Posted inଜାତୀୟ

କଶ୍ମୀର ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ ଚ୍ୟାଲେଞ୍ଜ କରି ଦାଏର ଏକାଧିକ ପିଟିଶନର ଶୁଣାଣି ଶେଷ କରି ବୁଧବାର ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।
ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନା, ଆର୍‌. ସୁଭାଷ ରେଡ୍ଡୀ ଏବଂ ବି.ଆର୍‌. ଗଭାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ପିଟିଶନର ଶୁଣାଣି କରିଥିଲେ। ଆବେଦନକାରୀ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ କହିଥିଲେ, ଜମ୍ମୁ-କଶ୍ମୀରରେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ଆମେ ବୁଝିପାରୁଛୁ। ମୋଟ ୭୦ ଲକ୍ଷ ଲୋକଙ୍କୁ ଏଭଳି ବନ୍ଦ କରି ରଖାଯାଇପାରିବ ନାହିଁ । ଅନ୍ୟତମ ପିଟିଶନର ‘କଶ୍ମୀର ଟାଇମ୍ସ’ର ସମ୍ପାଦକ ଅନୁରାଧା ଭାସିନଙ୍କ ପକ୍ଷରୁ ଆଇନଜୀବୀ ବ୍ରିନ୍ଦା ଗ୍ରୋଭର ଉପସ୍ଥିତ ରହି କଶ୍ମୀରରେ ଲାଗୁ ହୋଇଥିବା କଟକଣା ଅସାମ୍ବିଧାନିକ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଚମକାଇ ଦେଲେ ନେତାନ୍ୟାହୁ, ମେଡିକାଲ ରିପୋର୍ଟ କଲେ ସାର୍ବଜନୀନ! ଗୁରୁତର ରୋଗରେ…

ଜେରୁଜେଲମ,୨୪।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତାଙ୍କର ବାର୍ଷିକ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛନ୍ତି। ଯୁଦ୍ଧ ଏବଂ କୂଟନୀତିର କେନ୍ଦ୍ରସ୍ଥଳରେ ଥିବା ନେତାନ୍ୟାହୁ…

ଭାଜପାରେ ଯୋଗଦେଲେ ରାଘବ ଚଢା, ମିଳିବ ବଡ଼ ଦାୟିତ୍ୱ! ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଭାଜପାରେ ଯୋଗଦେଲେ ରାଘବ ଚଢା। କିଛି ସମୟ ପୂର୍ୱରୁ ଏଏପିରୁ ଇସ୍ତଫା ଘୋଷଣା କରିଥିବା ରାଜ୍ୟ ସଭା ଏମପି ରାଘବ ଚଢା, ଅଶୋକ ମିତ୍ତଲ ଏବଂ…

୩୦ ଜୀବନ ବଞ୍ଚାଇ ହାରିଗଲା ‘କାଳୀ’: ଲୁହ ଝରାଇଲେ ଗାଁ ଲୋକ

ଉଦଳା,୨୪।୪(ସନ୍ତୋଷ କୁମାର ବାଚ୍ଛିନୀ): ଆଜିର ସମାଜରେ ଉପକାର କରିଥିବା ଆପଣାର ଲୋକଙ୍କୁ ମଣିଷ ଠକି ଦେଉଛି। ମାତ୍ର ମଣିଷ ପାଖରୁ ପାଇଥିବା ସ୍ନେହ ମମତା ଓ ଭଲ…

ଏଏପିର ୭ ଏମପି : ରାଜ୍ୟ ସଭାରେ ଭାଜପାର ବଡ଼ ଗେମ୍‌, ଦିଲ୍ଲୀରେ ହଲଚଲ!

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟି (ଏଏପି)ର ସାତ ଜଣ ରାଜ୍ୟ ସଭା ସଦସ୍ୟ ରାଘବ ଚଢା ଏବଂ ସନ୍ଦୀପ ପାଠକ ଶୁକ୍ରବାର ଭାଜପାରେ ଯୋଗଦେବାର ଘୋଷଣା କରିଛନ୍ତି।…

ମୋଦି କ୍ୟାବିନେଟ ନା ପଞ୍ଜାବ ଭାଜପାର ଚେହେରା ହେବେ ଚଢା? ଜଣାପଡିଲା ଭିତିରି ଖେଳ

ନୂଆଦିଲ୍ଲୀ,୨୪।୪: ରାଘବ ଚଢା ଏବଂ ଅନ୍ୟ ଛଅ ଜଣ ରାଜ୍ୟ ସଭା ଏମପି ଆମ ଆଦମୀ ପାର୍ଟି (ଆପ) ଛାଡି ଭାଜପାରେ ଯୋଗଦେବାର ଘୋଷଣା ଭାରତୀୟ ରାଜନୀତିରେ…

ଭାଙ୍ଗିଯିବ ପଞ୍ଜାବର ମାନ ସରକାର? ଏଏପିର ୭ ଏମପି ଦଳ ଛାଡିବା ପରେ ବଢିଲାଣି ଚିନ୍ତା

ନୂଆଦିଲ୍ଲୀ,୨୪।୪: ପଞ୍ଜାବରେ ଆମ ଆଦମୀ ପାର୍ଟି (AAP) ସରକାର ପତନ ଦ୍ୱାରରେ ପହଞ୍ଚିଛି କି? ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, AAP ରାଜ୍ୟ ସଭା ଏମପି ରାଘବ ଚଢା,…

ରାଘବ ଚଢାଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ କେଜରିଓ଼୍ବାଲ, ଜାତୀୟ ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୪।୪: ଆମ ଆଦମୀ ପାର୍ଟିକୁ ଏକ ବଡ଼ ରାଜନୈତିକ ଝଟକା ଲାଗିଛି। ଶୁକ୍ରବାର ୨୪ ଏପ୍ରିଲ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି ରାଘବ ଚଢା କହିଛନ୍ତି ଯେ…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri