କାର୍ଯ୍ୟକାରିଣୀରେ ନାହାନ୍ତି ଏକାଧିକ ବରିଷ୍ଠ ନେତା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ୮ମ ଥର ପାଇଁ ବିଜେଡି ସଭାପତି ଦାୟିତ୍ୱ ନେଇଛନ୍ତି। ଦଳର ମୁଖ୍ୟ ଭାବେ ବୁଧବାରଠାରୁ ତାଙ୍କପ ଅଷ୍ଟମ ଇଂନିସ ଆରମ୍ଭ ହୋଇଛି। ସଭାପତିଭାବେ ତାଙ୍କ ନାମ ଆନୁଷ୍ଠାନିକ ଘୋଷଣା ହେବା ସହ ୮୦ ଜଣିଆ କାର୍ଯ୍ୟକାରିଣୀ ତାଲିକା ମଧ୍ୟ ଘୋଷଣା କରାଯାଇଛି। ଏହି ତାଲିକାରେ ଦଳର ଅଧିକାଂଶ ପ୍ରମୁଖ ବ୍ୟକ୍ତି ସ୍ଥାନ ପାଇଛନ୍ତି। ଏପରିକି କେତେକ ନୂଆ ଚେହେରାଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ହେଲେ ବହୁ ବରିଷ୍ଠ ନେତା, ମନ୍ତ୍ରୀ, ପୁରାତନ ସଦସ୍ୟଙ୍କ ନାଁ ନବୀନଙ୍କ ନୂଆ ତାଲିକାରେ ଦେଖିବାକୁ ମିଳିନାହିଁ।
ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରହିଥିବା ପଦ୍ମନାଭ ବେହେରା, ରାଜ୍ୟ ସଭା ସଦସ୍ୟ ପ୍ରଶାନ୍ତ ନନ୍ଦ, ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ , କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ପ୍ରମୁଖଙ୍କୁ କାର୍ଯ୍ୟକାରିଣୀରେ ନିଆଯାଇନାହିଁ। ସେହିପରି କାର୍ଯ୍ୟକାରିଣୀରେ କେତେକ ନୂଆ ମୁହଁଙ୍କୁ ନିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଆଇନଜୀବୀ ମିଲନ୍‌ କାନୁନଗୋ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଦଳୀୟ ସଙ୍ଗଠକ ରାଜୀବ ପାତ୍ର ଏବଂ ପ୍ରହଲ୍ଲାଦ ତ୍ରିପାଠୀ। ନବୀନଙ୍କ ଦଳୀୟ କାର୍ଯ୍ୟକାରିଣୀ ତାଲିକାରେ ୩ ବରିଷ୍ଠ ନେତାଙ୍କ ପୁତ୍ରମାନଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେମାନେ ହେଉଛନ୍ତି- ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ, ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବଂ ବରିଷ୍ଠ ନେତା ସୁର ନାୟକଙ୍କ ପୁଅ ସ୍ବାଧୀନ ନାୟକ। କିଛିଦିନ ତଳେ ଏମ୍‌ପି ଅନୁଭବ ଏବଂ ପଦ୍ମନାଭଙ୍କ ବିରୋଧରେ କଂଗ୍ରେସ ଦଳ ସତ୍ୟପାଠ ସମ୍ପର୍କିତ ଅଭିଯୋଗ ଆଣିଥିଲା। ଏଥିରେ ଉଭୟ ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଅନିୟମିତତା କରିଥିବା କୁହାଯାଇଥିଲା। ତେଣୁ ବିଜେଡି ଏହି ଦୁଇ ନେତାଙ୍କୁ ବାଦ୍‌ ଦେଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଦଳୀୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଥିବା ନେତାମାନେ ହେଉଛନ୍ତି-ଅରୂପ ପଟ୍ଟନାୟକ, ଅଶୋକ ପଣ୍ଡା, ଅନନ୍ତ ନାରାୟଣ ଜେନା, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ବିକ୍ରମ କେଶରୀ ଆରୁଖ, ବିଜୟ ରଞ୍ଜନ ସିଂ ବରିହା, ବଦ୍ରି ନାରାୟଣ ପାତ୍ର, ବ୍ୟୋମକେଶ ରାୟ, ବ୍ରଜ କିଶୋର ପ୍ରଧାନ, ବାସନ୍ତୀ ହେମ୍ବ୍ରମ, ବିଭୂତିଭୂଷଣ ବଳବନ୍ତରାୟ, ବିଜୟ ନାୟକ, ବିନୟ ଟପ୍ପୋ, ବିପ୍ଲବ ପାତ୍ର, ଚନ୍ଦ୍ରଶେଖର ସାହୁ, ଚନ୍ଦ୍ରସାରଥୀ ବେହେରା, ଦେବାଶିଷ ସାମନ୍ତରାୟ, ଦିବ୍ୟଶଙ୍କର ମିଶ୍ର, ଦେବୀପ୍ରସାଦ ମିଶ୍ର ଏବଂ ଦିଲ୍ଲୀପ ତିର୍କୀଙ୍କୁ ସ୍ଥାନ ମିଳିଛି। ସେହିଭଳି ଦେବେଶ ଆଚାର୍ଯ୍ୟ, ଧ୍ରୁବ ସାହୁ, ହୃଷିକେଶ ନାୟକ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ଝିନ୍ନ ହିକକା, କଳିକେଶ ନାରାୟଣ ସିଂହଦେଓ, କିଶୋର ମହାନ୍ତି, ଲୋପାମୁଦ୍ରା ବକ୍ସିପାତ୍ର, ମଙ୍ଗଳା କିଷାନ, ମହେଶ୍ୱର ମହାନ୍ତି, ମିଲନ୍‌ କାନୁନଗୋ, ମାନସ ମଙ୍ଗରାଜ, ମାନସ ମାଡକାମୀ, ମୁଜିବୁଲ୍ଲା ଖାଁ, ନବକିଶୋର ଦାସ, ଏନ.ଭାଷ୍କର ରାଓ ଏବଂ ନିରଞ୍ଜନ ପୂଜାରୀ ମଧ୍ୟ କାର୍ଯ୍ୟକାରିଣୀରେ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନଳିନୀ ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, ପିନାକୀ ମିଶ୍ର, ପ୍ରୀତିରଞ୍ଜନ ଘଡ଼େଇ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରତାପ ଜେନା, ପ୍ରଶାନ୍ତ ମୁଦୁଲି, ପ୍ରଦୀପ ମହାରଥୀ, ପ୍ରଶାନ୍ତ ଜଗଦେବ, ପ୍ରଣବ କୁମାର ବଳବନ୍ତରାୟ, ପ୍ରମୋଦ ମଲ୍ଲିକ, ପ୍ରଫୁଲ୍ଲ ସାମଲ, ରୋହିତ ପୂଜାରୀ, ରବୀନ୍ଦ୍ର କୁମାର ଜେନା, ରମେଶ ମାଝୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜଶ୍ରୀ ମଲ୍ଲିକ, ରମେଶ ଚନ୍ଦ୍ର ବେହେରା, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରବିନାରାୟଣ ନନ୍ଦ, ରାଜୀବ ପାତ୍ର, ସଞ୍ଜୟ କୁମାର ଦାସବର୍ମା, ସୁଶାନ୍ତ ସିଂ, ସୁବ୍ରତ ତରାଇ, ସୁଦାମ ମାରାଣ୍ଡି, ସରୋଜିନୀ ହେମ୍ବ୍ରମ, ସଞ୍ଜୟ ଅଗ୍ରୱାଲ, ସମୀରରଞ୍ଜନ ଦାଶ, ସୁଶାନ୍ତ ରାଉତ, ଶ୍ରୀକାନ୍ତ ସାହୁ, ପ୍ରହ୍ଲାଦ ତ୍ରିପାଠୀ, ସାନନ୍ଦ ମାରାଣ୍ଡି, ସ୍ବାଧୀନ ନାୟକ, ସୁବାସ ସିଂ, ଶ୍ରୀମୟୀ ମିଶ୍ର, ସସ୍ମିତ ପାତ୍ର ,ଟୁକୁନି ସାହୁ ଓ ଉଷାଦେବୀ ଏହି କମିଟିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri