କୃଷିବୀମା ମିଳିବାରେ ବିଳମ୍ବ: ୪ ମାସ ମଧ୍ୟରେ ଫଇସଲା କରିବାକୁ ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ

କେନ୍ଦୁଝର, ୧୫ା୫ (ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଚାଷୀମାନେ ୨୦୧୫ରେ ପ୍ରିମିୟମ ଅର୍ଥ ଦେଇଥିଲେ ହେଁ ମରୁଡି ଯୋଗୁ୍‌ କ୍ଷତିଗ୍ରସ୍ତ ହୋଇଥିବା ବହୁ ଚାଷୀଙ୍କୁ ଅଦ୍ୟାବଧି କୃଷିବୀମା ବାବଦ ଅର୍ଥ ମିଳୁ ନ ଥିବାରୁ ଚିନ୍ତାରେ ରହିଛନ୍ତି। ସରକାର କାଳିଆ ଯୋଜନାରେ ଚାଷୀଙ୍କୁ ସହାୟତା ଦେଉଥିବା କହୁଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଦେବାରେ ଅବହେଳା କାହିଁକି କରୁଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। କ୍ଷତିପୂରଣ ପାଇଁ ବିଭିନ୍ନ ବିଭାଗ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନ ପାଇବାରୁ ଧାରକରଜ କରି ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ପଡିଛି।

ଏଭଳି ଝୁମ୍ପୁରା ବ୍ଲକର ଖୁଣ୍ଟାପଡା ଓ ଅର୍ଶଳା ପଞ୍ଚାୟତର ବାରଖଣ୍ଡିଆ, ମହାଦେବପୁର, ଅସୁକି, ଖୁଣ୍ଟାପଡା, ଅର୍ଶଳା, ଦୁର୍ଗାପୁର, ଅନ୍ଧାରୀ ଖମଣ, ସୁଣ୍ଢି ମୁରୁସୁଆଁ, ବଳଭଦ୍ରପୁର, ପ୍ରଭାତିପୁର ଆଦି ଗ୍ରାମର ୫୦ ଜଣ ଚାଷୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ପିଟିଶନ ଦାଖଲ କରିଥିଲେ ା ରିଟ୍‌ ପିଟିଶନ କେସ ନମ୍ବର ୬୩୨୭, ୬୩୨୮, ୬୩୨୯,୬୩୩୦, ୬୩୩୧ର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ଏପ୍ରିଲ ୮, ୨୦୧୯ ରେ ଜିଲାପାଳଙ୍କୁ ଚାଷୀଙ୍କ ଅଭିଯୋଗର ଶୁଣାଣି ୪ ମାସ ମଧ୍ୟରେ କରିବାକୁ ଆଦେଶ କରିଛନ୍ତି।

ଏ ନେଇ ସୋମବାର ଧରଣୀଧର ସାହୁ, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରସନ୍ନ କୁମାର ନାଏକ, ଦୁର୍ଲ୍ଲଭ ବେହେରା, ଦୁଃଖବନ୍ଧୁ ବାରିକ, ନୀଳମଣି ବେହେରା, ପ୍ରମୋଦ କୁମାର ସାହୁ, ପରମାନନ୍ଦ ଦଣ୍ଡସେନାଙ୍କ ସମେତ ଚାଷୀମାନେ ଜିଲାପାଳଙ୍କୁ ଲିଖିତ ରାୟର କପି ସହ ଜଣାଇ ତୁରନ୍ତ ଫଇସଲା କରି ବୀମା ଅର୍ଥ ଦେବାକୁ ଦାବି କରିଛନ୍ତି। ଏ ନେଇ ଜିଲାପାଳ ଆବେଦନକାରୀଙ୍କୁ ଶୁଣାଣି କରିବାକୁ କୋର୍ଟ ଆଦେଶ କରିଛନ୍ତି।  ଜିଲାର କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ସେମାନଙ୍କ କ୍ଷତିପୂରଣ ବାବଦକୁ ବୀମା ଅର୍ଥ ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri