କୃଷକଙ୍କ ସଂଖ୍ୟା ଜାଣିନାହାନ୍ତି ସରକାର

ଭୁବନେଶ୍ୱର,୨୭।୬(ବ୍ୟୁରୋ): କୃଷକଙ୍କ ସଂଖ୍ୟାକୁ ନେଇ ବୁଧବାର ବିଧାନସଭା ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ। ୨୦୧୦ରୁ ଏପର୍ଯ୍ୟସ୍ତ ରାଜ୍ୟରେ କେତେ ଚାଷୀ ଅଛନ୍ତି ଓ କେତେ କମିଛନ୍ତି ତା’ର ଜବାବ ତଲବ କରିଥିଲେ। ଚାଷୀ ଗଣନା କରା ନ ଯାଇ କାଳିଆ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ବୋଲି ବିରୋଧୀ ଦଳ ସଦସ୍ୟମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଅଡୁଆରେ ପକାଇଥିଲେ। ମନ୍ତ୍ରୀ ବିରୋଧୀଙ୍କ ପ୍ରଶ୍ନକୁ ଚତୁରତାର ସହ ଏଡାଇ ଦେଇଥିଲେ।
ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ପଚାରିଥିବା ପ୍ରଥମ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ରାଜ୍ୟରେ ୨୦୧୦ ବେଳକୁ କୃଷି ଉପରେ କେତେ ଲୋକ ନିର୍ଭର କରୁଥିଲେ, ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ କମିଛି। ସରକାରଙ୍କ ଭୁଲ କୃଷିନୀତି ଯୋଗୁ ବହୁ କୃଷକ ଚାଷ ଛାଡୁଥିବା ଅଭିଯୋଗ ସତ୍ୟ କି। ଶିକ୍ଷିତ ଯୁବତୀଯୁବକଙ୍କୁ କୃଷିକ୍ଷେତ୍ରକୁ ଆଣିବା ପାଇଁ ସରକାର କି ଉଦ୍ୟମ କରିଛନ୍ତି ବୋଲି ତାରା ମୂଳ ପ୍ରଶ୍ନରେ ପଚାରିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଥିଲେ, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ସେମାନଙ୍କ ମଧ୍ୟରୁ ୩୨.୮୦ ଲକ୍ଷ କୃଷକ ଏବଂ ୨୪.୨୦ ଲକ୍ଷ କୃଷିଶ୍ରମିକ ଅଛନ୍ତି । ୨୦୨୧ରେ ପରବର୍ତ୍ତୀ ଜନଗଣନା ହେବ। ଏହାପରେ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତାହା ଆକଳନ କରିହେବ। ସରକାରଙ୍କ ଭୁଲ କୃଷିନୀତି ଯୋଗୁ କୃଷକ ପରିବାର ଚାଷ ଛାଡୁଥିବା ଅଭିଯୋଗ ସତ୍ୟ ନୁହେଁ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ରାଜ୍ୟରେ ଚାଷୀଙ୍କ ସଂଖ୍ୟା କମିବା ଓ ଧାନର ଅଭାବୀ ବିକ୍ରି ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସରକାର ଯଦି ରାଜ୍ୟରେ କେତେ କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଅଛନ୍ତି ତାହା ଗଣନା କରିନାହାନ୍ତି ତେବେ କାଳିଆ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି କିପରି। କେଉଁ ଚାଷୀଙ୍କୁ ଟଙ୍କା ଦିଆଯାଉଛି। ଏହି ଯୋଜନାରେ କେତେଜଣଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଦିଆଗଲାଣି । ସେ କଥା ଗୃହରେ ଉଲ୍ଲେଖ କରାଯାଉ। ୨୦୦୧ରେ ରାଜ୍ୟରେ କେତେ କୃଷକ ଥିଲେ, କେତେ ଚାଷ ଛାଡ଼ିଛନ୍ତି, କୃଷିନୀତିରେ କେତେ ଲୋକଙ୍କୁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ସହାୟତା ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ପାଣି ଯୋଗାଇବା ଲାଗି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କେବେ ମରାମତି କରାଯିବ ବୋଲି ପ୍ରଶ୍ନ କରିଥିଲେ। ମନ୍ତ୍ରୀ ପ୍ରଶ୍ନର ଉତ୍ତର ସିଧାସଳଖ ନ ଦେଇ କହିଥିଲେ ଯେ, ପ୍ରତି ୧୦ ବର୍ଷରେ ଜନଗଣନା ହୁଏ । କାଳିଆ ଯୋଜନାରେ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି)ରେ୨୨ଲକ୍ଷ ଚାଷୀ ଅଛନ୍ତି। ସବୁଜ ଫର୍ମରେ ଯେଉଁମାନେ ଆବେଦନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀମାନେ ଜିଲା ଓ ବ୍ଲକସ୍ତରରେ ସେଗୁଡିକୁ ଶ୍ରେଣୀଭୁକ୍ତ କରିଛନ୍ତି। ୫୦ ଲକ୍ଷ ଲୋକଙ୍କ ପାଖରେ କାଳିଆ ଯୋଜନା ସହାୟତା ପହଞ୍ଚିଲାଣି। ୭୫ ଲକ୍ଷ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ୨୦୦୧ରୁ ୨୦୧୧ ମଧ୍ୟରେ କେତେ ଚାଷୀ ଥିଲେ, କେତେ ଚାଷ କାର୍ଯ୍ୟ ଛାଡ଼ିଛନ୍ତି, ସେ ତଥ୍ୟ ମୋ ପାଖରେ ନାହିଁ। ପରେ ଏହାକୁ ଅନୁଧ୍ୟାନ କରାଯିବ। ତେବେ ଜନସଂଖ୍ୟା ବଢ଼ୁଥିବାରୁ ଚାଷୀଙ୍କ ସଂଖ୍ୟା ବଢ଼ୁଥାଇପାରେ ବୋଲି ସେ କହିଥିଲେ। ବାଚସ୍ପତି ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ଚାଷ ଓ ଚାଷୀ ସମସ୍ୟା ସମାଧାନ ପାଇଁ ସମସ୍ତ ବିଧାୟକଙ୍କୁ ଡାକି ବୈଠକ କରାଯିବ ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri