Posted inଜାତୀୟ

କୁକୁଡା ଲଢେଇରେ ଲାଗିଲା ୧କୋଟି ଟଙ୍କା ବାଜି

ରାୟପୁର,୧୪।୧୦: କ୍ରିକେଟ ଖେଳରେ କୋଟି କୋଟି ଟଙ୍କା ବାଜି ଲାଗୁଥିବା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କୁକୁଡା ଲଢେଇରେ ୧ କୋଟି ଟଙ୍କ ବାଜି ଲାଗିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ଘଟଣା। ହେଲେ ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଛତିଶଗଡ଼ର ବସ୍ତର ସଂମ୍ଭାଲର ଡିଲମିଲିରେ ଏମିତି ଘଟଣା ଦେଖିବାକୁ ମିଳିଛି। ଏଠାରେ ମା’ ଦନ୍ତେଶ୍ୱରୀଙ୍କ ଡୋଲି ଫେରିବା ଖୁସିରେ ଶନିବାର ଓ ରବିବାର ବାର୍ଷିକ ମେଳାର ଆୟୋଜନ କରାଯାଇଥିଲା। ଯେଉଁଥିରେ ଆୟୋଜିତ ହୋଇଥିବା କୁକୁଡା ଲଢେଇରେ ୧ କୋଟି ଟଙ୍କା ବାଜି ଲାଗିଥିବା କୁହାଯାଏ। ସୂଚନା ଅନୁଯାୟୀ, ଏହି ମେଳାରେ ୨୦ ହଜାରରୁ ଊର୍ଦ୍ଧ୍ୱ ଆଦିବାସୀ ଯୋଗ ଦେଇଥିଲେ। କୁକୁଡା ଲଢେଇ ପାଇଁ ପ୍ରସିଦ୍ଧ ଏହି ମେଳାରେ ଲଢେଇ ପାଇଁ ପ୍ରାୟ ୧୫ଟି ଘେରା ତିଆରି କରାଯାଇଥିଲା। ଏଥିରେ ପ୍ରାୟ ୧ ହଜାର କୁକୁଡା ଯୋଡା ଲଢେଇ କରିଥିଲେ। ଅନୁମାନ କରାଯାଉଛି କି ସବୁକୁ ମିଶାଇଲେ ଏହି ଲଢେଇରେ ପାଖାପାଖି ୧ କୋଟି ଟଙ୍କା ବାଜି ଲାଗିଥିଲା। ପୋଲିସ ସୁରକ୍ଷାରେ ଆୟୋଜିତ ଏହି ଉତ୍ସବରେ ଭାଗନେବାକୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରୁ ଆଦିବାସୀମାନେ ଆସୁଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ...

ଓମିକ୍ରନକୁ ନେଇ ଆକ୍ସନରେ ଶିବରାଜ, ଜାରି କଲେ ନୂଆ ଗାଇଡ ଲାଇନ

ଭୋପାଳ,୨୯ ।୧୧: କରୋନା ଭାଇରସର ନୂଆ ଭାରିଏଣ୍ଟର ଆସିବା ପରେ ଏହାକୁ ନେଇ ମଧ୍ୟପ୍ରଦେଶର ଶିବରାଜ ସିଂ ସରକାର ଆକ୍ସନ ମୁଡକୁ ଆସିଯାଇଛନ୍ତି । ଏହାକୁ...

ଅଖିଳେଶଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୪।୧୧: ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୨ ମସିହାରେ ୟୁପିରେ ସରକାର...

ବୁଚା ନରସଂହାରର ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ,୧୨ ।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସୋମବାର ଭର୍ଚୁଆଲ ବୈଠକ ହୋଇଛି । ଦୁଇ ନେତାଙ୍କ ମଧ୍ୟରେ...

ଲୋକଙ୍କ ସ୍ବପ୍ନ ପୂରଣରେ ଆନନ୍ଦ ମିଳେ: ମୋଦି

ନୂଆଦିଲ୍ଲୀ, ୧୩ା୮ (ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦୁଃସାହସିକ ଅଭିଯାତ୍ରୀ ବିଅର ଗ୍ରିଲ୍ସଙ୍କୁ ନେଇ ନିର୍ମିତ ଏପିସୋଡ୍‌ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ସୋମବାର ରାତିରେ...

ମେ ୨୩ ପାଇଁ ପ୍ରସ୍ତୁତି: ମୋଦି ମାସ୍କ ପିନ୍ଧି ଲଡୁ ତିଆରି କରୁଛନ୍ତି ମିଠା କାରିଗର

ମୁମ୍ବାଇ, ୨୧।୫: ଲୋକ ସଭା ନିର୍ବାଚନକୁ ନେଇ ଏକଜିଟ୍‌ ପୋଲ୍‌ ଘୋଷଣା ପରେ ଭାଜପା ପକ୍ଷରୁ ବିଜୟ ଉତ୍ସବ ପାଳନ ପାଇଁ ଚାଲିଛି ପୂର୍ବ ପ୍ରସ୍ତୁତି।...

ମନ୍ଦିର ପରିସରରେ ଡ୍ୟାନ୍ସ ଭିଡିଓ ରେକର୍ଡିଂ କଲେ ଯୁବତୀ, ଆଉ ତା’ ପରେ…

ଭୋପାଳ,୨୭ା୯: ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ ଲୋକେ ଅଜବ ଉପାୟ ସବୁ ଆପଣାଉଛନ୍ତି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଛତରପୁରରେ ଦେଖିବାକୁ ମିଳିଛି। ଭିଡିଓରେ...

ନିଆଯାଇଥିବା ଅଧିକ ଅର୍ଥ ଫେରାଯାଉ

ନୂଆଦିଲ୍ଲୀ, ୬।୧୨: କୋଭିଡ୍‌ ଚିହ୍ନଟ ଲାଗି ହୋଇଥିବା ଆର୍‌ଟି-ପିସିଆର୍‌ ପରୀକ୍ଷାରେ ଘରୋଇ ଲାବ୍‌ ଓ ହସ୍ପ୍‌ିଟାଲଗୁଡ଼ିକ ଅତ୍ୟଧିକ ଦେୟ ନେଇଛନ୍ତି। ଏବେ ସେମାନେ ଉକ୍ତ ଅତିରିକ୍ତ...

Advertisement
Archives

Model This Week