‘କାଳିଆ’ରେ ସାମିଲ ହେଲେ ୪୦ ହଜାର: ବାଦ୍‌ ପଡ଼ିଲେ ୨୦ ହଜାର ଅଯୋଗ୍ୟ

ଅନୁଗୋଳ ଅଫିସ, ୧।୯ – ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ସାମିଲ ହୋଇଥିବା ଚାଷୀଙ୍କ ଚୂଡାନ୍ତ ତାଲିକା ଅନୁଗୋଳ ଜିଲା କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସରକାରଙ୍କୁ ନିକଟକୁ ପଠାଯାଇଛି। ଜିଲାରେ ୪୦ ହଜାର ଚାଷୀ ଯୋଜନାର ତାଲିକାରେ ସାମିଲ ହୋଇଥିବାବେଳେ ପ୍ରାୟ ୨୦ ହଜାର ଅଯୋଗ୍ୟ ଏଥିରୁ ବାଦ ପଡିଥିବା ଜଣାପଡିଛି। ତେବେ ଏ ସଂକ୍ରାନ୍ତରେ ଜିଲା କୃଷି ଉପ ନିର୍ଦ୍ଦେଶାଳୟ ଅଧିକାରୀ କୌଣସି ସୂଚନା ଦେବାକୁ ମନା କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜିଲାରେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୬୬୯ ଜଣ ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଯୋଜନା ଟଙ୍କା ଯାଇଥିଲା। ଯାଞ୍ଚ ସମୟରେ ଗୋଟିଏ ପରିବାରର ଏକାଧିକ ଲୋକଙ୍କ ନିକଟକୁ ଟଙ୍କା ଯାଇଥିବା ଧରାପଡ଼ିଥିଲା। ତେବେ ସେମାନଙ୍କଠାରୁ ଟଙ୍କା ଫେରସ୍ତ କରାଯିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ଅନ୍ୟପକ୍ଷରେ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟରେ ୪୦ ହଜାର ଚାଷୀ କାଳିଆ ଟଙ୍କା ପାଇବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ବଢିଲା ଟେନ୍‌ସନ: ଯେଉଁଠୁ ଆସେ ଗ୍ୟାସ୍‌, ସେଠି ଘଟିଲା…

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି। ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଶତ୍ରୁତାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବା…

ଶେଷରେ ନରମ ପଡ଼ିଲେ ଟ୍ରମ୍ପ: କହିଲେ, ମୁଁ ଆଉ ଚାହୁଁନାହିଁ…

ଓ୍ବାଶିଂଟନ୍‌,୧୯।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଟେନ୍‌ସନ୍‌ରେ ଅଛନ୍ତି। ସେ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ତେହରାନ କତାରର ତରଳ ପ୍ରାକୃତିକ ଗ୍ୟାସ…

ପାକିସ୍ତାନ କରିବ ବଡ଼ ଆକ୍ରମଣ, ଡରିଲାଣି ଆମେରିକା!

ଓ଼୍ବାଶିଂଟନ,୧୯।୩: ଆମେରିକାର ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗାବାର୍ଡ ବୁଧବାର ପାକିସ୍ତାନକୁ ଆମେରିକା ସାମ୍ନା କରୁଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରମାଣୁ ବିପଦ ମଧ୍ୟରୁ ଗୋଟିଏ ଭାବରେ ଚିହ୍ନଟ…

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri