ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ଆତ୍ମହତ୍ୟା ଘଟଣା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟାନୁଯାୟୀ ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆମତ୍ହତ୍ୟା ଉଦ୍ୟମ କରୁଛନ୍ତି। ତେବେ ସବୁଠାରୁ ଦୁର୍ଭାଗ୍ୟଜନକ ବିଷୟ ହେଲା, ଆମତ୍ହତ୍ୟା ଉଦ୍ୟମ କରୁଥିବା ବା ଆମତ୍ହତ୍ୟା କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ କିଶୋର ବା କିଶୋରୀ ଅଟନ୍ତି। ସାମାନ୍ୟ ମାନସିକ ଚାପକୁ ପ୍ରତିହତ କରି ନ ପାରି ସେମାନେ ଆମତ୍ହତ୍ୟା ଭଳି ପନ୍ଥା ଆପଣାଇ ନେଉଛନ୍ତି। ଅଭିଭାବକମାନେ ନିଜ ପିଲାଙ୍କ ପ୍ରତିଟି ଆବଶ୍ୟକତା ପୂରଣ କରୁଥିବାରୁ ସେମାନେ ମାନସିକ ଚାପ ପରିଚାଳନା କରିବା ଦକ୍ଷତା ହାସଲ କରିପାରୁନାହାନ୍ତି। ଫଳରେ କିଶୋରାବସ୍ଥାରେ ସାମାନ୍ୟ ଅବସାଦରୁ ଅନେକ ଆମତ୍ହତ୍ୟା ଭଳି କୁତ୍ସିତ ରାସ୍ତାକୁ ଆପଣାଇ ନେଉଥିବା ଏଠାରେ ମତପ୍ରକାଶ ପାଇଛି।
ସିୱାଇଏସ୍ଡି ଏବଂ ହ୍ବିମାନ୍ କନ୍ଟେସ୍କଟ୍ର ମିଳିତ ଆନୁକୂଲ୍ୟରେ ସିୱାଇଏସ୍ଡି ପରିସରରେ ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କଟକସ୍ଥିତ ମେଣ୍ଟାଲ୍ ହେଲ୍ଥ ଇନ୍ଷ୍ଟିଚ୍ୟୁଟ୍ର ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ କହିଥିଲେ, ସକାରାମତ୍କ ଆବେଗ ପୋଷଣ ଓ ନକାରାମତ୍କ ଆବେଗକୁ ନିୟନ୍ତ୍ରଣ କରିପାରିଲେ ଜଣେ ମାନସିକ ଭାବେ ଆମତ୍ହତ୍ୟା ପ୍ରବଣତାକୁ ଦୂରେଇ ଦେଇପାରିବ। କିଶୋରୀ-କିଶୋରମାନଙ୍କୁ ସମଭାବାପନ୍ନ କଥାବାର୍ତ୍ତା ଓ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସେମାନଙ୍କ ମନ କଥା ଜାଣିବା ପାଇଁ ଅଭିଭାବକମାନେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଡା. ସ୍ବାଇଁ କହିଥିଲେ। ସେହିଭଳି ପିଲାମାନଙ୍କ ବ୍ୟବହାରରେ ପରିବର୍ତ୍ତନକୁ ନଜର ରଖିବା ଓ ସେମାନଙ୍କ ଭାବନାକୁ ବୁଝି ମାନସିକ ସାନ୍ତ୍ୱନା ଦେଲେ ଅନେକାଂଶରେ ଆମତ୍ହତ୍ୟାକୁ ରୋକାଯାଇ ପାରିବ ବୋଲି ଡା. ଶୁଭେନ୍ଦୁ ମିଶ୍ର ମତବ୍ୟକ୍ତ କରିଥିଲେ। ମାନମ୍ ଫାଉଣ୍ଡେଶନ୍ର ପ୍ରତିଷ୍ଠାତା ଅନୁରାଧା ମହାପାତ୍ର ସାମାଜିକ ଗଣମାଧ୍ୟମ ଠାରୁ ଯଥାସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ବିଗତ ତିନି ଦଶନ୍ଧିରେ ଆମେ ବିଜ୍ଞାନ ଓ ଜ୍ଞାନକୌଶଳରେ ଅନେକ ଅଗ୍ରଗତି କରିଥିବାବେଳେ ମସ୍ତିଷ୍କର କୋଷ, କଣିକା, ଡିଏନ୍ଏ ଆଦିରେ ଅନେକ ଗବେଷଣା କରାଯାଇଛି। ମାତ୍ର ମନର ବିଚଳତା ଓ ରହସ୍ୟ ଖୋଜିବାରେ ଆମକୁ ଆହୁରି ଗବେଷଣାର ଆବଶ୍ୟକତା ରହିଛି। ଏଭଳିିସ୍ଥଳେ ମନର ରହସ୍ୟକୁ ବୁଝିବା ଓ ଏହାର ସାଙ୍କେତିକ ବ୍ୟବହାରକୁ ଜାଣି ପାରିଲେ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଅଣାଯାଇ ପାରିବ ବୋଲି ସିୱାଇଏସ୍ଡି ସହପ୍ରତିଷ୍ଠାତା ଜଗଦାନନ୍ଦ କହିଥିଲେ। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର୍ ସଚ୍ଚିଦାନନ୍ଦ ମହାନ୍ତି, ହ୍ବିମାନ୍ କନ୍ଟେସ୍କଟ୍ର ନିର୍ଦ୍ଦେଶକ ସୁଶ୍ରୀ ମିଶ୍ର, ସନ୍ତୋଷ ମିଶ୍ର ପ୍ରମୁଖ ସକାରାମତ୍କ ଭାବନା ନେଇ ବଞ୍ଚତ୍ବା ଲାଗି ପିଲାଙ୍କୁ ଶିଖାଇବା ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ସିୱାଇଏସ୍ଡିରେ ଏକ କାଉନ୍ସେଲିଂ ସେଣ୍ଟର୍ ଉଦ୍ଘାଟନ କରାଯାଇଥିଲା।
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…
ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ
ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର
ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...
Archives


