କାରବାର ସୁଧାର ଆଶାରେ ବ୍ୟବସାୟୀ

ଭୁବନେଶ୍ୱର,୬।୫: ବର୍ତ୍ତମାନ ଲକ୍‌ଡାଉନ ଜାରି ରହିଛି। କିଛି କ୍ଷେତ୍ରରେ କଟକଣା କୋହଳ କରାଯାଇଥିବା ବେଳେ ରାଜ୍ୟର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣ କରୁଥିବା ଶୋ’ରୁମ୍‌ଗୁଡ଼ିକ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି। ସ୍ପେକ୍ଟ୍ରାଭିଜନ, ରାଜ ଇଲେକ୍ଟ୍ରୋନିକ୍ସ, ଗୁପ୍ତା ଡିଷ୍ଟ୍ରିବ୍ୟୁଟର, କଳିଙ୍ଗ ସେଲ୍‌ସ ଭଳି ପ୍ରମୁଖ ଷ୍ଟୋରଗୁଡିକ ସେବା ଯୋଗାଣ ନେଇ ପୁଣି ଥରେ ପ୍ରସ୍ତୁତ ହୋଇଛନ୍ତି। କିଛି କିଛି ବ୍ୟବସାୟୀ ଚଳିତ ମାସ ୧ ତାରିଖଠାରୁ ଷ୍ଟୋର ଖୋଲିଥିବା ବେଳେ ଅନ୍ୟ କେତେକେ ୫ ତାରିଖଠାରୁ ଷ୍ଟୋର ଖୋଲିବା ଆରମ୍ଭ କରିଛନ୍ତି। ଷ୍ଟୋରଗୁଡ଼ିକ ସରକାରଙ୍କ ନିୟମ କାନୁନ ଅନୁସାରେ ପରିଚାଳିତ ହେଉଛି। ଷ୍ଟାଫ୍‌ କମ୍‌ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ, ସାନିଟାଇଜର ବ୍ୟବସ୍ଥା ମଧ୍ୟ ହୋଇଛି।
ଗ୍ରାହକଙ୍କୁ ବାନ୍ଧି ରଖିବା ଲାଗି କମ୍ପାନୀଗୁଡିକ ଆଗଭର ହୋଇଛନ୍ତି। ବିଶେଷକରି ଫାଇନାନ୍ସ ସୁବିଧା ପ୍ରଦାନ କରିବାକୁ ଯୋଜନା ରହୁଥିବା ଏକ ପ୍ରମୁଖ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ଷ୍ଟୋରଗୁଡିକରେ କଷ୍ଟମର ଫୁଟ୍‌ଫଲ୍‌ ବା ଗ୍ରାହକ ଦୋକାନ ଯାଇ ସାମଗ୍ରୀ ପରଖିବା କମିଛି। କରୋନା ଯୋଗୁ ବିଜ୍‌ନେସ ମଧ୍ୟ କମିଛି। ଲୋକଙ୍କ ଅସୁବିଧା କ୍ଷେତ୍ରରେ ସର୍ଭିସ ଦେବା ଲାଗି ଯୋଜନା କରାଯାଇଛି। ଆଗାମୀ କିଛିଦିନ ଲାଗି ବିଜ୍‌ନେସ ମନ୍ଥର ରହିବ। ସୋସିଆଲ ଡିଷ୍ଟାନ୍ସିଂ,ଭାଇରସ୍‌ ଡର ରହୁଥିବାରୁ ଏହା ବାଣିଜ୍ୟକୁ ପ୍ରଭାବିତ କରିବ। ଜୁନ୍‌ ଯାଏ ଏସି କୁଲର ଫ୍ରିଜ୍‌ ବ୍ୟବସାୟ ଚାଲିବ। ପୂର୍ବାପେକ୍ଷା କାରବାର କମିଥିବା ବେଳେ ଭଲ ବ୍ୟବସାୟ ନେଇ ବ୍ୟବସାୟୀ ଆଶାବାଦୀ ରହିଛନ୍ତି। ଖରାଦିନକୁ ନଜରରେ ରଖି ବ୍ୟବସାୟୀମାନେ ଏବେ ପ୍ରସ୍ତୁତ ହୋଇଛନ୍ତି।

ଲୋକଙ୍କ ସୁବିଧାକୁ ଫୋକସ

ଶନିବାରଠାରୁ ଷ୍ଟୋର ଖୋଲିଛି। ଲୋକଙ୍କର ଅସୁବିଧା ସାମାଧାନ ପାଇଁ ଫୋକସ ରହିଛି। ଟେକ୍ନିସିଆନ କମ୍‌ ଥିବାରୁ ଏ କ୍ଷେତ୍ରରେ ଅସୁବିଧା ରହିଛି। ବର୍ତ୍ତମାନ ଆମର ଗୋଟିଏ ଷ୍ଟୋର ଖୋଲିଛି। ୯୦% ବ୍ୟବସାୟୀଙ୍କ ବାଣିଜ୍ୟ କାରବାର ଏବେ ପ୍ରଭାବିତ ରହିଛି। ଚଳିତ ବର୍ଷ ସ୍ଥିତି ସୁଧୁରିବ ବୋଲି କହି ହେଉନାହିଁ। କ୍ଷୁଦ୍ର ବିଜ୍‌ନେସ୍‌ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ। ସରକାର ଏହି ବ୍ୟବସାୟୀଙ୍କ କଥା ଚିନ୍ତା କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନର କଷ୍ଟ ସମୟରେ ସମସ୍ତେ ସହଯୋଗିତା ସେବା ମନୋବୃତ୍ତି ରଖି କାମ କରିବା ଆବଶ୍ୟକ। କରୋନା ବିରୋଧରେ ମିଳିତ ଭାବେ ଲଢ଼ିବାକୁ ହେବ।
– ଦେବବ୍ରତ ଛୋଟରାୟ
ମ୍ୟାନେଜିଂ ପାର୍ଟନର, କଳିଙ୍ଗ ସେଲ୍‌ସ

ସରକାର ସହାୟତା ଦିଅନ୍ତୁ

ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ୱର, କଟକରେ ଷ୍ଟୋର ଖୋଲିଛି। କଟକଣା ସମ୍ପୂର୍ଣ୍ଣ ଉଠି ନ ଥିବାରୁ ଲୋକେ ଷ୍ଟୋରକୁ ଆସୁନାହାନ୍ତି। ଦୋକାନରେ ବିକ୍ରି ଏତେଟା ନାହିଁ। ଫାଇନାନ୍ସ ସୁବିଧା ଏବେ ଯାଏ ଆରମ୍ଭ ହୋଇନାହିଁ। ଗ୍ରାହକ ଏତେଟା ଆସୁନାହାନ୍ତି। ବର୍ତ୍ତମାନ କାରବାର ବନ୍ଦ ରହିଥିବା ଯୋଗୁ କର୍ମଚାରୀଙ୍କ ସମେତ ବିଭିନ୍ନ ପରିଚାଳନା ଖର୍ଚ୍ଚ କରିବାକୁ ପଡୁଛି। ବ୍ୟାଙ୍କ ଋଣରେ ସୁଧଛାଡ଼ ସହ ବିଭିନ୍ନ ସହାୟତା ହେବାର ଆବଶ୍ୟକତା ରହିଛି। ଏହା ହେଲେ ବ୍ୟବସାୟୀଙ୍କୁ କାରବାର ବଜାୟ ରଖିବା ସହଜ ହେବ। ସରକାର ସନ୍ଧ୍ୟା ୬ ଯାଏ ଅନୁମତି ଦେଇଥିବାରୁ ଖରାବେଳେ ଲୋକମାନେ ଆସୁନାହାନ୍ତି। ଅନ୍ତତଃ ପକ୍ଷେ ୮ଟା ଯାଏ ଷ୍ଟୋର ଖୋଲିବାକୁ ଅନୁମତି ଦେବା ଉଚିତ। ଲକ୍‌ଡାଉନ ସମ୍ପୂର୍ଣ୍ଣ ଉଠିବା ପରେ ବ୍ୟବସାୟରେ ସୁଧାର ଆସିବା ନେଇ ଆଶାବାଦୀ। କ୍ଷୁଦ୍ର ବ୍ୟବସାୟୀମାନେ ବହୁ ସଂଖ୍ୟାରେ ଲୋକଙ୍କୁ ନିଯୁକ୍ତି ଦେଇଥିବାରୁ ସରକାର ଏ କ୍ଷେତ୍ରରେ ସହାୟତା ଦେଲେ ବ୍ୟବସାୟୀଙ୍କ ଲାଗି ଭଲ ହୁଅନ୍ତା।
– ପ୍ରକାଶ ବିଶ୍ୱାଳ, ସ୍ବତ୍ୱାଧିକାରୀ, ରାଜ୍‌ ଇଲେକ୍ଟ୍ରୋନିକ୍ସ

ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନ ଦିଆଯାଉଛି
ଲକ୍‌ଡାଉନ ଯୋଗୁ ଷ୍ଟୋରରେ ଗ୍ରାହକଙ୍କ ସଂଖ୍ୟା ପୂର୍ବାପେକ୍ଷା କମିଛି। ଶୁକ୍ରବାରଠାରୁ ବାପୁଜୀନଗର ଶୋ’ରୁମ୍‌ ଖୋଲାଯାଇଛି। ଖରାଦିନ ଚାଲୁଥିବାରୁ ଗ୍ରାହକଙ୍କ ଚାହିଦାକୁ ବିଚାରକରି ସାମଗ୍ରୀ ଯୋଗାଇଦେବାକୁ ପ୍ରୟାସ ଜାରି ରହିଛି। ବର୍ତ୍ତମାନ ଅର୍ଥ ବ୍ୟବସ୍ଥାର ସ୍ଥିତି ଖରାପ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ଦିନର ବ୍ୟବସାୟ ସମ୍ପର୍କରେ ଏବେଠୁ ଆକଳନ କରିହେବ ନାହିଁ। ହେଲେ ଗ୍ରାହକଙ୍କୁ ସର୍ବଦା ଗୁରୁତ୍ୱ ଦିଆଯାଉଛି। ଗ୍ରାହକ ଯଦି ତାଙ୍କ ପକ୍ଷରୁ ଫୋନ ଦ୍ୱାରା ସମ୍ପର୍କ କରୁଛନ୍ତି ତାଙ୍କୁ ମଧ୍ୟ ହୋମ୍‌ ଡେଲିଭରି ଦେବାକୁ ପଦକ୍ଷେପ ନିଆଯାଉଛି। ଲୋକଙ୍କୁ ଫାଇନାନ୍ସ ସୁବିଧା ମଧ୍ୟ ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି। ଅତି ଆବଶ୍ୟକ କ୍ଷେତ୍ରରେ ସେବା ଯୋଗାଣ ହେଉଛି।
– ଦେବରାଜ ରଥ, ଏମ୍‌ଡି, ସ୍ପେକ୍ଟ୍ରାଭିଜନ


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri