାଇଜ୍‌ କରି ରଖିବା ଲାଗି ଏହାର ବିଶେଷ ଯତ୍ନ ନେବା ଆବଶ୍ୟକ...

ବେଡ୍‌ରୁମ୍‌ରେ ଏହି ଦେବତାଙ୍କ ଫଟୋ ରଖିଲେ ସ୍ତ୍ରୀ-ସ୍ବାମୀଙ୍କ ସମ୍ପର୍କ ହୋଇଥାଏ ସୁଦୃଢ଼

ବେଡ୍‌ରୁମ୍‌ ହେଉଛି ଘରର ସେହି ସ୍ଥାନ, ଯେଉଁଠାରେ ଦିନଯାକର ଥକ୍କାପଣ ମେଣ୍ଟାଇ ବ୍ୟକ୍ତି ଆରାମ ଅନୁଭବ କରେ। ମାତ୍ର ଯଦି ବେଡ୍‌ରୁମ୍‌ ଦିଗ, ସେଠାରେ ଥିବା...

ଇ- ଡେଟିଂ କରୁଥିଲେ

ବର୍ତ୍ତମାନ ଇଲେକ୍ଟ୍ରୋନିକ୍‌ ଯୁଗରେ ସବୁକିଛି ହେଉଛି ଅନ୍‌ଲାଇନ୍‌ରେ, ଯେଉଁଥିରୁ ବାଦ୍‌ପଡ଼ିନି ବନ୍ଧୁତା ଆଉ ପ୍ରେମ। ତେବେ ଏମିତିରେ ଦିନକୁଦିନ ବିଭିନ୍ନ ଇ- ଡେଟିଂ ସାଇଟ୍‌ର ମଧ୍ୟ...

ଚନ୍ଦ୍ର ଅଭିଯାନର ବର୍ଷ

ମହାକାଶ ଅଭିଯାନ କ୍ଷେତ୍ରରେ ୨୦୨୧ ମସିହାରେ ମଙ୍ଗଳ ଗ୍ରହର ପ୍ରାଧାନ୍ୟ ରହିଥିଲା। ସେହିବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ରାଷ୍ଟ୍ରର ହୋପ୍‌ ଯାନ ମଙ୍ଗଳ କକ୍ଷରେ ଏବଂ...

ଜିଭ ପୋଡ଼ିଯିବା ସମସ୍ୟାରୁ ମୁକ୍ତି ପାଇବା ଲାଗି ଜାଣନ୍ତୁ କିଛି ଘରୋଇ ଉପଚାର

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...

ଓଟ୍‌ସ ଲଡୁ

ଆବଶ୍ୟକ ସାମଗ୍ରୀ-ବାଦାମ- ଅଧା କପ୍‌, ଓଟ୍‌ସ- ୧ କପ୍‌, ଗୁଡ଼- ଅଧାକପ୍‌, ରାଶି- ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ କଡ଼ାଇ ଗରମ କରି ସେଥିରେ...

Advertisement
Archives

Model This Week