କୃତ୍ରିମ ହ୍ରଦ ପାଲଟିଛି ଚୋରଦା କାଳୀ ମେଲଣ ପଡିଆ

ଯାଜପୁର ରୋଡ,୩୦-୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ୯ ନମ୍ବର ୱାର୍ଡରେ ଥିବା କାଳୀ ମେଲଣ ପଡ଼ିଆ ଶୋଚନୀୟ ହୋଇପଡିଛି। ଏହା ସହରର ମୁଖ୍ୟ ପଡିଆ ହୋଇଥିବାରୁ କାଳି ମେଲଣ ଯାତ୍ରା ସହ ଧର୍ମସଭା, ନାମଯଜ୍ଞ ଏବଂ ସଭା-ସମିତି ଆୟୋଜିତ ହୋଇଥାଏ। ହେଲେ ପଡିଆର ରକ୍ଷଣାବେକ୍ଷଣ ପ୍ରତି ପୌର ପରିଷଦ ଓ ଜିଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନାହିଁ। ଚୋରଦା ବାଇପାସ୍‌ଠାରୁ କହ୍ନେଇପୁର ପର୍ଯ୍ୟନ୍ତ ରାସ୍ତାକଡ଼ରେ ରହିଥିବା ପୂର୍ତ୍ତ ବିଭାଗ ଅଧୀନ ଡ୍ରେନ୍‌ଟି ଅସମ୍ପୂର୍ଣ୍ଣ ହୋଇପଡିଛି। ଏହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ୪ ବର୍ଷରୁ ଊର୍ଦ୍ଧ୍ୱ ହେବ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ରାସ୍ତା ମରାମତି କରିଥିଲେ ମଧ୍ୟ ଡ୍ରେନ୍‌ ଉପରେ ଗୁରୁତ୍ୱ ଦେଉନାହିଁ। ପୌରପରିଷଦ ସହରବାସୀଙ୍କ ସୁବିଧା ପାଇଁ ପୌରପାଣ୍ଠିରୁ କିଛି ଅଂଶ ଡ୍ରେନ୍‌ କରିଥିଲା। ହେଲେ ପୂର୍ତ୍ତ ବିଭାଗ ଅଧୀନରେ ଡ୍ରେନ୍‌ ଟି ଥିବାରୁ ପୌରପାଣ୍ଠି ବିନିଯୋଗ ନ ହୋଇ ପାରିବାରୁ ଚୋରଦା ଛକ ଠାରୁ କହ୍ନେଇପୁର ଅଞ୍ଚଳର ଅଗ୍ନିଶମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ଅସମ୍ପୂର୍ଣ୍ଣ ହୋଇପଡିଛି। ଏବେ ବର୍ଷା ଦିନ ହୋଇଥିବାରୁ ପଡିଆରେ କହ୍ନେଇପୁର ଅଞ୍ଚଳର ସମସ୍ତ ଡ୍ରେନ୍‌ ପାଣି ଓ ବର୍ଷା ଜଳ ପଡିଆରେ ପଶି କୃତ୍ରିମ ହ୍ରଦ ସୃଷ୍ଟି କରୁଛି। ଏ ସମ୍ପର୍କରେ ସାମାଜିକ କର୍ମୀ ପବିତ୍ର ମହାନ୍ତି କହନ୍ତି, ପଡିଆଟି ଚୋରଦା ଗ୍ରାମର ଗ୍ରାମବାସୀଙ୍କ ଉଦ୍ୟମ ଯୋଗୁ ରହିଛି। ପଡିଆର ଉନ୍ନତି ପାଇଁ ପୌର ପରିଷଦ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହଁି। ବର୍ଷା ପାଣିରେ ପଡିଆର ମାଟି ଧୋଇ ହୋଇଯାଉଛି। ନର୍ଦ୍ଦମା ପାଣି ପଡିଆର ପରିବେଶକୁ ନଷ୍ଟ କରୁଛି। ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି। ଏ ବାବଦରେ ପୌରପରିଷଦର କନିଷ୍ଠଯନ୍ତ୍ରୀ ବିଜୟ ମହାପାତ୍ରଙ୍କୁ ପଚାରିବାରୁ, ଡ୍ରେନ୍‌ ଓ ରାସ୍ତାଟି ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ତ୍ତ ବିଭାଗ ଡ୍ରେନ୍‌ ନିର୍ମାଣ କରିବା କାର୍ଯ୍ୟ। ତେଣୁ ପୌରପରିଷଦ ପକ୍ଷରୁ ଏ ସମ୍ପର୍କରେ ପୂର୍ତ୍ତ ବିଭାଗରକୁ ଚିଠି ମାଧ୍ୟମରେ ଜଣାଯାଇଛି ବୋଲି କହିଛନ୍ତି। ପୂର୍ତ୍ତ ବିଭାଗର ଏସ୍‌ଡିଓ ମନୋଜ ମହାପାତ୍ରଙ୍କୁ ପଚାରିବାରୁ, ଡ୍ରେନ୍‌ ଓ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି। ପଡିଆରେ ଜମି ରହିଥିବା ପାଣି ନିଷ୍କାସନ ପାଇଁ ଏକ ଅସ୍ଥାୟୀ ଡ୍ରେନ୍‌ ନିର୍ମାଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷରେ ନୂଆ ପଦକ୍ଷେପ

ଯାଜପୁର,୩୧ା୧୨: : କର୍କଟ ପୀଡିତଙ୍କ ପାଇଁ 14 ଇଞ୍ଚ କେଶଦାନ କଲେ ଜୟ ମହାକାଳ ଫାଉଣ୍ଡେସନର ସଦସ୍ୟା ପୂଜାରାଣୀ ବେହେରା । ଇଂରାଜୀ ନୂଆବର୍ଷ ଆରମ୍ଭକୁ...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଡ଼ମଧୁପୁରରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ, ରାଜବାଟି ବୁଲି ଫ୍ୟାନ୍ସଙ୍କ ସହ ଫଟୋ ଉଠାଇଲେ

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଗଡ଼ମଧୁପୁର ରାଜବାଟିରେ ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂ ପହଞ୍ଚିବା ପରେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ବରୁଣେଶ୍ୱର ମକର ମେଳା: ୫ରୁ ମିଳିବ ବ୍ୟବସାୟୀଙ୍କୁ ଷ୍ଟଲ ରସିଦ

ବିଞ୍ଝାରପୁର,୨୮ା୧୨(ରାମକୃଷ୍ଣ ଦାସ): ଆସନ୍ତା ଜାନୁଆରୀ ୧୪ ମକର ସଂକ୍ରାନ୍ତିଠାରୁ ବିଞ୍ଝାରପୁର ବ୍ଲକ୍‌ ଅଧୀନ ଅରେଇ ପଞ୍ଚାୟତର ବରୁଣେଶ୍ୱର ମକର ମେଳା ପଡ଼ିଆରେ ରାଜ୍ୟସ୍ତରୀୟ ମେଳା ଅନୁଷ୍ଠିତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri