Posted inରାଜ୍ୟ

କିଶୋରନଗରରେ ୪୨ ଡିଗ୍ରୀ ତାପମାତ୍ରା: ପାଣି ପାଇଁ ଜନଜୀବନ ହନ୍ତସନ୍ତ

ବଇଣ୍ଡା,୧୧।୬(ଡି.ଏନ.ଏ.)-ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ବିଶେଷ କରି ଅନୁଗୋଳ ଜିଲାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କିଶୋରନଗର ବ୍ଲକରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ୱ ତାପମାତ୍ରା ରହିଥିବାବେଳେ ଅସହ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଅପରପକ୍ଷରେ ବିଭିନ୍ନ ନଈ, ନାଳ, କୂଅ ପୋଖରୀ ଶୁଖି ଯାଇଥିବାବେଳେ ଜଳାଭାବ ଦେଖାଦେଇଛି। ପିଇବା ପାଣି ସଠିକ ଭାବେ ମିଳୁ ନ ଥିବାରୁ ସାଧାରଣ ଲୋକେ ଓ ଜୀବଜନ୍ତୁ ଡହଳବିକଳ ହେଉଛନ୍ତି। ଅପରପକ୍ଷରେ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ନ ଥିବାବେଳେ ପଞ୍ଚାୟତ ପକ୍ଷରୁ ବାଟୋଇଙ୍କ ପାଇଁ ଜଳଛତ୍ର ଖୋଲାଯାଉ ନାହିଁ। ଫଳରେ ବସ ତଥା ବାଟୋଇ ଯାତ୍ରୀମାନେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସକାଳ ୧୦ଟା ପରେ ଘରୁ ବାହାରକୁ ବାହାରି ହେଉ ନ ଥିବାବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇ ଜଳଯୋଗାଣ ସହ ଲାଗି ରହିଥିବା ବିଦ୍ୟୁତ୍‌ କାଟକୁ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ସାମାଜିକ କର୍ମୀ ତଥା ପରିବେଶବିତ୍‌ ମନୋଜ ମହାପାତ୍ର କହିଛନ୍ତି, ଶିଳ୍ପ, କଳକାରଖାନା, ରାସ୍ତା ଯୋଗୁ ଅନେକ ଗଛ କଟାଯାଉଛି। ସେହି ଆହାରରେ ବୃକ୍ଷରୋପଣ କରାଯାଉ ନାହିଁ। ଫଳରେ ଅଳ୍ପ ପରିମାଣରେ ବର୍ଷା ହୋଇ ଉତ୍ତାପ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚେତାଶୂନ୍ୟ ସ୍ତ୍ରୀଙ୍କୁ ମୃତ ଭାବି ଜାଳିଦେଇଥିଲେ

ଢେଙ୍କାନାଳ ଅଫିସ,୯।୨: ସ୍ବାମୀଙ୍କ ଚାପୁଡ଼ାରେ ରୋଷେଇ ଘରେ ଚେତାଶୂନ୍ୟ ହୋଇପଡ଼ିଥିଲେ ସ୍ତ୍ରୀ। ସଂଜ୍ଞାହୀନ ସ୍ତ୍ରୀଙ୍କୁ ମୃତ ଭାବି ଚାଳିଆରେ ଲଗାଇ ଦେଇଥିଲେ ନିଅଁା। ପୋଡ଼ିଯାଇ ସ୍ତ୍ରୀ...

ମହୋତ୍ସବ ଲାଗି ସଜେଇ ହେଉଛି ଐତିହାସିକ ଜଉଗଡ଼

ପୁରୁଷୋତ୍ତମପୁର,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ ଥିବା ଐତିହାସିକ କଳିଙ୍ଗ ସମ୍ରାଟ ଅଶୋକଙ୍କ ଦ୍ୱାରା ଲିଖିତ ଅନୁଶାସନ ଜଉଗଡ଼ ମହୋତ୍ସବ ଲାଗି...

ସରକାରୀ ସ୍କୁଲ ପିଲାଙ୍କୁ ପ୍ରୋତ୍ସାହନ: ଡାକ୍ତରୀ, ଇଞ୍ଜିନିୟରିଂ ପଢ଼ିବାକୁ ମିଳିବ ୧୫% ସଂରକ୍ଷଣ

ଭୁବନେଶ୍ୱର,୨୪ା୩(ବ୍ୟୁରୋ): ଡାକ୍ତରୀ, ଇଞ୍ଜିନିୟରିଂ ଓ ବୈଷୟିକ ଶିକ୍ଷାରେ ନାମଲେଖା ପାଇଁ ସରକାରୀ ହାଇସ୍କୁଲ ପିଲାଙ୍କୁ ୧୫% ସ୍ଥାନ ସଂରକ୍ଷଣ ମିଳିବ। ଏ ନେଇ ମଙ୍ଗଳବାର ବିଧାନସଭାରେ...

ଈଶ୍ୱରଙ୍କ ଦହିବରାକୁ ଝୁରୁଛନ୍ତି କଟକବାସୀ

କଟକ ଅଫିସ,୨୬ା୫: ଆଉ ମିଳିବନି କଟକର ପ୍ରସିଦ୍ଧ ଦହିବରା ଆଳୁଦମ୍‌ର ସ୍ବାଦ। ବିଜୁ ପଟ୍ଟନାୟକ ଛକ ନିକଟ ଠେଲାଗାଡି ଚାରିପାଖେ ଆଉ ଆଗଭଳି ଗହଳି ଚହଳି...

ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କୁ ଆକ୍ରମଣ ଘଟଣା: ୩୦୭ ଦଫା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବେ ପରବିନ୍ଦର

ଭୁବନେଶ୍ୱର,୧୯।୧(ବ୍ୟୁରୋ)- ପଞ୍ଜାବୀ ଯୁବକ ପରବିନ୍ଦର ସିଂ ପାଲ୍‌ଙ୍କୁ ପୋଲିସ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ସମାଲୋଚନାର ଶିକାର ହୋଇଛି କମିଶନରେଟ ପୋଲିସ। କୋହଳ ଦଫା...

୭ ଦିନ ଯାଏ ବାତ୍ୟା ସୂଚନା ନାହିଁ: ଆଇଏମ୍‌ଡି

ଭୁବନେଶ୍ୱର,୧୩ା୧୦(ବ୍ୟୁରୋ): ଆସନ୍ତା ୨୨ରୁ ୨୪ ମଧ୍ୟରେ ଓଡ଼ିଶା ପ୍ରତି ବାତ୍ୟା ବିପଦ ରହିଥିବା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ କହୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)...

କେନ୍ଦୁଝରରୁ ଛୁଆ ମାଈ ହାତୀର ମୃତଦେହ ଉଦ୍ଧାର

କେନ୍ଦୁଝର, ୧୧।୯(ସ୍ବ.ପ୍ର.): କେନ୍ଦୁଝର ବନ ଡିଭିଜନ ଅନ୍ତର୍ଗତ ସଦର ରେଞ୍ଜ ଜଂଘିରା ସେକ୍ସନ ବାରବାଙ୍କ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ବନବିଭାଗ ଏକ ଛୁଆ ମାଈ ହାତୀର...

ଲଡୁବାବା ମନ୍ଦିରରେ ଭଙ୍ଗହେଲା ୨୦୦ ବର୍ଷର ପରମ୍ପରା: ଶୀତଳଷଷ୍ଠୀରେ କରାଗଲାନି ଠାକୁରଙ୍କ ନଗର ପରିକ୍ରମା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ

ନୟାଗଡ଼ ଅଫିସ,୯ା୬- ନୟାଗଡ଼ ଜିଲା ଶରଣକୁଳ ଲଡ଼ୁବାବା ମନ୍ଦିରରେ ୨୦୦ ବର୍ଷର ପରମ୍ପରା ଭଙ୍ଗ କରାଯାଇଛି। ଗୁରୁବାର ଶୀତଳଷଷ୍ଠୀରେ ଠାକୁରଙ୍କ ବିଜେ ପ୍ରତିମାଙ୍କୁ ନଗର ପରିକ୍ରମା...

Advertisement
Archives

Model This Week