କିଟ୍‌ କିଣା ଦୁର୍ନୀତିକୁ ନେଇ ଦାବିପତ୍ର ପ୍ରଦାନ

କେନ୍ଦୁଝର, ୧୧।୬ (ସ୍ବ.ପ୍ର./ଡି.ଏନ.ଏ.)-କରୋନା ସମୟରେ କିଟ୍‌ କିଣାରେ ହୋଇଥିବା ଦୁର୍ନୀତି ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ଏକ ୬ ଦଫା ଦାବିପତ୍ର ଗୁରୁବାର ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଜିଲା ସଭାପତି ମୋହନ ପରିଡା ଉପସ୍ଥିତ ରହି ହୋଇଥିବା ଦୁର୍ନୀତିର ଖୁଲାସା କରିଥିଲେ। ମାର୍ଚ୍ଚ ୨୧ ଓ ୨୪ ତାରିଖରେ ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ କିଣା ଯାଇଥିବା ମାସ୍କରେ ହୋଇଥିବା ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି। ସେହିପରି ବିଭିନ୍ନ କମ୍ପାନୀ ଠାରୁ ବିଭିନ୍ନ ସମୟରେ କିଣାଯାଇଥିବା ଟେଷ୍ଟିଂ କିଟରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଛନ୍ତି। ରିୟଲ ଟାଇମ ପିସିଆର ମେସିନ, ପିପିଇ କିଟ, ରାପିଡ କୋଭିଡ ଟେଷ୍ଟିଂ କିଟ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ଯୁବ ସଭାପତି ପାର୍ଥ ସାରଥୀ ପୋହି, ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାୟକ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଷେୟା ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ

ଝାରସୁଗୁଡ଼ା ଅଫିସ,୩୦।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ...

କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି: ପ୍ଲାଷ୍ଟିକ, ପଲିଥିନ ସମ୍ପୂର୍ଣ୍ଣ ବାରଣ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଜିଲାର ଅନ୍ୟ ୧୨ ପ୍ରମୁଖ ଶିବାଳୟରେ ଶ୍ରାବଣ ଜଳଲାଗି ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି।...

ସଫଳତା ପଛରେ ରହିଛି କଠିନ ପରିଶ୍ରମ

ଫୁଲବାଣୀ ଅଫିସ, ୩ା୨-ଲୋକେ ଭାବନ୍ତି କନ୍ଧମାଳ ପଛୁଆ ବା ଅନୁନ୍ନତ। ଏବେ ଆଉ ସେ କନ୍ଧମାଳ ନାହିଁ। ଏହା ଉନ୍ନତି ପଥରେ ଆଗେଇ ଚାଲିଛି। ଆଗାମୀ...

ବାତ୍ୟା ଅମ୍ଫନ ପ୍ରଭାବ: ଆରଡିରେ ଆରମ୍ଭ ହେଲାଣି ବର୍ଷା, ବହୁଛି ୪୦ କି.ମି. ବେଗରେ ପବନ

ଆରଡି,୧୯ା୫, (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ବାତ୍ୟା ଅମ୍ଫନର ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନରୁ ଝିପିଝିପି ବର୍ଷା ସାଙ୍ଗକୁ ଘଣ୍ଟାକୁ...

୨ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି,୨୪।୪(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ପୋଲିସ ୨ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି। ସେମାନେ ହେଲେ ଆଶି ରାମ(୩୮) ଓ ସନ୍ନୁ ମାଡଭି(୨୮)। ମାଓବାଦୀ...

କାମରେ ଲାଗୁନି ଏମ୍‌ଆଇପି ଯୋଜନା

ଯାଜପୁର ଅଫିସ/ରଗଡି(ଡି.ଏନ.ଏ.),୨୦ା୫: ମରୁଡ଼ି ତଥା ସ୍ବଳ୍ପ ବୃଷ୍ଟିପାତ ସମୟରେ ଚାଷ ଜମିକୁ ଜଳଯୋଗାଣ ଲକ୍ଷ୍ୟ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ...

ଉଦାସ ଆଶ୍ରମ ପକ୍ଷରୁ ରନ୍ଧା ଖାଦ୍ୟ ପ୍ରଦାନ

ବାଲେଶ୍ୱର ଅଫିସ, ୨୦।୪: ଲକ୍‌ଡାଉନ ସମୟରେ ବାଲେଶ୍ୱରସ୍ଥିତ ହଳଦୀପଦା ଏବଂ ରୂପସାର ବିଭିନ୍ନ ସ୍ଥାନରେ ଯାଜପୁର ଜିଲା ସୋଲର ଛତିଆସ୍ଥିତ ଉଦାମ ଆଶ୍ରମ ପକ୍ଷରୁ ରବିବାର...

ଜୁନ୍‌ ୧୫ ପର୍ଯ୍ୟନ୍ତ ସମୁଦ୍ରରେ ମାଛଧରା ନିଷିଦ୍ଧ

ପାରାଦୀପ,୧୫ା୪(ସ୍ବ.ପ୍ର.): ମାଛବଂଶ ବୃଦ୍ଧି ନିମନ୍ତେ ଗୁରୁବାରଠାରୁ ଜୁନ୍‌ ୧୫ ପର୍ଯ୍ୟନ୍ତ ଓଡ଼ିଶାର ସମୁଦ୍ରସୀମାରେ ମାଛଧରିବା ଉପରେ ପ୍ରଶାସନ ପକ୍ଷରୁ କଟାକଣା ଲଗାଯାଇଛି। ମାଛ ଧରିଲେ ଯାଆଁଳ...

Advertisement
Archives

Model This Week