କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଯୋଗଦାନ ନିମନ୍ତେ ଅନ୍‌ଲାଇନ ଆବେଦନ ବ୍ୟବସ୍ଥା

ଭୁବନେଶ୍ୱର, ୧୦ା୭ (ବ୍ୟୁରୋ): ରାଜ୍ୟପାଳଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନକୁ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ପ୍ରସ୍ତୁତ ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ ସଫ୍ଟୱେର ଆପ୍ଲିକେଶନ ଚଳିତବର୍ଷ ଫେବୃୟାରୀରୁ କାର୍ଯ୍ୟକାରୀ ହୋଇଛି। ଇତି ମଧ୍ୟରେ ଅନେକ ସଂସ୍ଥା ଓ ଅନୁଷ୍ଠାନ ଏହାର ସଫଳ ଉପଯୋଗ କରିଛନ୍ତି। ଏହି ଆପ୍ଲିକେଶନ ମାଧ୍ୟମରେ ଇଚ୍ଛୁକ ସଂସ୍ଥାଗୁଡ଼ିକ କାର୍ଯ୍ୟକ୍ରମ ଦିବସଠାରୁ ୬୦ଦିନ ପୂର୍ବରୁ ଓ ୨୫ ଦିନ ପୂର୍ବ ପର୍ଯ୍ୟନ୍ତ ଅନ୍‌ଲାଇନରେ ଆବେଦନ କରିପାରିବେ। ତେବେ ରାଜଭବନରେ ଏହି ଆବେଦନ କାର୍ଯ୍ୟକ୍ରମର ୨୦ଦିନ ଆଗରୁ ପହଞ୍ଚତ୍ବା ଦରକାର। ଆବେଦନକାରୀ www.rajbhavanodisha.gov.inର ହୋମ୍‌ପେଜ୍‌ର ଡାହାଣ ପାର୍ଶ୍ୱ ଉପର କୋଣରେ ରହିଥିବା ‘ରାଜଭବନ ପ୍ରୋଗ୍ରାମ ମ୍ୟାନେଜମେଣ୍ଟ’ର ଲିଙ୍କ୍‌କୁ ଯାଇ ପ୍ରଥମେ ୟୁଜର ମାନୁଆଲ ଓ ଏସ୍‌ଓପିକୁ ଡାଉନ୍‌ଲୋଡ୍‌ କରି ଆପ୍ଲିକେଶନ ବିଷୟରେ ବୁଝିବେ। ସେହି ଅନୁସାରେ ଅନ୍‌ଲାଇନରେ ଆବେଦନ କରିବେ। ଆବେଦନରେ କାର୍ଯ୍ୟକ୍ରମ ଓ ସଂସ୍ଥା ସମ୍ପର୍କିତ ଆବଶ୍ୟକ ତଥ୍ୟ ପୂରଣ କରି ପଠାଇବା ପରେ ଏହି ଆବେଦନପତ୍ରର ପ୍ରିଣ୍ଟ୍‌ଆଉଟ୍‌ ସଂଗ୍ରହ କରିବେ ଏବଂ ଏହି ବାର୍‌କୋଡ଼ଯୁକ୍ତ ଆବେଦନପତ୍ରରେ ଦସ୍ତଖତ କରି ସଂସ୍ଥାର ଲେଟର ପ୍ୟାଡ୍‌୍‌ରେ ସାଦା ଦରଖାସ୍ତ ସହ ରାଜଭବନକୁ ପଠାଇବେ। ରାଜଭବନରେ ଏହା ପ୍ରୋସେସିଂ ହୋଇ ରାଜ୍ୟପାଳଙ୍କ ଅନୁମୋଦନ ଅଥବା ଅଗ୍ରାହ୍ୟ ନିଷ୍ପତ୍ତି ଏସ୍‌ଓପିର ସମୟସୀମା ଅନୁସାରେ ସମ୍ପୃକ୍ତ ସଂସ୍ଥାର କର୍ମକର୍ତ୍ତାଙ୍କୁ ମୋବାଇଲରେ ମେସେଜ ଆକାରରେ ଜଣାଇ ଦିଆଯିବ। ଏହି ଆପ୍‌କୁ ବ୍ୟବହାର କରି କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗଦାନ ପାଇଁ ଆବେଦନ କରିବାକୁ ରାଜଭବନ ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri