କେଜ୍‌ରିଓ୍ବାଲଙ୍କ କ୍ଲିନ୍‌ ସୁଇପ୍‌

ନୂଆଦିଲ୍ଲୀ,୧୨ା୨(ପି.ଟି.): ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଜବରଦସ୍ତ ବିଜୟ ସହ ପୁଣିଥରେ ସରକାର ଗଢ଼ିବାକୁ ଯାଉଛି। ୭୦ ଆସନ ବିଶିଷ୍ଟ ବିଧାନସଭାରେ ଏଏପି ୬୨ ଆସନରେ ବିଜୟୀ ହେବାକୁ ଯାଉଥିବାବେଳେ ଭାଜପା ୮ ଆସନରେ ସୀମିତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ହାଇପ୍ରୋଫାଇଲ ନେତା ଭାଜପା ପାଇଁ ଜୋର୍‌ଦାର ପ୍ରଚାର କରିଥିଲେ ହେଁ ୫ ବର୍ଷର ବ୍ୟବଧାନରେ ମାତ୍ର ୫ଟି ଆସନ ଅଧିକ ହାତେଇବାରେ ସକ୍ଷମ ହୋଇଛି। ୨୦୧୫ ନିର୍ବାଚନରେ ଏହି ଦଳକୁ ୩ଟି ଆସନ ମିଳିଥିଲା। ଅନ୍ୟପକ୍ଷରେ ଦିଲ୍ଲୀକୁ ୧୫ ବର୍ଷ ଶାସନ କରିଥିବା କଂଗ୍ରେସ ଗତଥର ଭଳି ଏଥର ମଧ୍ୟ ଖାତା ଖୋଲିପାରିନାହିଁ। ଏହାର ଅଧିକାଂଶ ପ୍ରାର୍ଥୀ ଅମାନତ ହରାଇଛନ୍ତି।
ତୃତୀୟ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କେଜ୍‌ରିଓ୍ବାଲ ଜଣେ ମେକାନିକାଲ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଭାରତୀୟ ରାଜସ୍ବ ସେବାରେ ଯୋଗଦେଇଥିଲେ। ୯ ବର୍ଷ ପୂର୍ବେ ୨୦୧୧ରେ ସେ ସାମାଜିକକର୍ମୀ ଆନ୍ନା ହାଜାରେଙ୍କ ଲୋକପାଳ ଆନ୍ଦୋଳନରେ ସାମିଲ ହୋଇ ଦିଲ୍ଲୀର ସାଧାରଣ ଲୋକଙ୍କ ନିକଟରେ ଲୋକପ୍ରିୟତା ହାସଲ କରିବା ସହ ରାଜନୀତି ପାଇଁ ମୂଳଦୁଆ ପକାଇଥିଲେ। ସେ ଏକ ରାଜନୈତିକ ଦଳ ଗଠନ କରି ଏହାର ନାମ ଆମ୍‌ ଆଦ୍‌ମୀ ପାର୍ଟି ରଖିଲେ। ଏହି ନାଁ ହିଁ ତାଙ୍କ ପ୍ରତି ଜନତାଙ୍କ ସମର୍ଥନ ବଢ଼ାଇଲା। ଏବେ ଏଏପି ତୃତୀୟ ଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବାକୁ ଯାଉଛି।
ମଫଲରମ୍ୟାନ୍‌ ଭାବେ ପରିଚିତ କେଜ୍‌ରିଓ୍ବାଲ ୨୦୧୨ ନଭେମ୍ବର ୨୬ରେ ଏଏପି ଗଠନ କରି ଏହାର ଆବାହକ ରହିଥିଲେ। ରାଜନୈତିକ ଦଳ ଗଠନକୁ ଆନ୍ନା ବିରୋଧ କରିଥିଲେ। ତେବେ ଲୋକପାଳ ଆନ୍ଦୋଳନକୁ ସଫଳ କରିବାକୁ ହେଲେ ପ୍ରତ୍ୟକ୍ଷ ରାଜନୈତିକ ସମ୍ପୃକ୍ତି ଜରୁରୀ ବୋଲି କେଜ୍‌ରିଓ୍ବାଲ କହିଥିଲେ। ଏଏପି ଏକ ବିକଳ୍ପ ରାଜନୈତିକ ମାସ୍କଟ ଭାବେ ଉଭା ହୋଇଥିଲା। ୨୦୧୩ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଉକ୍ତ ଦଳ ୨୮ ଆସନରେ ଜିତି ଦ୍ୱିତୀୟ ବୃହତ ଦଳର ମାନ୍ୟତା ହାସଲ କରିଥିଲା। କଂଗ୍ରେସର ସର୍ତ୍ତମୂଳକ ସମର୍ଥନରେ କେଜରିଓ୍ବାଲ ପ୍ରଥମ ଥର ପାଇଁ ଦିଲ୍ଲୀରେ ସରକାର ଗଢ଼ିଥିଲେ। ମାତ୍ର ୪୯ ଦିନ କ୍ଷମତାରେ ରହିବା ପରେ ସେ ୨୦୧୪ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହିବର୍ଷ ବାରାଣସୀ ଆସନରୁ ଭାଜପା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଲୋକ ସଭା ନିର୍ବାଚନ ଲଢ଼ି ୩,୭୦,୦୦୦ ଭୋଟରେ ପରାଜିତ ହୋଇଥିଲେ। ୨୦୧୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ୬୭ ଆସନରେ ଜିତି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା ଓ କେଜ୍‌ରିଓ୍ବାଲ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ରେ ପଞ୍ଜାବ ଓ ଗୋଆ ନିର୍ବାଚନରେ ଏଏପି ପ୍ରାର୍ଥୀ ଦେଇଥିଲେ ହେଁ ସଫଳ ହୋଇ ନ ଥିଲା। ଗତବର୍ଷ ମେ’ରେ ହୋଇଥିବା ଲୋକ ସଭା ନିର୍ବାଚନରେ ଏଏପି ଦିଲ୍ଲୀରେ ଗୋଟିଏ ଆସନ ଜିତିବାରେ ସକ୍ଷମ ହୋଇ ନ ଥିଲା। ତେବେ କେଜ୍‌ରିଓ୍ବାଲ ଜୋରଦାର ପ୍ରଚାର ଚଳାଇ ସବୁ ବର୍ଗର ଲୋକଙ୍କ ମନ ଜିଣିପାରିଥିଲେ। ଏଥର ସେ ସରକାରଙ୍କ ଗତ ୫ ବର୍ଷର ବିକାଶମୂଳକ କାର୍ଯ୍ୟ ଓ ସଫଳତାକୁ ନେଇ ଭୋଟରଙ୍କ ପାଖକୁ ଯାଇଥିଲେ। ଏଥିସହିତ କ୍ଷମତାକୁ ଫେରିଲେ ଡିଟିସି ବସ୍‌ରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା ଦେବା ସହ ଦିଲ୍ଲୀବାସୀଙ୍କୁ ୨୦୦ ୟୁନିଟ ବିଜୁଳି ଏବଂ ୨୦, ୦୦୦ ଲିଟର ପାଣି ମାଗଣା ଯୋଗାଇଦେବା ଏବଂ ସହରରେ୧.୪ ଲକ୍ଷ ସିସିଟିଭି କ୍ୟାମେରା ଲଗାଇବେ ବୋଲି ଏଏପି ନେତା ପ୍ରତିଶ୍ରୁତି ଦେଇଥିଲେ। ଭାଜପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିପାରୁ ନ ଥିବାରୁ ସେ ଏହି ଦଳକୁ କଡ଼ା ସମାଲୋଚନା କରିଥିଲେ।
ରମନ୍‌ ମାଗ୍‌ସେସ ପୁରସ୍କାର ବିଜୟୀ କେଜ୍‌ରିଓ୍ବାଲଙ୍କ ଜନ୍ମ ୧୯୬୮ ଅଗଷ୍ଟ ୧୬ରେ ହରିୟାଣାର ହିସାରରେ ହୋଇଥିଲା। ତାଙ୍କ ବାପା ଗୋବିନ୍ଦ ରାମ କେଜ୍‌ରିଓ୍ବାଲ ଓ ମାଆ ଗୀତା ଦେବୀ। ସରଳ ସ୍ବଭାବର ଏହି ରାଜନେତାଙ୍କୁ ତାଙ୍କ ପରିବାର ସବୁବେଳେ ସମର୍ଥନ ଦେଇଆସିଛି। ସେ ତାଙ୍କ ମାଆବାପା, ସ୍ତ୍ରୀ ସୁନୀତା ଓ ଦୁଇପିଲାଙ୍କ ସହିତ ରହୁଛନ୍ତି। ମଙ୍ଗଳବାରର ବିଜୟ ସୁନୀତାଙ୍କ ଜନ୍ମଦିନରେ ଭେଟି ବୋଲି କୁହାଯାଉଛି।

ଭଙ୍ଗ ହେଲା ଦିଲ୍ଲୀ ବିଧାନସଭା

ଦିଲ୍ଲୀ ନିର୍ବାଚନ ମତଗଣନା ଚାଲିଥିବାବେଳେ ଉପରାଜ୍ୟପାଳ ଅନିଲ ବୈଜଲ ମଙ୍ଗଳବାର ରାଜ୍ୟ ଷଷ୍ଠ ବିଧାନସଭାକୁ ଭଙ୍ଗ କରିଛନ୍ତି। ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ହସ୍ତଗତ ହେବ ପରେ ସପ୍ତମ ବିଧାନସଭା ଗଠନ ଲାଗି ନୂଆ ନିର୍ଦ୍ଦେଶନାମା ଜାରି ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଏବେ ଜାତୀୟ ରାଜନୀତି ଉପରେ ଆଖି

ଦିଲ୍ଲୀରେ ଏଏପି ତୃତୀୟଥର ବିଜୟ ପରେ ଦଳର ଆବାହକ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନଜର ଏବେ ଜାତୀୟ ରାଜନୀତି ଉପରେ ରହିଥିବା କୁହାଯାଉଛି। ଭୋଟ ଗଣତିରେ ଏଏପି ସପକ୍ଷରେ ଜନାଦେଶ ଆସୁଥିବାବେଳେ ଦଳୀୟ କାର୍ଯ୍ୟାଳୟରେ ଏକ ବଡ଼ ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥିରେ ସନ୍ଦେଶ ଥିଲା, ରାଷ୍ଟ୍ର ନିର୍ମାଣ ପାଇଁ ଏଏପି ସହ ଯୋଡ଼ି ହୁଅନ୍ତୁ। ଦଳର ବରିଷ୍ଠ ନେତା ଗୋପାଲ ରାଏ କହିଛନ୍ତି, ଲୋକେ ଭାଜପାର ଘୃଣା ରାଜନୀତିକୁ ଜବାବ ଦେଇଛନ୍ତି। ଏଏପି ଆଗାମୀ ୫ ବର୍ଷ କେବଳ ଦିଲ୍ଲୀରେ କ୍ଷମତରେ ରହିବ ନାହିଁ। ଏହାସହ ସାରା ଦେଶରେ ସଙ୍ଗଠନ ବିସ୍ତାର କରିବ। ଏହି ରାଜନୀତି ଜାତୀୟ ରାଜଧାନୀରେ ଆଉ ସୀମିତ ହୋଇ ନ ରହି ବହୁ ଦୂରକୁ ଯିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଆମେ ଭାରତ ବିପକ୍ଷରେ ବିଶ୍ବକପ୍ ଖେଳିବୁ ନାହିଁ..ବୟକଟ ନିଷ୍ପତ୍ତିକୁ ଦୋହରାଇଲେ ଶେହବାଜ ଶରିଫ

ନୂଆଦିଲ୍ଲୀ,୫।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୁଧବାର ଦିନ ଭାରତ ବିପକ୍ଷରେ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ବର୍ଜନ କରିବାର ଦେଶର ନିଷ୍ପତ୍ତିକୁ ଦୋହରାଇଛନ୍ତି । ସେ କହିଛନ୍ତି…

ମୁଣ୍ଡ ଟେକିଲା ବିତର୍କ: ଆମେରିକୀୟ କୃଷି ଉତ୍ପାଦ ଉପରେ ଭାରତ କଷିବନି ଟାରିଫ୍‌

ନ୍ୟୁୟର୍କ/ ଓ୍ବାଶିଂଟନ୍‌/ ନୂଆଦିଲ୍ଲୀ, ୫ା୨:ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍‌ ମଧ୍ୟରେ କିଛି ମାସର ବାଣିଜି୍ୟକ ଅନିଶ୍ଚିତତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃଆରୀ ୨ରେ ଐତିହାସିକ ଟ୍ରେଡ୍‌…

ଆଜି WPL ଫାଇନାଲ୍, ପ୍ରଥମ ଟାଇଟଲ ଲକ୍ଷ୍ୟରେ ଦିଲ୍ଲୀ

ଭଦୋଦରା,୫।୨(ପି.ଟି.): ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ଚତୁର୍ଥ ସଂସ୍କରଣରେ ଗୁରୁବାର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଟାଇଟଲ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri