କାମଦେଲା ଉପ ଜିଲାପାଳଙ୍କ ନିର୍ଦ୍ଦେଶ: ଜବରଦଖଲ ଉଚ୍ଛେଦ, ଡ୍ରେନ୍‌ ସଫା ଆରମ୍ଭ

ଭଞ୍ଜନଗର,୨୫।୬(ଡି.ଏନ.ଏ.)- ଭଞ୍ଜନଗର ସହରର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ କିଛିମାସ ହେଲା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତଥାପି ଏନ୍‌ଏସି ପ୍ରଶାସନ ଏହାର ସୁଧାର ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିଲେ। ଗତ ୩ ତାରିଖରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ କେତକ ୱାର୍ଡ଼ ପରିଦର୍ଶନ କରି ପରିମଳ ସ୍ଥିତି ପରଖିଥିଲେ। ୭ଦିନ ମଧ୍ୟରେ ଜବରଦଖଲ ଉଚ୍ଛେଦ ସହ ଡ୍ରେନ ସଫେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏନ୍‌ଏସି କର୍ତ୍ତୃପକ୍ଷ ନାମକୁ ମାତ୍ର କିଛି କାମ କରି ଛାଡି ଦେଇଥିଲେ। ଇତିମଧ୍ୟରେ ବର୍ଷା ହେବାରୁ ଅଧିକାଶଂ ଡ୍ରେନରୁ ମଇଳା ବାହାରି ରାସ୍ତାରେ ଭାସିଥିଲା ଓ ଏହି ଖବର ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଥିଲା। ଉପ ଜିଲାପାଳ ପୁଣି ବିଭାଗୀୟ ଅଧିକାରୀଙ୍କୁ ଡାକି ସଫେଇ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ତାଗିଦ୍‌ କରିଥିଲେ। ଫଳରେ ସୋମବାର ୱାର୍ଡ଼ ନଂ.୮, ୯, ୬ ସମେତ ପ୍ରମୁଖ ୱାର୍ଡ଼ରେ ହିଟାଚି ମେଶିନ ଦ୍ୱାରା ସଫେଇ ଆରମ୍ଭ ହୋଇଛି। ସଫେଇବେଳେ କେଉଁଠି ଜବରଦଖଲ ହେବାର ନଜରକୁ ଆସିଲେ ତାହାକୁ ତୁରନ୍ତ ଉଚ୍ଛେଦ କରାଯାଉଛି। ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ଯନ୍ତ୍ରୀ ସୁଶାନ୍ତ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସଫେଇ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

ନୀଳମାଧବଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର: ଛୁଟିଲା ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୪(ବାବୁଲା ପ୍ରଧାନ):ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ରଙ୍କୁ ରାଜ୍ୟ ସରକାର ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଏହି…

ପ୍ରଥମଥର ପାଇଁ ଅନୁଷ୍ଠିତ ହେବ ସାମାଜିକ ଅପେରା ଟୁର୍ନାମେଣ୍ଟ: ବୈଠକରେ ବଡ଼ ନିଷ୍ପତ୍ତି, ଏହି ଦିନ କରାଯିବା ନେଇ…

ଗଞ୍ଜାମ,୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅଞ୍ଚଳରେ ପ୍ରଥମଥର ପାଇଁ ସାମାଜିକ ଅପେରା ନାଟକ ଟୁର୍ନାମେଣ୍ଟର ଆୟୋଜନ ହେବାକୁ ଯାଉଛି । ଏଥିପାଇଁ ଝାରେଡି ରାଧାଗୋବିନ୍ଦପୁର…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri