କୁତ୍ରିମ ଚିନି ଖାଉଛନ୍ତି କି, ହୋଇପାରେ ଏହିସବୁ ସ୍ବାସ୍ଥ୍ୟ ସମସ୍ୟା

କିଛି ଲୋକ ଅଛନ୍ତି, ଯେଉଁମାନେ ଚିନିଠୁ ବର୍ତ୍ତିବାକୁ ଆର୍ଟିଫିଶିଆଲ୍‌ ସୁଗାର୍‌(କୃତ୍ରିମ ଚିନି)ର ଉପଯୋଗ କରିଥାନ୍ତି। ଏହାକୁ ସେମାନେ ଉତ୍ତମ ବିକଳ୍ପ ବୋଲି ଧରିନେଇଥାନ୍ତି। କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଏହି କୃତ୍ରିମ ଚିନି ବା ଆର୍ଟିଫିଶିଆଲ୍‌ ସୁଗାର୍‌ର ସେବନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ସୁସ୍ଥ ସ୍ବାସ୍ଥ୍ୟ ନିମନ୍ତେ ଅଧିକ ଚିନି, ଲୁଣ ତଥା ଚର୍ବିଜାତୀୟ ଖାଦ୍ୟ ପଦାର୍ଥଠାରୁ ଦୂରେଇ ରହିବାକୁ ପ୍ରୋତ୍ସାହିତ କରାଯାଇଥାଏ। କିନ୍ତୁ ଏହାର ବିକଳ୍ପ ଅନୁସାରେ, ଯେଉଁ କୃତ୍ରିମ ଖାଦ୍ୟ ସେବନ କରାଯାଏ, ତାହା ଯେ କେତେ ମାରାତ୍ମକ ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି। ଗବେଷକଙ୍କ ମତରେ, ବର୍ତ୍ତମାନ ଲୋକଙ୍କ ମସ୍ତିଷ୍କରେ କେବଳ ଗୋଟିଏ ଧାରଣା ସୃଷ୍ଟି ହୋଇଛି ଯେ ପ୍ରତ୍ୟହ କମ୍‌ କ୍ୟାଲୋରୀଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ। ଏଣୁ ମାର୍କେଟ୍‌ରେ କୃତ୍ରିମ ଚିନି ଯୁକ୍ତ ଖାଦ୍ୟ ପଦାର୍ଥର ପରିମାଣ ବୃଦ୍ଧି ହେଉଥିବା ବେଳେ ସାଧାରଣ ଚିନି ଯୁକ୍ତ ଖାଦ୍ୟର ସେବନ କମ୍‌ ହେଉଛି। କିନ୍ତୁ କୃତ୍ରିମ ଚିନିର ଦୀର୍ଘଦିନ ପର୍ଯ୍ୟନ୍ତ ଉପଯୋଗ ଫଳରେ ଓଜନ ହ୍ରାସ ପରିବର୍ତ୍ତେ ତାହା ଓଲଟା ଫଳ ଦେଉଛି। କ୍ୟାନସର୍‌, ହୃଦ୍‌ରୋଗ, ପଥରୀ, ଅବସାଦ ଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବଢୁଛି। ଏଣୁ ଦୈନନ୍ଦିନ ଆର୍ଟିଫିଶିଆଲ୍‌ ସୁଗାର୍‌ ସେବନ ବିଚାର ଉପରେ ଏବେଠୁ ନିୟନ୍ତ୍ରଣ ପାଇଁ ଗବେଷଣା ରି.େପାର୍ଟରେ ପରାମର୍ଶ ଦିଅଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଠୁଗଣ୍ଠି ରୋଗ ଉପଶମ କରେ ମେଥି ଶାଗ

ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ଅନେକ ସମୟରେ ଲୋକେ ଚାଲିବା ବୁଲିବାରେ ବି ଅସମର୍ଥ ହୋଇପଡ଼ନ୍ତି। ତେବେ ଏହି ଯନ୍ତ୍ରଣା ବିଭିନ୍ନ କାରଣରୁ ହୋଇଥାଏ। ଯେମିତିକି,...

ଉତ୍ତମ ପରିବେଶ ପାଇଁ…

ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ।...

ଶୀତଦିନିଆ କିଚେନ ଗାର୍ଡେନ

କାହା ପାଇଁ ସମୟ କାଟିବାର ବାହାନା ତ କାହା ପାଇଁ ଖର୍ଚ୍ଚକାଟର ମନ୍ତ୍ର। ଆଉ କିଏ ଖୁସିରେ କରନ୍ତି ଗାର୍ଡେନିଂ। ଏମିତି ଅନେକ ବାହାନା ନେଇ...

ଏହି ବ୍ରହ୍ମାସ୍ତ୍ର ଆଗରେ ହାର ମାନିବ କରୋନା…

ଜେନେଭା/ନୂଆଦିଲ୍ଲୀ,୨୦।୪: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି...

ସୁସ୍ଥ ରହିବାକୁ ହେଲେ ଖାଆନ୍ତୁ ବ୍ଲଡ୍‌ ଗ୍ରୁପ୍‌ ଅନୁସାରେ ଖାଦ୍ୟ: ଜାଣନ୍ତୁ କେଉଁ ବର୍ଗ ପାଇଁ କ’ଣ ରହିଛି ଡାଏଟ୍‌ ପ୍ଲାନ୍‌

ଅନେକ ସମୟରେ ଖାଦ୍ୟପେୟର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ସୁସ୍ଥ ରହିବାକୁ ହେଲେ ଉପଯୁକ୍ତ ଖାଦ୍ୟସେବନ କରିବା ଜରୁରୀ। ତେବେ ଆଜିକାଲିର ବ୍ୟସ୍ତବହୁଳ ସମୟରେ ଲୋକମାନେ...

ଥାଇରଏଡ୍‌ ସମସ୍ୟା ଥିଲେ ଖାଆନ୍ତୁ ଏସବୁ

ଅଧିକାଂଶ ଲୋକଙ୍କଠାରେ ବର୍ତ୍ତମାନ ଥାଇରଏଡ୍‌ ସମସ୍ୟା ଦେଖାଦେଉଛି। ମାନସିକ ଦୁଃଶ୍ଚିନ୍ତା, ଖାଦ୍ୟରେ ଆୟୋଡିନ୍‌ ମାତ୍ରା କମ୍‌ କିମ୍ବା ଅଧିକ ହେଲେ ଏହି ସମସ୍ୟା ଦେଖାଦେଇଥାଏ। ଏହା...

ଉତ୍ତମ ଚିନ୍ତାଧାରା ଅନ୍ତରାଳେ…

ମଣିଷ ସବୁବେଳେ ଖୁସିରେ ରହିବାକୁ ଚାହିଁଥାଏ। ଉତ୍ତମ ଚିନ୍ତାଧାରା ସହ ସୁସ୍ଥ ଜୀବନଯାପନ କରିବାର ସ୍ବପ୍ନ ବି ଦେଖେ। ତେଣୁ ବିଚାରଧାରାକୁ ସକାରାତ୍ମକ ରଖିବା ଦରକାର।...

ଏସବୁ ରୋଗରୁ ମୁକ୍ତି ଦେଇ ଥାଏ ଆମ୍ବପତ୍ର, କିପରି ବ୍ୟବହାର କରିବେ ଜାଣନ୍ତୁ..

ଫଳର ରାଜା ଆମ୍ବ। ଏହାର ଉପକାରୀ ଗୁଣ ସମ୍ପର୍କରେ ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା। ମାତ୍ର କ’ଣ ଆପଣ ଏହା ପତ୍ରର ଉପକାରୀ ଗୁଣ ସମ୍ପର୍କରେ...

Advertisement
Archives

Model This Week