କାର୍ଯ୍ୟକ୍ଷମ ହୋଇପାରୁନି ଉଠାଜଳସେଚନ ପଏଣ୍ଟ

ବାସୁଦେବପୁର, ୨୬।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ। ଚଳିତ ଖରିଫ ଋତୁରେ ଚାଷକାର୍ଯ୍ୟ ପ୍ରାରମ୍ଭ ତଳି ପକାଇବାଠାରୁ ଆରମ୍ଭ କରି ଅଦ୍ୟାବଧି ଶ୍ରାବଣର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକ ବର୍ଷା ହୋଇ ନ ଥିବାରୁ ମରୁଡ଼ି ଆଶଙ୍କା ଦେଖାଦେଇଛି। ବ୍ଲକର ମୋଟ ୩୪, ୪୦୦ ହେକ୍ଟର ଚାଷଜମି ମଧ୍ୟରୁ ୩୨ ହଜାର ହେକ୍ଟର ଜମିରେ ଧାନଚାଷ ପାଇଁ ଖରିଫଋତୁରେ ଲକ୍ଷ୍ୟଧାର୍ଯ୍ୟ ଥିବାବେଳେ ଅଦ୍ୟାବଧି ମାତ୍ର ୩୫ ଶହ ହେକ୍ଟର ଜମିରେ ପ୍ରାରମ୍ଭିକ ଚାଷ ହୋଇଛି। ଏହି ଖରିଫ ଋତୁରେ ଖରିଡି, ଆତରା, ଚବକା ଉପାୟରେ ୨୭୨୪ ହେକ୍ଟର ଜମିରେ ତଳି ପଡ଼ିଥିବାବେଳେ ୧୨ ହେକ୍ଟର ଜମିରେ ତଳି ନଷ୍ଟ ହୋଇଗଲାଣି। ଏଭଳି ସ୍ଥିତିରେ ଅଞ୍ଚଳରେ ଥିବା ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହୋଇପାରୁନି। ଏଠାରେ ମାତ୍ର ୧୬ ହଜାର ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ଥିବାବେଳେ କେନାଲଗୁଡ଼ିକ ପୋତି ହୋଇପଡ଼ିଛି। ମରାମତି ହେଉ ନ ଥିବାରୁ କେନାଲ ପାଣି ଚାଷୀଙ୍କ ଜମିକୁ ମାଡ଼ିପାରୁ ନାହିଁ।
ପ୍ରକାଶ ଯେ, ବାସୁଦେବପୁର ଅଞ୍ଚଳର ଚାଷୀଙ୍କ ଜମିକୁ ଜଳସେଚନ ପାଇଁ ଇରମ ଓ ବାସୁଦେବପୁର କ୍ଲଷ୍ଟରରେ ମୋଟ ୨୦୮ଟି ଉଠାଜଳସେଚନ ପଏଣ୍ଟ ବ୍ୟବସ୍ଥା ରହିଛି। ସେଥିମଧ୍ୟରୁ ୧୭୫ଟି କାର୍ଯ୍ୟକ୍ଷମ ଅଛି। ୨୯ ଉଠାଜଳସେଚନ ପଏଣ୍ଟ ସ୍ଥାୟୀ ଭାବେ ଅଚଳ ଥିବାବେଳେ ୪ଟି ଅସ୍ଥାୟୀ ଭାବେ ଅଚଳ ଥିବା ଜଣାପଡ଼ିଛି। ଗୋଟିଏ ପଏଣ୍ଟର ପ୍ରାୟ ୨୦ ହେକ୍ଟରରୁ ଊର୍ଦ୍ଧ୍ୱ ଜମି ଜଳସେଚିତ କରିବାର ଦକ୍ଷତା ରହିଛି। ଏହି ସଚଳ ଉଠାଜଳସେଚନ ପଏଣ୍ଟ କାର୍ଯ୍ୟକ୍ଷମ କ୍ଷେତ୍ରରେ ବିଦ୍ୟୁତ୍‌ ବିଲ୍‌ ଚାଷୀଙ୍କ ପାଇଁ ବୋଝ ସାଜୁଛି। ୮୦ରୁ ଊର୍ଦ୍ଧ୍ୱ ପଏଣ୍ଟରେ ବିଦ୍ୟୁତ୍‌ ମିଟର ଲାଗିଥିବାବେଳେ ୧୦୦ରୁ ଊର୍ଦ୍ଧ୍ୱ ପଏଣ୍ଟରେ ବିଭାଗ ପକ୍ଷରୁ ମିଟର ଲଗାଯାଇ ନାହିଁ। ଫଳରେ ଏହି ପଏଣ୍ଟରେ ଅଧିକ ବିଲ୍‌ ଚାଷୀଙ୍କ ଉପରେ ବିଦ୍ୟୁତ୍‌ ବିଭାଗ ଲଗାଉଥିବାରୁ ପଏଣ୍ଟ ଖୋଲିବାକୁ କେହି ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ଉଠାଜଳସେଚନ ସହକାରୀ ଯନ୍ତ୍ରୀ ଭୀମସେନ ମଲ୍ଲିକ କହିଛନ୍ତି। ସମସ୍ତ ସଚଳ ଉଠାଜଳସେଚନ ପଏଣ୍ଟକୁ ଗ୍ରାମର ପାଣିପଞ୍ଚାୟତ କମିଟିକୁ ହସ୍ତାନ୍ତର କରାଯାଇଛି ବୋଲି ସେ ଜଣାଇଛନ୍ତି। ଅନ୍ୟ କେତେକ ପଏଣ୍ଟରେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯାଇଥିବାରୁ ଚାଷୀମାନେ ଏହାର ସୁଫଳ ପାଇପାରୁନାହାନ୍ତି। ସେହିପରି ଇରମର ୮ଟି ପଞ୍ଜୀକୃତ ୫ ଜଣିଆ ଚାଷୀ କମିଟିକୁ ନେଇ ୪୧ଟି ସାଲୋ ନଳକୂପ ବସାଯାଇଛି। ରାଜ୍ୟ ସରକାର ୯୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରିଥିବା ବେଳେ ଚାଷୀଙ୍କ ପକ୍ଷରୁ ୧୦ ପ୍ରତିଶତ ବ୍ୟକ୍ତିଗତ ସହାୟତା କ୍ରମେ ଏହି ଗଭୀର ନଳକୂପ ବାସୁଦେବପୁରରେ କାର୍ଯ୍ୟକ୍ଷମ ଅଛି। ସେହିପରି ଏହି ଯୋଜନାରେ ଆଉ ୧୬ଟି ସାଲୋ ନଳକୂପ ଖନନ ପ୍ରକ୍ରିୟା ଚାଲିଥିବା ଇରମ କ୍ଲଷ୍ଟର ଉଠାଜଳସେଚନ ଯନ୍ତ୍ରୀ ସତ୍ୟଚରଣ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି। ଚଳିତବର୍ଷ ନିଅଣ୍ଟିଆ ବର୍ଷା ମରୁଡ଼ି ପରିସ୍ଥିତି ସୃଷ୍ଟି କରିଛି। ତୁରନ୍ତ ସଚଳ ଥିବା ୧୭୫ ଉଠାଜଳସେଚନ ପଏଣ୍ଟକୁ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଯାଇପାରିଲେ ଚାଷଜମିକୁ ପାଣି ମଡ଼ାଯାଇ ପାରନ୍ତା ଓ ଚାଷକାର୍ଯ୍ୟ ତ୍ୱରାନ୍ବିତ ହୋଇପାରନ୍ତା ବୋଲି କେତେକ ଚାଷୀ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri