କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ ବାଦ୍‌ ଦିଆଯାଇଛି। ଆସନ୍ତା ନଭେମ୍ବର ୮ରୁ ୧୫ ତାରିଖ ପର୍ଯ୍ୟନ୍ତ କୋଲକାତାରେ କେଆଇଏଫ୍‌ଏଫ୍‌ ୨୫ତମ ସଂସ୍କରଣ ଆୟୋଜିତ ହେବାକୁଥିବାବେଳେ ଏଥିରେ ବଲାଙ୍ଗୀର ଜିଲାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ନିର୍ମିତ ଚଳଚ୍ଚିତ୍ର ‘ପାଟଣାଗଡ଼’ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଥିଲା। ହେଲେ ଫିଲ୍ମକୁ ବିବାଦୀୟ ଦର୍ଶାଇ ଆୟୋଜକ ଏହାକୁ ମହୋତ୍ସବରେ ପ୍ରଦର୍ଶନ କରିବାକୁ ସିଧା ମନା କରିଦେଇଛନ୍ତି। ଏହାକୁ ନେଇ ଫିଲ୍ମ ନିର୍ମାତା ଅସନ୍ତୋଷ ବ୍ୟକ୍ତ କରିବା ସହ ବିନା କୌଣସି କାରଣରେ ଏକ ଭଲ ଫିଲ୍ମକୁ ବିକୃତ କରାଯାଉଥିବା କହିଛନ୍ତି।
ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ପ୍ରମୁଖ ଭୂମିକାରେ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ନୀ, ୟଶପାଲ ଶର୍ମା, ଲୋକପ୍ରିୟ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର, ପୁଷ୍ପା ପଣ୍ଡା, ଅନୁ ଚୌଧୁରୀ, ତେଲୁଗୁ ଅଭିନେତା ଥନିକେଲ୍ଲା ଭାରାଣୀ ପ୍ରମୁଖ ଅଭିନୟ କରିଛନ୍ତି। ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ହୋଇଥିବା ବହୁଚ୍ଚର୍ଚିତ ପାର୍ସଲ ବୋମା ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ଭୂମିକାରେ ଫିଲ୍ମରେ ମନୋଜ ମିଶ୍ର ଅଭିନୟ କରିଛନ୍ତି। ଫିଲ୍ମର ପ୍ରଯୋଜନା ଶ୍ରୀଧର ମାର୍ଥା କରିଥିବାବେଳେ ନିର୍ଦ୍ଦେଶନା ରାଜେଶ ଟଚରିଭର୍‌ ଦେଇଛନ୍ତି। ଫିଲ୍ମର ସିନେମାଟୋଗ୍ରାଫି ସହ କାହାଣୀ ଉଚ୍ଚକୋଟୀର ହୋଇଥିବାରୁ ଏହାକୁ କେଆଇଏଫ୍‌ଏଫ୍‌ର ଇଣ୍ଡିଆନ୍‌ ଲାଙ୍ଗୁଏଜ୍‌ ସେକ୍ସନରେ ସ୍କ୍ରିନିଂ କରିବାକୁ ମନୋନୀତ କରାଯାଇଥିଲା। ହେଲେ ଫିଲ୍ମ ନିର୍ମାଣ ବେଳେ ବୋମା ବିସ୍ଫୋରଣର ଶିକାର ହୋଇଥିବା ପରିବାର ନିର୍ମାତାଙ୍କ ବିରୋଧରେ ହାଇକୋର୍ଟକୁ ଯାଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ମାମଲାର ସମାଧାନ ହେବାସହ କୋର୍ଟରୁ ମାମଲା ଉଠାଇ ନିଆଯାଇଥିଲା। ଏହି ବିବାଦକୁ ଆଧାରକରି ମହୋତ୍ସବ ଆୟୋଜକ ଫିଲ୍ମକୁ ସ୍କ୍ରିନିଂ ପ୍ରକ୍ରିୟାରୁ ବାଦ୍‌ ଦେଇଥିବା କୁହାଯାଇଛି। ଏନେଇ ଫିଲ୍ମ ପ୍ରଯୋଜକ ଶ୍ରୀଧର ମାର୍ଥା କହିଛନ୍ତି, ପ୍ରଥମେ ଚୟନ କରିଦେଇ ଏଭଳି ଶେଷ ମୁହୂର୍ତ୍ତରେ ଏକ ସ୍ବାଧୀନ ସିନେମାକୁ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ଦେବା ଅପମାନଜନକ। ଫିଲ୍ମରେ କୌଣସି ବିବାଦୀୟ ଦୃଶ୍ୟ କିମ୍ବା ତଥ୍ୟ ନାହିଁ। ବୋମା ବିସ୍ଫୋରଣରେ ପୀଡ଼ିତ ପରିବାରଙ୍କ ବିରୋଧରେ ଏଥିରେ କୌଣସିଭାବେ ଭ୍ରମାତ୍ମକ ତଥ୍ୟ ଦିଆଯାଇନାହିଁ। ଭଲ ଫିଲ୍ମ ବୋଲି ନିଶ୍ଚିନ୍ତ ଭାବେ ସେମାନେ ପ୍ରଥମେ ଚୟନ କରିଥିଲେ। ହେଲେ ଏବେ ଉକ୍ତ ପରିବାରଙ୍କ ଚାପରେ ଶେଷ ମୁହୂର୍ତ୍ତରେ ଫିଲ୍ମକୁ ବାଦ୍‌ ଦିଆଯାଇଛି। ଏହାଦ୍ୱାରା ଭବିଷ୍ୟତରେ ସ୍ବାଧୀନ ଏବଂ ମୌଳିକଧର୍ମୀ କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ପ୍ରଯୋଜକ ଭୟ କରିବେ ବୋଲି ମାର୍ଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଗୁଡ୍‌ ମର୍ନିଂ’ କହି ଟ୍ରୋଲ୍‌ ହେଲେ ବିଗ୍‌-ବି

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ। ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ଏବଂ ବ୍ଲଗ ସାହାଯ୍ୟରେ ସେ ନିଜ ପ୍ରଶଂସକଙ୍କ ସହ ଯୋଗାଯୋଗରେ...

ବଲିଉଡ୍‌ରେ ଶ୍ୱେତାଙ୍କ ଝିଅ ପଲକଙ୍କ ଡେବ୍ୟୁ

ଫିଲ୍ମ ତଥା ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଶାଲ ମିଶ୍ରଙ୍କ ଫିଲ୍ମ ‘ରୋଜି’ରେ ତାଙ୍କୁ ମୁଖ୍ୟ ଭୂମିକାରେ...

ଭିଡିଓ ଶେୟାର କରି ସୋସିଆଲ ମିଡିଆ ଛାଡିଲେ ମୁନାୱର ଫାରୁକି

ମୁମ୍ବାଇ,୪ ।୧୦: ଷ୍ଟାଣ୍ଡଅପ୍ କମେଡି ଦୁନିଆରେ ମୁନାୱର ଫାରୁକିଙ୍କ ନାମ ବେଶ ଜଣାଶୁଣା । ତାଙ୍କର ନିଆରା ଅନ୍ଦାଜରେ ସେ ଲୋକଙ୍କୁ ଖୁବ୍ ହସାଇଥାଆନ୍ତି ।...

ଫରହାନ ଅଖତରଙ୍କୁ ପୂରିଲା ୪୬: ପାଠପଢ଼ା ଅଧାରୁ ଛାଡି ବଲିଉଡ୍‌ରେ ଦେଇଥିଲେ ପାଦ; ୫୦ ଥର ଦେଖିଛନ୍ତି ଶୋଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଅଭିନେତା ତଥା ଫିଲ୍ମ ନିର୍ମାତା ଫରହାନ ଅଖତର ଗୁରୁବାର ତାଙ୍କର ୪୬ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୯୭୪ ଜାନୁୟାରୀ ୯ରେ ମୁମ୍ବାଇଠାରେ...

ଅର୍ଜୁନଙ୍କ ଇଂରାଜୀ ପ୍ରଫେସର ହେଲେ ତାରା

ମୁମ୍ବାଇ: ଫିଲ୍ମ ‘ଏକ ଭିଲେନ ରିଟନର୍ସ’ର କୋ ଷ୍ଟାର ତାରା ସୁତାରିଆ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ଭଲ ବଣ୍ଡିଂ ଦେଖିବାକୁ ମିଳିଛି । ନିକଟରେ...

କିଆରାଙ୍କୁ ବଡ ସରପ୍ରାଇଜ ଦେଲେ ରାମ ଚରଣ

ମୁମ୍ବାଇ: ରାମ ଚରଣ ଜଣେ ଭଲ ଅଭିନେତା ହୋଇଥିବା ବେଳେ ଜଣେ ଭଲ କୋ-ଷ୍ଟାର ଓ ବନ୍ଧୁ ବି ହୋଇପାରନ୍ତି । ଅଭିନେତା ତାଙ୍କ ଆରସି-୧୫ର...

ମା’ ହେବାକୁ ଚାହୁଁନାହାନ୍ତି ରାମ ଚରଣଙ୍କ ସ୍ତ୍ରୀ ଉପାସନା

ହାଇଦ୍ରାବାଦ: ବିବାହର ଦଶ ବର୍ଷ ବିତିଲାଣି। ହେଲେ ମା’ ହେବାକୁ ଚାହୁଁନାହାନ୍ତି ଆର୍‌ଆର୍‌ଆର୍‌ ଅଭିନେତା ରାମ ଚରଣଙ୍କ ସ୍ତ୍ରୀ ଉପାସନା କାମିନେନୀ। ପୂର୍ବରୁ ଏନେଇ ଅନେକ...

କାର୍ତ୍ତିକଙ୍କ ସହିତ ଭାଲେଣ୍ଟାଇନ୍‌ ଡେ ପାଳିବେ ସାରା ଅଲ୍ଲୀ ଖାଁ !

ମୁମ୍ବାଇ: ସମ୍ପ୍ରତି ଇମ୍‌ତିଆଜ୍‌ ଅଲ୍ଲୀଙ୍କ ଫିଲ୍ମ ‘ଲଭ୍‌ ଆଜ୍‌କଲ୍‌’କୁ ନେଇ ବଲିଉଡ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇ ସାରିଛି। ଟ୍ରେଲର...

Advertisement
Archives

Model This Week