କିଛି ବର୍ଷ ପରେ ସଲମାନ୍‌ଙ୍କ ଇଦ୍‌ ରିଲିଜରେ ଲାଗିଲା ବ୍ରେକ୍‌

ମୁମ୍ବାଇ: ଲଗାତାର କିଛି ବର୍ଷ ହେବ ଇଦ୍‌ରେ ରିଲିଜ୍‌ ହୋଇ ଆସୁଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଫିଲ୍ମ। ଏହା ବକ୍ସ ଅଫିସରେ ହିଟ୍‌ ବି ହେଉଥିଲା। ଏଥର କିନ୍ତୁ ଏହି ରିଲିଜରେ ବ୍ରେକ୍‌ ଲାଗିଛି। କରୋନା ଭାଇରସ ସଂକ୍ରମଣ ଯୋଗୁ ସାରା ଦେଶରେ ଚାଲିଛି ଲକ୍‌ଡାଉନ ୪.୦। ଏହି ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସମସ୍ତ ସିନେମା ହଲକୁ ବନ୍ଦ କରି ଦିଆଯାଇଛି। ତେଣୁ ଦେଶରେ ଗୋଟିଏ ଦିନ ପରେ ଇଦ୍‌ ପାଳନ କରାଯିବାକୁ ଥିଲେ ମଧ୍ୟ ଏଥର କୌଣସି ଫିଲ୍ମ ରିଲିଜ୍‌ ହୋଇନାହିଁ। ତେଣୁ ଏଥର ଇଦ୍‌ରେ ସିନେମା ହଲ୍‌ ସମ୍ନାରେ ଆଉ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିବ ନାହିଁ। ସଲମାନଙ୍କ କଥା ଯଦି ଆଲୋଚନାକୁ ନିଆଯାଏ ତେବେ ୨୦୧୩ ବ୍ୟତୀତ ୨୦୧୦ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତିବର୍ଷ ଇଦ୍‌ରେ ରିଲିଜ ହେଉଥିଲା ସଲମାନଙ୍କ ଅଭିନୀତ ଫିଲ୍ମ। ଏଥିର ମଧ୍ୟ ଇଦ୍‌ରେ ସଲମାନଙ୍କ ପ୍ରୋଜେକ୍ଟ ରାଧେ: ଇୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ ରିଲିଜ୍‌ ହେବାର ଥିଲା। ହେଲେ କରୋନା ସଂକ୍ରମଣ ଯୋଗୁ ଏହାକୁ ସ୍ଥଗିତ ରଖିବାକୁ ପଡିଲା। କିନ୍ତୁ ପୂର୍ବରୁ ଇଦ୍‌ରେ ସଲମାନଙ୍କ ଯେଉଁସବୁ ଫିଲ୍ମ ରିଲିଜ ହୋଇଛି ତାହା କୋଟି କୋଟି ଟଙ୍କା ବ୍ୟବସାୟ କରିଛି। ୨୦୧୦ରେ ଦବଙ୍ଗ,୨୦୧୧ରେ ବଡିଗାର୍ଡ, ୨୦୧୨ରେ ଏକ ଥା ଟାଇଗର, ୨୦୧୪ରେ କିକ୍‌, ୨୦୧୫ରେ ବଜରଙ୍ଗି ଭାଇଜାନ, ୨୦୧୬ରେ ସୁଲତାନ, ୨୦୧୭ରେ ଟ୍ୟୁବଲାଇଟ୍‌, ୨୦୧୮ରେ ରେସ୍‌-୩ ଓ ୨୦୧୯ରେ ଭାରତ ଦର୍ଶକଙ୍କୁ ଖୁବ୍‌ ମନୋରଞ୍ଜନ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri