କଳିଙ୍ଗ ନଗର ଏନକାଉଣ୍ଟର ମାମଲା:ଆହତ ସୁଶାନ୍ତ ଗିରଫ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଖଣ୍ଡଗିରି ଥାନା ଅଧୀନ କଳିଙ୍ଗନଗର ଏନକାଉଣ୍ଟର ଘଟଣାରେ ଆହତ ହୋଇଥିବା ଅଭିଯୁକ୍ତ ସୁଶାନ୍ତ ମାଝି ସୁସ୍ଥ ହେବା ପରେ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି। ସୁଶାନ୍ତଙ୍କ ଘର ଖୋର୍ଦ୍ଧା ଜିଲା ସାମନ୍ତରାପୁର ସ୍ବପ୍ନେଶ୍ୱର ସାହିରେ। ତାଙ୍କ ନାମରେ ପୂର୍ବରୁ ଖୋର୍ଦ୍ଧା ଜିଲାର ବିଭିନ୍ନ ଥାନା ଓ ଖଣ୍ଡଗିରି ଥାନାରେ ବହୁ ମାମଲା ରହିଛି। ଗତ ୫ ତାରିଖ ବିଳମ୍ବିତ ରାତିରେ କଳିଙ୍ଗ ନଗର କେ-୭ ଅଞ୍ଚଳରେ ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ଥିଲା। ପୋଲିସକୁ ଦେଖି ସୁଶାନ୍ତ ପ୍ରଥମେ ଗୁଳି ଚାଳନା କରିଥିଲା। ଏହାର ପାଲଟା ଜବାବରେ ପୋଲିସ ମଧ୍ୟ ଗୁଳି ଚାଳନା କରିଥିଲା। ଫଳରେ ତା’ ବାମ ଗୋଡର ଆଣ୍ଠୁ ତଳକୁ ଗୁଳି ବାଜିଥିଲା। ଆହତ ଅବସ୍ଥାରେ ସୁଶାନ୍ତକୁ ପୋଲିସ୍‌ ପ୍ରଥମେ କ୍ୟାପିଟାଲ ହସ୍ପିିଟାଲ ନେଇଥିବା ବେଳେ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା। ଜାମିନ୍‌ ନାମଞ୍ଜୁର ହୋଇଯିବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଛି। ସୁଶାନ୍ତ ନାମରେ ୧୦ରୁ ଅଧିକା ଅପରାଧୀ ମାମଲା ଥିବାବେଳେ ଟାଙ୍ଗୀରେ ଲୁଟ୍‌ ହୋଇଥିବା ୬୦ ଲକ୍ଷ ଟଙ୍କା ଘଟଣାରେ ସେ ସମ୍ପୃକ୍ତ ଥିବା ପୋଲିସ କହିଛି। ସୁଶାନ୍ତଠାରୁ ପୋଲିସ ୫ ରାଉଣ୍ଡ ଗୁଳି ସହ ଗୋଟିଏ ୯ ଏମ୍‌ଏମ୍‌ ବନ୍ଧୁକ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୮ଘଣ୍ଟାରେ ଲଘୁଚାପ!

ଭୁବନେଶ୍ୱର,୧୬।୯(ବ୍ୟୁରୋ): ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରିଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିହେବାର ସମ୍ଭାବନା ରହିଛି। ଫଳରେ ପରବର୍ତ୍ତୀ...

୧୧ ତାରିଖରୁ ପ୍ରଦାନ କରାଯିବ ଜେଇ ଟିକା

ନୟାଗଡ଼ ଅଫିସ,୯।୧୧: ଆସନ୍ତା ୧୧ ତାରିଖରେ ଜିଲାରେ ପ୍ରଥମ ଥର ପାଇଁ ୧ରୁ ୧୫ ବର୍ଷର ସମସ୍ତ ପିଲାଙ୍କୁ ଜାପାନିଜ ଏନସେଫାଲାଇଟିସ (ଜେଇ) ଟିକା ପ୍ରଦାନ...

ବୁଝାମଣା ଚେଷ୍ଟା କରିଥିଲେ ମନ୍ତ୍ରୀ: ବିଜୟ

ଭୁବନେଶ୍ୱର,୨୫।୧୦(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାରେ ରାଜନୈତିକ ଆନ୍ଦୋଳନ, ପ୍ରତିବାଦ ଏବଂ ବିକ୍ଷୋଭ ବନ୍ଦ ହେବାର ନାଁ ନେଉ ନାହିଁ। ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ...

ଆଜି ସଙ୍ଗୀତ ପରିବେଷଣ କରିବେ କେକେ

କଟକ ଅଫିସ,୧୯ା୧୧ ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ କ୍ରୀଷ୍ଣାକୁମାର କୁନାଥ(କେକେ) ବାଲିଯାତ୍ରାର ଗଣକବି ବୈଷ୍ଣବ ପାଣି ମଞ୍ଚରେ ମଙ୍ଗଳବାର ଦେଖିବାକୁ ମିଳିବେ। ସୋମବାର ସ୍ଥାନୀୟ ଅଞ୍ଚଳରେ ଆୟୋଜିତ...

ରିମାଣ୍ଡରେ ଗଲେ ଶର୍ମିଷ୍ଠା: ଫିଟିବ ଅଧିକ ଗୁମର

ଭଦ୍ରକ ଅଫିସ୍‌,୨୯।୩: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଏକ ୱେବ ପୋର୍ଟାଲର ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ସମେତ...

ଚେତାଇଲେ ପୋଲିସ କମିଶନର: କାମ ନ ଥାଇ କର୍ଫ୍ୟୁ ବେଳେ ଘରୁ ବାହାରିଲେ…

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ ଜିଲା ସମେତ...

ଚିନ୍ତା ବଢ଼ାଉଛନ୍ତି ସୁରଟ ଫେରନ୍ତା: ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭କୁ ବୃଦ୍ଧି

ବାରିପଦା ଅଫିସ,୯।୫: ମୟୁରଭଞ୍ଜ ଜିଲାରେ ଶନିବାର ସକାଳେ ଆଉ ୩ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ କପ୍ତିପଦା ବ୍ଲକର ହୋଇଥିବା...

ଆଜି ଆଉ ୮ ମୁଣ୍ଡ ନେଲା କରୋନା: ଅଛନ୍ତି ୨ ବୃଦ୍ଧ, ୬ କମ୍‌ ବୟସ୍କ ବ୍ୟକ୍ତି

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ୪୮ ବର୍ଷୀୟ ବ୍ୟକ୍ତି, ଗଞ୍ଜାମର ଜଣେ ୪୮ ବର୍ଷୀୟ ବ୍ୟକ୍ତି,...

Advertisement
Archives

Model This Week