କୁଇଭାଷା ସାହିତ୍ୟ ସମିତିର ବାର୍ଷିକ ସମ୍ମିଳନୀ

ଫିରିଙ୍ଗିଆ,୨୭।୫-କୁଇ ଭାଷା ସାହିତ୍ୟ ସମିତି, ଓଡିଶା କୁଇଦିନା କନ୍ଧମାଳର ଚତୁର୍ଥ ବାର୍ଷିକ ସମ୍ମିଳନୀ ଫିରିଙ୍ଗିଆ ପଞ୍ଚାୟତ କଲେଜ ପାଖ କୁଇ ସମାଜ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ସମିତି ସଭାପତି ଦୀନବନ୍ଧୁ କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରଦନ ମଲ୍ଲିକ, ମୁଖ୍ୟବକ୍ତା ଭାବେ ପ୍ରଭାକର ପ୍ରଧାନ, ସମ୍ମାନିତ ଅତିଥି ଭାବେ ମିହିର ଚାନ୍ଦ ମଲ୍ଲିକ, ଚନ୍ଦ୍ରପତି ପ୍ରଧାନ, ଅବନୀ କୁମାର କହଁର, ରଞ୍ଜନ କୁମାର କହଁର, କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ପ୍ରମୁଖ ଯୋଗଦେଇ କୁଇ ଭାଷା ସଂସ୍କୃତିର ଉତ୍‌ଥାନ ପତନ ଉପରେ ଆଲୋଚନା କରିଥିଲେ । ଏଥିସହ ଏହି ଭାଷାର ସୁରକ୍ଷା ଏବଂ ବିକାଶ ଉପରେ ମଧ୍ୟ ଆଲୋଚନା ହୋଇଥିଲା । କୁଇ ଭାଷାକୁ ସମ୍ବିଧାନ ୮ମ ପରିଚ୍ଛେଦରେ ସ୍ଥାନିତ କରିବା ପାଇଁ ଚେଷ୍ଟା କରାଯିବ । କୁଇ ଭାଷାର ସାହିତ୍ୟ ସୃଷ୍ଟି ହୋଇଛି । କୁଇ ଲିପି ଲେଖା ଯାଇଛି । ୫ ଜଣ ଏହାକୁ ଲେଖିଛନ୍ତି। ସେଥିମଧ୍ୟରୁ ଗୋଟିଏ ଚିହ୍ନଟ ହେବ । କୁଇ ସାହିତ୍ୟ ଓଡିଆ ଲିପିରେ ଲେଖାଯାଇଛି । ଏହି ଭାଷା ସମ୍ବିଧାନରେ ସ୍ଥାନିତ ହେବା ପର୍ଯ୍ୟନ୍ତ ଭାଷା ଆନ୍ଦୋଳନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଏହି ଅବସରରେ ବାର୍ଷିକ ମୁଖପତ୍ର କୁଇଦିନା ଡିଟି ଏବଂ କୁଇ-ଓଡିଆ-ଇଂରାଜୀ ଅଭିଧାନକୁ ଅତିଥିମାନେ ଉନ୍ମୋଚନ କରିଥିଲେ । କୁଇ ଭାଷା ସାହିତ୍ୟ ସମିତି ମୁଖ୍ୟ ସମ୍ପାଦକ ଡ. ନୀରଦ ଚନ୍ଦ୍ର କହଁର, ସମ୍ପାଦକ ଗଣପତି ମଲ୍ଲିକ ପ୍ରମୁଖଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ଦଣ୍ଡନାଚରେ ଗୋଷ୍ଠୀ ସଂଘର୍ଷ: ଗୋଟିଏ ପରିବାରର ୩  ଜଣଙ୍କୁ

ଆସିକା,୧୩।୪(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମରେ ଶନିବାର ରାତିରେରେ ଦଣ୍ଡନାଚ ଚାଲିଥିଲା ବେଳେ ଗଣ୍ଡଗୋଳ ହୋଇଥିଲ। ଏହି ଗଣ୍ଡଗୋଳରେ ଗୋଟିଏ…

ବୃଦ୍ଧି ପାଉଛି ତାପମାତ୍ରା : ପଥଚାରୀଙ୍କୁ ପଣା ବଣ୍ଟନ କଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ସୋମବାର ଜଳଛତ୍ର ଖୋଲାଯାଇ ପଥଚାରୀଙ୍କୁ ପଣା ବଣ୍ଟନ କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri