କୁଳସଚିବ, ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିିସ,୨୫ା୭- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନ ଡିଗ୍ରୀ କଲେଜ ଛାତ୍ରୀଛାତ୍ରଙ୍କ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର ବ୍ୟାକ ପେପର ପରୀକ୍ଷା ଫଳ ବର୍ଷକ ପରେ ବି ପ୍ରକାଶ ପାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ଶିକ୍ଷାବର୍ଷରେ ସ୍ନାତକୋତ୍ତର, ଏମବିଏ, ଏମସିଏ ଆଦିରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବ୍ୟାକ ପେପର ପରୀକ୍ଷା ଦେଇଥିବା ଅନେକ ଛାତ୍ରୀଛାତ୍ର ଏସବୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେ ବୋଲି ଆଶଙ୍କା ରହିଛି। ତେଣୁ ନାମଲେଖା ପ୍ରକ୍ରିୟା ଚାଲିଥିବା ମଧ୍ୟରେ ପରୀକ୍ଷାଫଳ ପ୍ରକାଶ କରିବା ଦାବି ନେଇ ଛାତ୍ରୀଛାତ୍ରମାନେ କୁଳସଚିବଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ ା ଏ ଦିଗରେ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଛାତ୍ରୀଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ ା ବିଶ୍ୱବିଦ୍ୟାଳୟ ଅଧୀନରେ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନର ଦ୍ୱିତୀୟ ସେମିଷ୍ଟର ବ୍ୟାକପେପର ପରୀକ୍ଷା ୨୦୧୮ ମାର୍ଚ୍ଚ ଏବଂ ତୃତୀୟ ସେମିଷ୍ଟର ବ୍ୟାକପେପର ପରୀକ୍ଷା ଡିସେମ୍ବରରେ ହୋଇଥିଲା ା ହେଲେ ଏ ଯାଏ ଫଳ ପ୍ରକାଶ ପାଇନି। ଫଳରେ ଦ୍ୱିତୀୟ ଓ ତୃତୀୟ ସେମିଷ୍ଟର କିଛି ବିଷୟରେ ବ୍ୟାକ୍‌ ରହିଥିବା ବିଦ୍ୟାର୍ଥୀମାନେ ଅନ୍ୟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଚଳିତବର୍ଷ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା ଅଭିଯୋଗ ହୋଇଛି ା ଚଳିତ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର, ଏମବିଏ, ଏମସିଏ ଭଳି ପାଠ୍ୟକ୍ରମରେ ନାମ ଲେଖା ପ୍ରକ୍ରିୟା ୨୨ରୁ ଆରମ୍ଭ ହୋଇଛି। ଜୁଲାଇ ୨୭ ମଧ୍ୟରେ ଏହା ଶେଷ ହେବ ା ହେଲେ ବ୍ୟାକ୍‌ ପେପର ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ଯୋଗୁ ଅନେକ ଚଳିତ ବର୍ଷ ଉଚ୍ଚଶିକ୍ଷାରେ ନାମଲେଖାଇବା ଅସମ୍ଭବ ହୋଇପଡିଥିବା କିଛି ବିଦ୍ୟାର୍ଥୀ କହିଛନ୍ତି ା
ଜିତେଶ କୁମାର ଦାଶ ଚଳିତବର୍ଷ ଓଜେଇରେ ରାଜ୍ୟସ୍ତରରେ ୩୨ ର଼୍ୟାଙ୍କରେ ରହିଛନ୍ତି ା ଭୁବନେଶ୍ୱରର ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋପରିଟିଭ ମ୍ୟାନେଜମେଣ୍ଟ ଅନୁଷ୍ଠାନରେ ସେ ଏମବିଏ ପାଇଁ ନାମଲେଖା ସୁଯୋଗ ପାଇଛନ୍ତି ା ଗୁରୁବାର ଉକ୍ତ କଲେଜରେ ନାମଲେଖା ହେବାକୁ ଥିବାବେଳେ ପଦାର୍ଥ ବିଜ୍ଞାନର ଦୁଇଟି ବ୍ୟାକ୍‌ପେପର ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିବା କହିଛନ୍ତି । ସେହିପରି ଛାତ୍ର ଅବିନାଶ ଜେନାଙ୍କ ପଦାର୍ଥ ବିଜ୍ଞାନର ଦ୍ୱିତୀୟ ସେମିଷ୍ଟାର ବ୍ୟାକପେପର ଫଳାଫଳ ପ୍ରକାଶ ପାଇ ନଥିବାରୁ ସେ ଓଜେଇରେ ରାଜ୍ୟସ୍ତରରେ ୫୫ ର଼୍ୟାଙ୍କ ହାସଲ କରିଥିଲେ ମଧ୍ୟ ଏମବିଏ ପାଠ୍ୟକ୍ରମରେ ନାମ ଲେଖାଇ ପାରୁ ନ ଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର ପ୍ରିତମ ପ୍ରସାଦ ପାଢୀ ଓଜେଇଇରେ ଓଡିଶାରେ ୪୮୯ ର଼୍ୟାଙ୍କ ହାସଲ କରିଛନ୍ତି ା ବ୍ୟାକପେପର ପରୀକ୍ଷା ଫଳ ପ୍ରକାଶ ପାଇ ନ ଥିବାରୁ ସେ ଏମବିଏରେ ନାମ ଲେଖାଇବାରୁ ବଞ୍ଚିତ ହେବେ। ଉଦ୍ଭିଦ ବିଜ୍ଞାନରେ ଦ୍ୱିତୀୟ ସେମିଷ୍ଟାରରେ ବ୍ୟାକ ରହିଥିବା ଛାତ୍ର ସ୍ବର୍ଣ୍ଣନନ୍ଦ ମୁଦୁଲି ଖଲ୍ଲିକୋଟ ମହାବିଦ୍ୟାଳୟରେ ସ୍ନାତକୋତ୍ତରରେ ନାମ ଲେଖାଇବାକୁ ସୁଯୋଗ ପାଇଥିଲେ ମଧ୍ୟ ନିରାଶ ହୋଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ା ଏକ ବର୍ଷ ପରେ ବି ଫଳାଫଳ ପ୍ରକାଶ କରା ନ ଯିବା ବିଶ୍ୱବିଦ୍ୟାଳୟ ପାଇଁ ଅତ୍ୟନ୍ତ ନିନ୍ଦନୀୟ ବୋଲି ଛାତ୍ରୀଛାତ୍ରମାନେ କହିଛନ୍ତି ା ପରୀକ୍ଷା ଫଳ ପ୍ରକାଶ ଦାବି ନେଇ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଘେରିଥିଲେ ା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଅଧ୍ୟାପକଙ୍କ ଅଭାବ ଯୋଗୁ ପରୀକ୍ଷାଖାତା ମୂଲ୍ୟାୟନରେ ବିଳମ୍ବ ହେଉଥିବା କୁଳସଚିବ ରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି ା ଖୁବଶୀଘ୍ର୍ର ପରୀକ୍ଷା ଫଳ ପ୍ରକାଶ ପାଇଁ ଚେଷ୍ଟା କରାଯାଉ ଥିବା ପରୀକ୍ଷା ନିୟନ୍ତ୍ରକ ସୁରେନ୍ଦ୍ର ସେଠୀ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଟପିଲା ଶିକାରୀଙ୍କ ବର୍ବରତା; ବୋମା ଖାଇ ବାରହା ମୃତ, ୩ ଗିରଫ

ଭଞ୍ଜନଗର,୪/୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ବେଲଗୁଣ୍ଠା ରୋଡ କନ୍ଧସାହି ନିକଟରୁ ପୋଲିସ ରବିବାର ପ୍ରତ୍ୟୁଷରେ ୩ ଜଣ...

କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି, ଶ୍ରୀପଞ୍ଚମୀରେ ପାଳନ ହେବ ମହୋତ୍ସବ

ଦିଗପହଣ୍ଡି,୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ସମ୍ମିଳନୀ କକ୍ଷରେ ରବିବାର ମଧ୍ୟାହ୍ନ ରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା...

ଦିଗପହଣ୍ଡି ଦୁର୍ଘଟଣା; ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ-ବିଧାୟକ, ରେଡକ୍ରସ ପାଣ୍ଠିରୁ ସହାୟତା ଘୋଷଣା   

ଦିଗପହଣ୍ଡି,୪|୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳ ପ୍ରାୟ ୯ ଟାରେ ଯାତ୍ରୀବାହୀ ମିନିବସ...

ଚାଲିଗଲେ ଭଞ୍ଜନଗର ଅଞ୍ଚଳର ମାମୁ, ଫୁଲ ତୋଳି ଆସିବା ପରେ ହଠାତ୍‌…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଚାକୁଣ୍ଡାପଲ୍ଲୀ ରାସ୍ତାରେ ରହୁଥିବା ସିମାଞ୍ଚଳ ପାଣିଗ୍ରାହୀ (୬୮) ରବିବାର ସକାଳେ ପରଲୋକ ଗମନ କରିଛନ୍ତି। ସେ ଭଞ୍ଜନଗର...

ମଦ ପିଇ ଚଲାଇଲେ ଆକ୍ସନ, ହଳଦିଆପଦର ବସଷ୍ଟାଣ୍ଡରେ ଆମ ବସ ଡ୍ରାଇଭରଙ୍କୁ ଚେକିଂ

ଛତ୍ରପୁର, ୪/୧(ଦିଲ୍ଲୀପ ସାମଲ) : ଆଉ ଢ଼ିଲା ନାହିଁ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ପରେ ଆରମ୍ଭ ହେଲା ଆକ୍ସନ୍। ଏଣିକି...

ବନ୍ଦ ଘରକୁ ଟାର୍ଗେଟ୍‌ କରି କରୁଥିଲେ ଚୋରି, ୨ ଚୋରଙ୍କ ପାଖରୁ ମିଳିଲା ବିଦେଶୀ ଟଙ୍କା ସହ…

ଭଞ୍ଜନଗର,୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଦୁଇଟି ଚୋରି ମାମଲାର ରାକେଟକୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଛି। ସେମାନେ ହେଲେ ବାଉଁଶଲୁଣ୍ଡିର ବଳିଆ...

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇଟି ଟ୍ରଙ୍କରେ ୩୦ ହଜାରର ଚାର୍ଜଶିଟ ଦାଖଲ

ବ୍ରହ୍ମପୁର,୪/୧(ସୁବାସ ଚନ୍ଦ୍ର ପାଢ଼ୀ):  ଆଇନଜୀବୀ ତଥା ବିଜେପି ନେତା  ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାର୍ଜଶିଟ ଦାଖଲ କଲା ପୋଲିସ । ଦୁଇଟି ଟ୍ରଙ୍କରେ ଏହି...

ଭୟଙ୍କର ଦୁର୍ଘଟଣା: ମିନିବସ୍‌-ପିକଅପ୍‌ ମୁହାମୁହିଁ ଧକ୍କା, ୩୦ରୁ ଊର୍ଦ୍ଧ୍ୱ ….

ଦିଗପହଣ୍ଡି,୪।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ଝାଟିପିଟିଆ ଗ୍ରାମ ନିକଟରେ ରବିବାର ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ମିନିବସ ନଂ.(ଓ ଆର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri