Posted inଖେଳ

କେକେଆର କୋଚ୍‌ ହେଲେ ଟ୍ରେଭର ବାଇଲିସ

ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ୍‌ ଟ୍ରେଭର ବାଇଲିସଙ୍କୁ ମୁଖ୍ୟ କୋଚ୍‌ ପଦରେ ନିଯୁକ୍ତ କରିଛି। ବାଇଲିସଙ୍କୁ ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବର୍ତ୍ତମାନ ଭାଷ୍ୟକାର ବ୍ରେଣ୍ଡନ ମ୍ୟାକ୍‌କୁଲମ ସହାୟତା କରିବେ। ମ୍ୟାକ୍‌କୁଲମଙ୍କୁ ବ୍ୟାଟିଂ କୋଚ୍‌ ଓ ମେଣ୍ଟର ଦାୟିତ୍ୱ୍‌ ଦିଆଯାଇଛି। ଏହି ପଦରେ ପୂର୍ବରୁ କିମ୍ବଦନ୍ତୀ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର ଜ୍ୟାକ କାଲିସ ଥିଲେ। ରବିବାର ଲଡର୍‌ସଠାରେ ବିଶ୍ୱକପ୍‌ ଫାଇନାଲରେ ଖଳାଯାଇଥିବା ଶ୍ରେଷ୍ଠ ଦିନିକିଆ ମ୍ୟାଚ୍‌ରେ ଦୁଇ ଦଳ ସହ ଟ୍ରେଭର ଓ ମ୍ୟାକ୍‌କୁଲମ ଜଡ଼ିତ ଥିଲେ। ବାଇଲସି ପୂର୍ବରୁ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ କେକେଆର ଦଳର କୋଚିଂ ଷ୍ଟାଫରେ ଥିଲେ। ତାଙ୍କ କାର୍ଯ୍ୟକାଳରେ ଦଳ ଦୁଇ ଥର ଚାମ୍ପିୟନ ହୋଇଥିଲା। ଏହାବାଦ୍‌ ତାଙ୍କ ତତ୍ତ୍ୱାବଧାନରେ ଶ୍ରୀଲଙ୍କା ୨୦୧୧ ବିଶ୍ୱକପ୍‌ ଫାଇନାଲ ଖେଳିଥିଲା। ୨୦୧୫ରେ ସେ ଇଂଲଣ୍ଡ ଦଳ ସହ ଯୋଡ଼ି ହୋଇଥିଲେ। ୫୬ ବର୍ଷୀୟ ବାଇଲିସ ଚଳିତ ବର୍ଷ ଆଶେସ ସିରିଜ୍‌ ପରେ କେକେଆର ଦଳରେ ଯୋଗଦେବେ। ଅନ୍ୟପକ୍ଷରେ ମ୍ୟାକ୍‌କୁଲମ ଏବେ ଭାଷ୍ୟକାର ଭାବେ ବ୍ୟସ୍ତ। ବିସ୍ଫୋରକ ଉଇକେଟକିପର ବ୍ୟାଟ୍ସମ୍ୟାନ କୋଲକାତା ଦଳ ପାଇଁ ୨୦୦୮ରେ ପଦାର୍ପଣ କରି ୧୫୮ ରନ୍‌ର ଇନିଂସ ଖେଳିଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କ ନେତୃତ୍ୱରେ ଦଳ ଦୁଇ ସିଜନରେ ଭଲ ପ୍ରଦର୍ଶନ କରିଛି। ଆଗାମୀ ୨୦୨୦ ସଂସ୍କରଣରେ ଖେଳାଳିଙ୍କ ସହ ହୋଇଥିବା ୩ ବର୍ଷୀୟା ଚୁକ୍ତି ଶେଷ ହେବ। ଏହାପରେ ବାଇଲିସଙ୍କ ନେତୃତ୍ୱରେ କେକେଆର ନୂଆ ଖେଳାଳିଙ୍କୁ ଦଳରେ ସାମିଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri