Posted inଖେଳ

କୁମାର ଭରତ ‘ଭୁବନେଶ୍ୱର କୁମାର’

ପୁରୁଣା ଭୁବନେଶ୍ୱର, ୧୭।୪(ଡି.ଏନ.ଏ.)- ରାମେଶ୍ୱର କ୍ଲବ ଆନୁକୂଲ୍ୟରେ ‘ଭୁବନେଶ୍ୱର କୁମାର’ ଜିଲା ସ୍ତରୀୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଓ କ୍ଲବର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଏମ୍‌ସି ବଉଳଗଡ଼ ଜିମ୍‌ର କୁମାର ଭରତ ପ୍ରଥମସ୍ଥାନ ଅଧିକାର କରି ‘ଭୁବନେଶ୍ୱର କୁମାର’ ଟାଇଟଲ ଜିତିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ଜେନା,  ଓମ୍‌କାର ଦାଶ ମହାପାତ୍ର, ସୋନୁ ଶ୍ରେଷ୍ଠ, ବିକ୍ରମ ମହାରଣା, ପ୍ରିୟବ୍ରତ ଦାସ, ବିଚିତ୍ର ନାୟକ, ଅବିନାଶ ଷଣ୍ଢ, ପ୍ରମୋଦ କୁମାର ସ୍ବାଇଁ, ଜଗଜିତ ମହାପାତ୍ର ଯଥାକ୍ରମେ ଦ୍ୱିତୀୟରୁ ୧୦ମ ସ୍ଥାନ ଅଧିକାର କରିଥିଲେ। ରାଜ୍ୟ ସଂଘ କର୍ମକର୍ତ୍ତାଙ୍କ ସହ ବରିଷ୍ଠ ପ୍ରଶିକ୍ଷକ ସୁରେନ୍ଦ୍ରନାଥ ଗୌଡ଼, ରାଜକିଶୋର ମଲ୍ଲିଆ ବିଚାରକ ଏବଂ ଦିବାକର ପ୍ରହରାଜ ଓ ବିନୋଦ କୁମାର ମହାରଣା ଷ୍ଟେଜ ମାର୍ଶାଲ ଦାୟିତ୍ୱ ନିର୍ବାହ କରିଥିଲେ। ସୁରେଶ ଚନ୍ଦ୍ର ମନ୍ତ୍ରୀ ଏବଂ ଅନୁଷ୍ଠାନର ଆଜୀବନ ସଭାପତି ସୁରେଶ କୁମାର ରାଉତରାୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ରାମେଶ୍ୱର କ୍ଲବର ସଭାପତି ଅକ୍ଷୟ କୁମାର ଦିକ୍ଷୀତ, ସମ୍ପାଦକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩ ଲକ୍ଷର ଓ୍ବାଟର ପ୍ୟୁରିଫାୟାର ଧରି ବୁଲୁଛନ୍ତି ଗିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ ଦଳ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ପାଇଁ ଇନ୍ଦୋରରେ ପହଞ୍ଚିଛି। ଇନ୍ଦୋର ସମ୍ପ୍ରତି ଏଠାରେ ଥିବା ଦୂଷିତ ପାଣି ଯୋଗୁ ସାରା...

ଆଲିବାଗରେ କୋଟି କୋଟି ଟଙ୍କାର ସମ୍ପତ୍ତି କିଣିଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ,୧୭।୧: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମହାରାଷ୍ଟ୍ରର ଆଲିବାଗରେ ଜମି କିଣିଛନ୍ତି। ସେମାନଙ୍କର ପୂର୍ବରୁ ଆଲିବାଗରେ ଏକ...

ମୁମ୍ବାଇ ଟିମକୁ ବଡ଼ ଝଟକା, ହଠାତ ରଣଜୀ ଟ୍ରଫିରୁ ଓହରିଗଲେ ଅଜିଙ୍କ୍ୟ ରାହାଣେ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୭।୧: ମୁମ୍ବାଇର ଅଭିଜ୍ଞ ବ୍ୟାଟସମ୍ୟାନ ଅଜିଙ୍କ୍ୟ ରାହାଣେ ରଣଜୀ ଟ୍ରଫିରେ ଖେଳିବେ ନାହିଁ। ସେ ମୁମ୍ବାଇ କ୍ରିକେଟ ଆସୋସିଏସନ (ଏମସିଏ)କୁ ସୂଚନା ଦେଇଛନ୍ତି ଯେ ସେ...

ମଥାରେ ଚନ୍ଦନ ଲେପ, ମନରେ ଅପାର ଭକ୍ତି, ଭୋର ୪ଟାରୁ ଉଠି ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହେଲେ ବିରାଟ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ବର୍ତ୍ତମାନ ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ଗତ କିଛି ବର୍ଷ ମଧ୍ୟରେ, ସେ ତାଙ୍କ...

ବାଂଲାଦେଶ କ୍ରିକେଟରଙ୍କୁ ମିଳୁଛି ହତ୍ୟା ଧମକ, ଅଧ୍ୟକ୍ଷ କହିଲେ…

ଢାକା,୧୬।୧: ବାଂଲାଦେଶ କ୍ରିକେଟରେ ବର୍ତ୍ତମାନ କିଛି ଭଲ ଚାଲିଛି ନାହିଁ। ଗୁରୁବାର, ବାଂଲାଦେଶ କ୍ରିକେଟର୍ସ ୱେଲଫେୟାର ଆସୋସିଏସନ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛି ଯେ...

ଗମ୍ଭୀରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଏହି କ୍ରିକେଟର୍‌: ଜାଣିଶୁଣି ରୋହିତ ଶର୍ମାଙ୍କୁ…

ନୂଆଦିଲ୍ଳୀ,୧୬।୧:ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତର ଦିନିକିଆ ଦଳ ଘୋଷଣା ହେବାର ଥିଲା। ଶୁବମନ ଗିଲଙ୍କ ନାମ ‘ଅଧିନାୟକ’ ଭାବରେ ପ୍ରକାଶ ପାଇବା ମାତ୍ରେ...

ଅଗରକରଙ୍କୁ ହାତ କରି ରୋହିତଙ୍କୁ ଅଧିନାୟକରୁ ହଟାଇଥିଲେ ଗମ୍ଭୀର! ବଡ଼ ବୟାନ ଦେଲେ ପୂର୍ବତନ ସାଥି ଖେଳାଳି

ମୁମ୍ବାଇ,୧୬।୨: ରୋହିତ ଶର୍ମାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପରେ ଏବେ ବିବାଦ ତେଜିବାରେ ଲାଗିଛି। ବିସିସିଆଇ’ର ଏହି ନିଷ୍ପତ୍ତିକୁ ନେଇ ପୂର୍ବତନ କ୍ରିକେଟର...

କୋହଲିଙ୍କୁ ନେଇ ବଡ଼ ଭୁଲ୍‌ କରିଦେଲା ICC: ଶେଷରେ…

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ତାଙ୍କ ପ୍ରଭାବଶାଳୀ ଫର୍ମ ପାଇଁ ICC ଦିନିକିଆ ବ୍ୟାଟିଂ ରାଙ୍କିଂରେ ଏକ ନମ୍ବର ସ୍ଥାନ ହାସଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri