କାଳବୈଶାଖୀ ଉଜାଡିଲା ଧାନ

ବିନିକା, ୭।୫(ଡି.ଏନ୍‌.ଏ.)-ସୁବଣ୍ଣର୍ର୍ପୁର ଜିଲାର ବିନିକା ଅଞ୍ଚଳ ଧାନଚାଷ ପାଇଁ ପ୍ରସିଦ୍ଧ। ଚଳିତ ବର୍ଷ ବିନିକାରେ ରବି ଧାନଚାଷ ୧୭ହଜାର ୨ଶହ ହେକ୍ଟର ଜମିରେ ହୋଇଛି। ୬୦ଭାଗ ଧାନଚାଷ କେନାଲ ଜଳସେଚନ ଓ ୪୦ଭାଗ ଉଠା ଜଳସେଚନ ଦ୍ୱାରା ହୋଇଛି । ୩ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଅଞ୍ଚଳର ଅଳ୍ପ ସଂଖ୍ୟକ ଚାଷୀ ପନିପରିବା ସହିତ ତୈଳବୀଜ ତଥା ଡାଲି ଜାତୀୟ ଫସଲ କରିଛନ୍ତି। ମାତ୍ର କାଳବୈଶାଖୀର ତାଣ୍ଡବ ଯୋଗୁ ଧାନଚାଷ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ବିନିକା ଅଞ୍ଚଳର ୨୦ ଭାଗ ଜମିରେ ଧାନ ଫସଲ ପାଚି ଯାଇଥିବା ବେଳେ ୬୦ ଭାଗ ଅର୍ଦ୍ଧ ପାକଳ ଅବସ୍ଥାରେ ରହିଛି। ଆଉ ୨୦ ଭାଗ ଧାନଫସଲ ଚାଷୀମାନଙ୍କ ଧାନକ୍ଷେତରେ କଟା ହୋଇ ପଡିଛି। ନିକଟରେ ହୋଇଥିବା କାଳବୈଶାଖୀ ଯୋଗୁ ଜମିରେ କଟା ହୋଇଥିବା ଧାନଫସଲ ନଷ୍ଟ ହେବାରେ ଲାଗିଛି । କଟାଯାଇ ନ ଥିବା ଧାନଗଛ ପବନ ମାଡରେ ଜମିରେ ଶୋଇପଡିଛି। ବର୍ତ୍ତମାନ ବିନିକା ବ୍ଲକ ସିଂଘିଯୁବାର ମୁରଲୀ ମେଶୁଆ, ଖଇରମାଳର ସୁଦାମ ପାତ୍ର, ଅଶ୍ୱିନୀ ପଧାନ ବାଙ୍କିଘିର୍ଡିର ନରସିଂହ ସାହୁ, ସର୍ଜନ ସୁନା, ପୁରନ ଚାଉଁର, ବୀର ରଣା ପ୍ରମୁଖ ଚାଷୀଙ୍କର ଧାନଫସଲ କଟାହୋଇ ବର୍ଷାପାଣିରେ ଭିଜୁଛି। ଯଥାଶୀଘ୍ର ଫସଲ କ୍ଷୟକ୍ଷତି ଆକଳନ କରିବାକୁ ଚାଷୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରବାଟୀରେ ଗର୍ଜିଲେ ସମୀର ଦାଶ; ହଜାର ହଜାର ସମର୍ଥକ କହିଲେ ‘ସମୀର ନାହିଁ ତ ଶଙ୍ଖ ନାହିଁ’ 

ନିମାପଡ଼ା,୨୦।୪: ବିଜେଡି ପକ୍ଷରୁ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ମିଳିନାହିଁ। ଏହାକୁ ନେଇ ତାଙ୍କର ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।...

ଜଙ୍ଗଲରେ ନିଆଁ: ସହରମୁହାଁ ଭାଲୁ, ଧରିବା ପାଇଁ ବନ ବିଭାଗ ନାକେଦମ୍‌

କୋରାପୁଟ,୨୦ା୪(ଅମିତାଭ ବେହେରା): ବର୍ତ୍ତମାନ କୋରାପୁଟର ବିଭିନ୍ନ ଜଙ୍ଗଲରେ ଲୋକେ ନିଆଁ ଲଗାଇଥିବା ବେଳେ ଏଥିଯୋଗୁ ଜଙ୍ଗଲରେ ଥିବା ବନ୍ୟପ୍ରାଣୀ ଏବେ ଖାଦ୍ୟ ଅନ୍ବେଷଣରେ ସହରମୁହାଁ ହେଉଥିବା...

ରାଜନୀତି ବିନା ମୁଁ ବଞ୍ଚିପାରିବି ନାହିଁ, ଟିକେଟ୍‌ ମିଳିବା ପରେ କହୁକହୁ ଅନେକ କିଛି କହିଦେଲେ ସନାତନ

କେନ୍ଦୁଝର,୨୦ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିତ୍ତଶାଳୀ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସନାତନ ମହାକୁଡ଼। ଗତ ନିର୍ବାଚନରେ ନିଜେ ନ ଲଢ଼ି...

ଲବି କରୁଥିଲେ ତିନି ନେତା, ବର୍ଷାଙ୍କୁ ଟିକେଟ୍ ଦେଇ ଚମକାଇଦେଲେ ନବୀନ

ଭୁବନେଶ୍ୱର,୨୦ା୪: ଶନିବାର ବିଜୁ ଜନତା(ବିଜେଡି) ଦଳ ମୁଖିଆ ନବୀନ ପଟ୍ଟନାୟକ ଶନିବାର ନଅ ବିଧାନସଭା ଆସନ ପାଇଁ ଟିକେଟ୍ ଘୋଷଣା କରିଛନ୍ତି। ଏଥିରେ ଅଭିନେତ୍ରୀ ବର୍ଷା...

ଅଖିଳଙ୍କ ପ୍ରାର୍ଥିତ୍ୱକୁ ବିରୋଧ କଲା ଭାଜପାର ଆଉ ଏକ ଗୋଷ୍ଠୀ

ପାଟଣା,୨୦ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳ ଧାନବେଣୀ ପାର୍ଶ୍ୱରେ ଶନିବାର ପାଟଣା ଭାଜପା ନିର୍ବାଚନ ମଣ୍ଡଳୀସ୍ତରୀୟ ନିଷ୍ପତ୍ତି ସାମାବେଶ ଅନୁଷ୍ଠିତ ହୋଇଛି। ସୂଚନାଯୋଗ୍ୟ,...

ମହାନଦୀ ବୋଟ୍‌ ଟ୍ରାଜେଡି: ମିଳିଲା ଆଉ ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡି ଘଟଣାରେ ଆଉ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହାକୁ ମିଶାଇ ମୋଟ ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି...

ଅସମ୍ଭାଳ ତାତି, ଅଂଶୁଘାତରେ ୨୮ ଆକ୍ରାନ୍ତ ଡାକ୍ତଖାନାରେ ଭର୍ତ୍ତି

ସୁନ୍ଦରଗଡ,୨୦।୪: ଅସମ୍ଭାଳ ହେଲାଣି ତାତି। ଆଉ ବଢ଼ିବାରେ ଲାଗିଛି ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା। ସୁନ୍ଦରଗଡରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ପିଏଚସିରୁ ଜିଲା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri