Posted inଫୁରସତ

କୁକୁରର ମାଟରନିଟି ଫଟୋଶୁଟ୍‌

ଆଜିକାଲି ଓ୍ବେଡିଂ, ପ୍ରି ଓ୍ବେଡିଂ ଫଟୋଶୁଟ୍‌ ବେଶ୍‌ ସାଧାରଣ ହୋଇଗଲାଣି। ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି। ସେ ହେଉଛି ମାଟରନିଟି ଫଟୋଶୁଟ୍‌। ଏଥିରେ ନାରୀଙ୍କ ଗର୍ଭାବସ୍ଥାର ଫଟୋଶୁଟ୍‌ କରାଯାଇଥାଏ। ହେଲେ ନିକଟରେ ଏକ ପ୍ରାଣୀର ମାଟରନିଟି ଫଟୋଶୁଟ୍‌ ସୋସିଆଲ୍‌ ମିଡିଆରେ ଛାଇ ରହିଛି। ପ୍ରାଣୀଟି ହେଉଛି ଏକ ପିଟ୍‌ ବୁଲ୍‌ ପ୍ରଜାତିର କୁକୁର। ସେପ୍ଟେମ୍ବର ପ୍ରାରମ୍ଭ ବେଳକୁ ୨ ବର୍ଷୀୟ ଏହି ପିଟ୍‌ବୁଲ୍‌ କୁକୁର, ଯେକି ‘ମାମା ପିକଲ୍ସ’ ନାମରେ ପରିଚିତ, ଏକୁଟିଆ ରାସ୍ତାରେ ବୁଲୁଥିବାବେଳେ ‘ପିଟ୍ସ ଆଣ୍ଡ ଗିଗଲ୍ସ’ନାମକ ସ୍ବେଚ୍ଛାସେବୀ ସଂସ୍ଥାର କିଛି ସଦସ୍ୟ ତାକୁ ଦେଖିଥିଲେ। ସେମାନେ ଅନୁଭବ କଲେଯେ, କୁକୁରଟିକୁ ସାହାଯ୍ୟ ଦରକାର। କାରଣ ସେ ଥିଲା ଗର୍ଭବତୀ। ପେଟ ବହୁତ ବଡ଼ ଥିବାରୁ ଭଲରେ ଚଲାବୁଲା କରିପାରୁ ନ ଥିଲା। ତାକୁ ଆଣି ରେସ୍କ୍ୟୁ ସେଣ୍ଟରରେ ଛାଡିଲେ ଓ ବହୁତ ଯତ୍ନ ନିଆଗଲା। ଆଉ ସେଠାରେ କୁକୁରଟିର ମାଟରନିଟି ଫଟୋସୁଟ୍‌ ବି କରାଗଲା। ମାମା ବି ବେଶ୍‌ ଦକ୍ଷତାର ସହ ଏକ ମଡେଲ ଭଳି ପୋଜ୍‌ ଦେଇଥିଲା। ଏହି ସୁଟ୍‌ର ଅଳ୍ପ କିଛିଦିନ ପରେ ହିଁ ମାମା ୮ଟି ସନ୍ତାନର ଜନନୀ ହେଲା। ଏହାପରେ ମା’ ଓ କୁକୁର ଛୁଆଙ୍କର ବି ଫଟୋଶୁଟ୍‌ କରାଗଲା। ଏହି ଫଟୋଶୁଟ୍‌ ଥିଲା ଆହୁରି ଆକର୍ଷକ। ଏଥିରେ ମା’ଛୁଆଙ୍କ ସ୍ନେହର ଝଲକ ଦେଖିବାକୁ ମିଳୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତ୍ୟୋଦୟ ଆଧାରିତ ସାମାଜିକ ସୁରକ୍ଷା

ନ୍ତ୍ୟୋଦୟର ମୂଳ ଅର୍ଥ ହେଉଛି ସମାଜର ସବୁଠାରୁ ଶେଷଧାଡ଼ିରେ ଥିବା ନାଗରିକଙ୍କ ସାମଗ୍ରିକ ବିକାଶ। ଯେତେବେଳେ ସେହି ଶେଷ ମଣିଷଟି ମଧ୍ୟ ସମାନ ସୁଯୋଗ, ସମ୍ମାନ ଓ…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri