କାଳବୈଶାଖୀର ତାଣ୍ଡବ : ଗଛ ଭାଙ୍ଗି ରାସ୍ତା ଅବରୋଧ

ମୁରିବାହାଲ, ୧।୬ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଅଞ୍ଚଳରେ ଶୁକ୍ରବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା। ପ୍ରବଳ ଝଡତୋଫାନ ଓ ବର୍ଷା ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୩୦ମିନିଟ ପାଇଁ ହୋଇଥିବା ଝଡତୋଫାନରେ ମୁରିବାହାଲ-ଗୁଡିଘାଟ, ମୁରିବାହାଲ-ବଙ୍ଗୋମୁଣ୍ଡା, ମୁରିବାହାଲ-ଟିଟିଲାଗଡ ରାସ୍ତାରେ ବଡବଡ ଗଛ ଭାଙ୍ଗି ପଡିବା ଫଳରେ ଯାତାୟାତ ବନ୍ଦ ହୋଇ ଯାଇଥିଲା। ମୁରିବାହାଲ, ଜମୁନା, ଘୁଷୁରାମୁଣ୍ଡା, ବନବାହାଲ ପ୍ରଭୁତି ଗ୍ରାମରେ କାଳବୈଶାଖୀର ପ୍ରଭାବ ବିଶେଷ ଅନୁଭୂତ ହୋଇଥିଲା। ମୁରିବାହାଲ ଗ୍ରାମର ଶତାଧିକ ଘର ଭାଙ୍ଗିଥିବା ବେଳେ ବ୍ଲକ କଲୋନୀ ଓ ଷ୍ଟେଶନ ପଡାର ବହୁ ଲୋକଙ୍କ ଘର ବିଶେଷ କ୍ଷତିଗ୍ରସ୍ତ ହୋଇଛି। ସେହିପରି ମୁରିବାହାଲ ରେଳୱେ ଷ୍ଟେଶନ ନିକଟରେ ଥିବା ବହୁ ପୁରୁଣା ଶାଗୁଆନ ଗଛ ଭାଙ୍ଗିପଡଛି । ମୁରିବାହାଲ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ଗ୍ରାମ୍ୟ ପରିମଳ ବିଭାଗ, ଷ୍ଟେଶନ ବଜର, ଆଞ୍ଚଳିକ ବ୍ୟାଙ୍କ କାର୍ଯ୍ୟାଳୟମାନଙ୍କରେ ମଧ୍ୟ ବଡ ବଡ ଗଛ ଭାଙ୍ଗି ପଡିଥିବାର ଦେଖିବାକୁ ମିଳିଛି। ଟିଟିଲାଗଡ ପଟରୁ ଆସିଥିବା ୩୩ କେଭି ବିଦ୍ୟୁତ୍‌ ଲାଇନର ୯ଗୋଟି ଖୁଣ୍ଟ ଚାଉଳଫୁପଡା-ପାତଳପଡା ଗ୍ରାମ ପର୍ଯ୍ୟନ୍ତ ତାର ଛିଣ୍ଡି ଯିବା ଫଳରେ ଶୁକ୍ରବାର ରାତିରୁ ବିଦ୍ୟୁତ ସେବା ବ୍ୟାହାତ ହୋଇଛି। ଏତତ୍‌ବ୍ୟତୀତ ମୁରିବାହାଲ ଦିନଦୟାଲ ଉପାଧ୍ୟାୟ ଓ ସ୍ବଭାଗ୍ୟ ଯୋଜନାର ବିଦ୍ୟୁତ ଖୁଣ୍ଟଗୁଡିକ ଅନେକ ସ୍ଥାନରେ ଭାଙ୍ଗି ପଡିଥିବା ଯୋଗୁଁ ତାର ଛିଣ୍ଡି ଯାଇ ଝୁଲି ରହିଛି । ଫଳରେ ବିଦ୍ୟୁତ ସେବା ଆହୁରି ୨ ଦିନ ଲାଗିପାରେ ବୋଲି କନିଷ୍ଠ ଯନ୍ତ୍ରୀ ଶିବାନୀକାନ୍ତ ରଥ କହିଛନ୍ତି । ଅନ୍ୟପକ୍ଷରେ ମୁରିବାହାଲ ବଜାରପଡାଠାରେ ଥିବା ବିଏସଏନଏଲ ଟାୱାର ଭାଙ୍ଗି ନିକଟସ୍ଥ ଘର ଉପରେ ପଡି ରାସ୍ତା ଅବରୋଧ ହୋଇଛି। ଏଥିଯୋଗୁ ମୋବାଇଲ ସେବା ବ୍ୟାହାତ ହୋଇଛି। ସ୍ଥିତିକୁ ସ୍ବଭାବିକ କରିବାକୁ ଅଗ୍ନିଶମ, ବିଦ୍ୟୁତ, ଜଙ୍ଗଲ ବିଭାଗ ଓ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୁଦ୍ଧକାଳୀନ ଭିତ୍ତିରେ କାମ ଚଳାଇଛନ୍ତି । ରାଜସ୍ବ ନିରୀକ୍ଷକଙ୍କ ରିପୋର୍ଟ ପରେ ପ୍ରଭାବିତଙ୍କୁ ଅବିଳମ୍ବେ ସହାୟତା ପ୍ରଦାନ କରାଯିବ ବୋଲି ସ୍ଥାନୀୟ ତହସିଲଦାର ଅମୃତଲାଲ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri