କାଳ ବୈଶାଖୀ ପ୍ରଭାବ : କାନ୍ଥ ପଡି ଘର ଭାଙ୍ଗିଲା, ୩ ଆହତ

ପାଟଣା,୧।୬(ସ୍ବ.ପ୍ର.)-କାଳବୈଶାଖୀ ପ୍ରଭାବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲ ପାଟଣା ଅଞ୍ଚଳରେ କୁଆପଥର ବର୍ଷା, ଘଡଘଡି ସାଙ୍ଗକୁ ବହୁତ ଜୋର୍‌ସେ ପବନରେ ବିଦ୍ୟୁତ ସରବରାହ ବ୍ୟାହତ ହେବା ସହ ୩ଜଣ ଆହତ ହୋଇଛନ୍ତି। ପୂର୍ବାହ୍ନରୁ ସା ମଧ୍ୟରେ ପାଟଣା ଅଞ୍ଚଳରେ ୪୧.୪ ମିଲି ମିଟର ବର୍ଷା ହୋଇଥିବା ପାଟଣା ସ୍ଥିତ ସେଣ୍ଟ୍ରାଲ ୱାଟର କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ବଡ଼ପାଟଣା ପଞ୍ଚାୟତ ଶିବନାରାୟଣ ପୁର ଗ୍ରାମର ଅସହାୟ ବୃଦ୍ଧା ଆଶାମଣି ନାଏକଙ୍କ ଆଜବେଷ୍ଟସ୍‌ ଘର ସହ ଚାଳ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ବୃଦ୍ଧା ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂର୍ବରୁ ପୁଅବୋହୂଙ୍କୁ ହରାଇ ୪ ନାତି ନାତୁଣୀଙ୍କ ସହ ରହୁଛନ୍ତି। ସେ ଜଣେ ଅସହାୟ ବିଧବା ମହିଳା। ଗରିବ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି। ଅନୁରୂପ ଭାବେ ବଡ଼ପାଟଣା ପଞ୍ଚାୟତ ପୁଟୁଳିଆ ଗ୍ରାମର ସର ପାତ୍ର ଓ ତାଙ୍କ ଦୁଇ ପୁଅ ଲକ୍ଷ୍ମଣ ପାତ୍ର ଓ ଡାକ୍ତର ପାତ୍ର ଘର ଭିତରେ ଥିବା ବେଳେ ହଠାତ ବର୍ଷା ପବନ ଜୋର ହେବାରୁ ଘର ପାଖରେ ଥିବା ଏକ ବିରାଟ ଆମ୍ବ ଗଛଘର ଉପରେ ଖସିପଡିବାରୁ ଘର ଭାଙ୍ଗିବା ସହ ସେମାନେ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦିପୁରରେ ‘ଆକାଶ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୩।୬: ‘ଆକାଶ ନ୍ୟୁ ଜେନେରେଶନ ’ମିସାଇଲର ବ୍ୟାବହାରିକ ପରୀକ୍ଷଣ ହୋଇଛି । ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚପ୍ୟାଡରୁ ମଧ୍ୟାହ୍ନରେ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ...

ଡକାୟତି କରିବାକୁ ଆସି ୩ ଜେଲ ଗଲେ

ବାଲିଗୁଡା,୩୦ା୧୦(ଡି.ଏନ୍‌.ଏ.): ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲମି ଗ୍ରାମରେ ଡକାୟତି କରିବାକୁ ଆସିଥିବା ୩ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ ସୋମବାର ରାତିରେ କାବୁ କରିଥିଲେ। ଏ...

ଘର ନିର୍ମାଣ ୮ ବର୍ଷ ବିତିଲା, ମିଳୁନି ବକେୟା ଟଙ୍କା:ଜିଲାପାଳଙ୍କଠାରେ ଅଭିଯୋଗ କଲେ ହିତାଧିକାରୀ

ବଇଣ୍ଡା,୨୩।୬(ଡି.ଏନ.ଏ)-ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ତେବେ ପ୍ରଶାସନିକ ଅବହେଳା...

ଗଛମୂଳରେ ଆଶ୍ରୟ ନେଇଥିବା ସମୟରେ ହେଲା ବଜ୍ରପାତ: ଚାଲିଗଲା ଯୁବକଙ୍କ ଜୀବନ

ଠାକୁରମୁଣ୍ଡା,୬।୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରଡ଼ିଆ ଡ୍ୟାମ ନିକଟରେ ବଜ୍ରପାତରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଆନନ୍ଦପୁର...

ବୁଡ଼ିଲା ଥୋଡ଼ଧାନ, ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ

ଧାମନଗର,୨୭।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକରେ ଅଧିକାଂଶ ଖାଲୁଆ ଜମି ବର୍ଷାପାଣିରେ ବୁଡ଼ି ଯିବାରୁ ଧାନଚାଷ ବ୍ୟାପକ କ୍ଷତି ହୋଇଛି। ଗର୍ଭଣା ସଂକ୍ରାନ୍ତି ପରଠାରୁ ଧାନଗଛରେ...

ପାର୍ବଣ ଉତ୍ସବ ପାଣିଚିଆ

ଅନୁଗୋଳ ଅଫିସ, ୨୪ା୧୦ – ଧରାପୃଷ୍ଠକୁ ମା’ ଆସିବେ ବୋଲି ମାସ ମାସ ଧରି ପ୍ରସ୍ତୁତି ଚାଲେ। ଆକର୍ଷଣୀୟ ତୋରଣ ନିର୍ମାଣ ପାଇଁ ରାଜ୍ୟ ବାହାରୁ...

ମହାନଦୀରେ ବନ୍ୟାଜଳ ପ୍ରବାହିତ, ୩ ବ୍ଲକର ଲୋକେ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେତୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପାଣି ପଶିଛି। ଏହି...

ରନ୍ଧାଖାଦ୍ୟ ବାଣ୍ଟିଲା ବିଡେକା

ଭଞ୍ଜନଗର,୩୧।୩(ଡି.ଏନ.ଏ.)-ଭଞ୍ଜନଗର ଜଳସଚେନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ପକ୍ଷରୁ କିଛିଦିନ ହେଲା ସହରରେ ଅସହାୟ ଅବସ୍ଥାରେ ବୁଲୁଥିବା ଲୋକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି ।...

Advertisement
Archives

Model This Week