ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ: କଳାରେ ୬୫.୮୯%, ବାଣିଜ୍ୟରେ ୭୦.୨୬% ପାସ୍‌ ହାର; www.chseodisha.nic.in ରେ ଜାଣନ୍ତୁ ରେଜଲ୍ଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଛାତ୍ରୀଛାତ୍ରମାନେ www.chseodisha.nic.in ଏବଂ http://orissaresults.nic.in ଓ୍ବେବ୍‌ସାଇଟ୍‌ରେ ନିଜର ପରୀକ୍ଷାଫଳ ଦେଖିପାରିବେ।

ଚଳିତ ବର୍ଷ କଳାରେ ପାସ ହାର ୬୫.୮୯% ରହିଛି। କଳାରେ ୨,୩୧,୧୫୦ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ୧, ୫୨, ୩୨୩ ଜଣ ପାସ୍‌ କରିଛନ୍ତି। ପାସ୍‌ ହାରରେ ବାଲେଶ୍ୱର ସର୍ବାଧିକ(୭୫.୬୭%) ରହିଥିବା ବେଳେନବରଙ୍ଗପୁର ଜିଲାରେ ସର୍ବନିମ୍ନ(୪୭.୪୬%) ରହିଛି। କଳାରେ ଦୁଇଟି କଲେଜରେ କୌଣସି ଛାତ୍ରୀଛାତ୍ର ପାସ୍‌ କରିନାହାନ୍ତି। ଖୋର୍ଦ୍ଧା ଜିଲାର ୧ଟି ଓ ଯାଜପୁର ଜିଲାର ୧ଟି କଲେଜରେ ଶୂନ ରେଜଲ ହୋଇଛି।

ସେହିଭଳି ବାଣିଜ୍ୟରେ ପାସ୍‌ ହାର ୭୦.୨୬% ରହିଛି। ୨୬, ୭୯୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୧୮, ୮୨୬ଜଣ। ପାସ୍‌ ହାର ଖୋର୍ଦ୍ଧାରେ ସର୍ବାଧିକ ୮୬.୮୯% ଓ ଦେବଗଡ଼ରେ ସର୍ବନିମ୍ନ ୨୪.୩୪% ରହିଛି। ବାଣିଜ୍ୟରେ ୪ କଲେଜର ସମସ୍ତ ଛାତ୍ରୀଛାତ୍ର ଫେଲ ହୋଇଛନ୍ତି। ତେବେ ଗତ ବର୍ଷ ତୁଳନାରେ ପାସ୍‌ ହାର କମିଥିବାରୁ ଏହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କାମ କରି ସମସ୍ତଙ୍କ ହୃଦୟ ଜିତିଲେ କାର୍ତ୍ତିକ ଆର୍ଯ୍ୟନ: ମୁଖ୍ୟମନ୍ତ୍ରୀ କହିଲେ ବାଃ ବାଃ

ଆସାମରେ ଭୟଙ୍କର ବନ୍ୟା। ଲକ୍ଷ ଲକ୍ଷ ଲୋକ ନିଜ ଘର ଛାଡି ବିସ୍ଥାପିତ ହୋଇଛନ୍ତି। ଅନେକ ଲୋକଙ୍କ ଜୀବନ ଯାଇଛି ଏବଂ ପରିସ୍ଥିତି ଖରାପ ଆଡ଼କୁ ଗତି…

‘ପରିବାରର ମୁଖ୍ୟ ପରି ଛାତ୍ରମାନଙ୍କ କଥା ଶୁଣିଥିଲେ ପ୍ରଧାନମନ୍ତ୍ରୀ ମୋଦି,’ ଆଣ୍ଟି ପେପର ଲିକ ବିଲକୁ ନେଇ ଏମିତି କହିଲେ ରାଘବ ଚଢା, ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୩୧।୭: ରାଜ୍ୟ ସଭାରେ ସାଧାରଣ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ବିଲ, 2026 ଉପରେ ଆଲୋଚନା ସମୟରେ, ଆମ ଆଦମୀ ପାର୍ଟିରୁ ଭାଜପାରେ ଯୋଗ ଦେଇଥିବା ସାଂସଦ…

ଫୁଲୁଛି ବିରୂପା, ନଦୀକୂଳିଆ ଗାଁ ଲୋକେ ଆତଙ୍କିତ

ଡେରାବିଶ,୩୧ା୭(ବେବର୍ତ୍ତା ଅଜୟ ଦାସ): ବିରୂପା ନଦୀରେ ବନ୍ୟାଜଳ ବୃଦ୍ଧି ପାଉଛି। ଏହାକୁ ନେଇ ଡେରାବିଶ ବ୍ଲକ ଅଧିନ ବେଣିପୁର, ମଙ୍ଗଳପୁର ଓ ଛୋଟି ପଞ୍ଚାୟତର ନଦୀକୂଳିଆ ଅଧିବାସୀ…

ପାକିସ୍ତାନ ଯିବେ ମୋଦି? ପ୍ରସ୍ତୁତି କଲାଣି ଇସଲାମାବାଦ! ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୩୧।୭: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୨୦୨୭ ମସିହାରେ ଆୟୋଜିତ ହେବାକୁ ଥିବା ଶାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ କି…

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

ବନ୍ୟା ସ୍ଥିତିର ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, କହିଲେ ଏହି ଜିଲାକୁ…

ଭୁବନେଶ୍ୱର,୩୧ା୭: ଓଡ଼ିଶାରେ ଲାଗି ରହିଥିବା ବର୍ଷା ଓ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ଲୋକ ସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri