Posted inଖେଳ

କଳିଙ୍ଗରେ ୬ ଗ୍ରୁପ୍‌, ୨ ନକ୍‌ଆଉଟ ମ୍ୟାଚ

ଭୁବନେଶ୍ୱର, ୧୯।୨(କ୍ରୀଡ଼ା ପ୍ରତିନିଧି)- ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ୭ମ ସଂସ୍କରଣ ଭାରତର ୫ଟି ସହରରେ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମଙ୍ଗଳବାର ନୂଆଦିଲ୍ଲୀଠାରେ ଫିଫା ଏବଂ ସ୍ଥାନୀୟ ଆୟୋଜକ କମିଟି ପକ୍ଷରୁ କାର୍ଯ୍ୟସୂଚୀ, ଆୟୋଜକ ସହର ନାମ ଏବଂ ଅଫିସିଆଲ ସ୍ଲୋଗାନ ଉନ୍ମୋଚନ କରାଯାଇଛି। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ୨୫୮ ଦିନ ବାକି ଥିବାବେଳେ ଅହମ୍ମଦାବାଦ, ଭୁବନେଶ୍ୱର, ଗୁଆହାଟୀ, କୋଲକାତା ଓ ନଭି ମୁମ୍ବାଇରେ ମ୍ୟାଚ ଗୁଡ଼ିକ ଖେଳାଯିବ ବୋଲି ସ୍ପଷ୍ଟ କରାଯାଇଛି। ବିଶ୍ୱର ଶ୍ରେଷ୍ଠ ୧୬ଟି ଯୁବ ମହିଳା ଦଳକୁ ନେଇ ହେବାକୁ ଯାଉଥିବା ପ୍ରତିଯୋଗିତାର ଅଫିସିଆଲ ସ୍ଲୋଗାନ ‘କିକ୍‌ ଅଫ୍‌ ଦି ଡ୍ରିମ’ ରଖା ଯାଇଛି। ଏଥିରେ ମୋଟ ୩୨ଟି ମ୍ୟାଚ ଅନୁଷ୍ଠିତ ହେବ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ମୋଟ ୬ଟି ଗ୍ରୁପ ଏବଂ ୨ଟି ନକ୍‌ଆଉଟ ମ୍ୟାଚ ଖେଳାଯିବ। ନଭେମ୍ବର ୨, ୫ ଓ ୮ରେ ୨ଟି ଲେଖାଏ ଗ୍ରୁପ ମ୍ୟାଚ, ୧୨ରେ କ୍ୱାର୍ଟର ଫାଇନାଲ ଏବଂ ୧୭ରେ ସେମିଫାଇନାଲ ଅନୁଷ୍ଠିତ ହେବ। ନଭେମ୍ବର ୨୧ରେ ନଭି ମୁମ୍ବାଇରେ ଫାଇନାଲ ଖେଳାଯିବ। ଆଗାମୀ ଦିନର ମହିଳା ଫୁଟବଲ ପ୍ରତିଭାଙ୍କୁ ନେଇ ହେବାକୁ ଯାଉଥିବା ଟୁର୍ନାମେଣ୍ଟର ଭେନ୍ୟୁ ଚୂଡ଼ାନ୍ତ ଏବଂ କାର୍ଯ୍ୟସୂଚୀ ଘୋଷଣା ପରେ ପ୍ରତିଯୋଗିତାକୁ ନେଇ ସ୍ବାଭାବିକଭାବେ ଉଷ୍ମତା ବଢ଼ିଛି।
”୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ୨୦୨୦ ଆୟୋଜନ କରିବାକୁ ଯାଉଥିବା ୫ ସହରକୁ ମୁଁ ଆନନ୍ଦର ସହ ଅଭିନନ୍ଦନ ଜଣାଉଛି। ଭାରତ ଆଉ ଏକ ଫିଫା ଇଭେଣ୍ଟ ଆୟୋଜନ କରିବାକୁ ଯାଉଥିବାରୁ ସାରା ଭାରତବାସୀ ଏହାକୁ ସମର୍ଥନ କରନ୍ତୁ ବୋଲି ମୁଁ ଚାହୁଁଛି। ଏଥିସହିତ ଏହାର ଗ୍ରାଣ୍ଡ ସଫଳତା କାମନା କରୁଛି। ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପ୍ରଥମଥରପାଇଁ ଫିଫା ଟୁର୍ନାମେଣ୍ଟ ଖେଳିବାକୁ ଯାଉଛି। ଏହା ଦେଶ ପାଇଁ ଗର୍ବର କଥା ଏବଂ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇବାକୁ ଆମେ ପ୍ରସ୍ତୁତ“ ବୋଲି କାର୍ଯ୍ୟକ୍ରମ ଅବସରରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ପ୍ରକାଶ କରିଛନ୍ତି।
ଗତବର୍ଷ ଫ୍ରାନ୍ସରେ ମହିଳା ଫିଫା ବିଶ୍ୱକପ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଭାରତରେ ୨୦୧୭ରେ ଆୟୋଜିତ ୧୭ ବର୍ଷରୁ କମ୍‌ ପୁରୁଷ ଫିଫା ବିଶ୍ୱକପ ମଧ୍ୟ ସଫଳ ହୋଇଥିଲା। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ସେହି ଉତ୍ସାହ ଦେଖିବାକୁ ମିଳିବ ବୋଲି ଆୟୋଜକମାନେ ଆଶା ରଖିଛନ୍ତି। ‘କିକ୍‌ ଅଫ ଦି ଡ୍ରିମ’ ବାର୍ତ୍ତା ମାଧ୍ୟମରେ ଭାରତର ଉଭୟ ମହିଳା ଓ ପୁରୁଷ ଫୁଟବଲ ଦଳକୁ ଉତ୍ସାହିତ କରିବା ମୁଖ୍ୟ ଲକ୍ଷ୍ୟ। ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ, ଆୟୋଜକ ସହର, ଅଫିସିଆଲ ସ୍ଲୋଗାନ ପ୍ରତିଯୋଗିତାର ଏବଂ ଭାରତ ଓ ବିଶ୍ୱର ଫୁଟବଲ ପ୍ରଶଂସକଙ୍କ ପାଇଁ ବଡ଼ ମୁହୂର୍ତ୍ତ ବୋଲି ଫିଫା ମହିଳା ଫୁଟବଲ ମୁଖ୍ୟ ଅଧିକାରୀ ସାରାଇ ବାରେମାନ ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗିତାରେ କେବଳ ଯେ ମହିଳା ଫୁଟବଲର ଉନ୍ନତି ହେବ ତା ନୁହେଁ, ଭାରତ ଏବଂ ବିଶ୍ୱର ଫୁଟବଲପ୍ରେମୀମାନେ ଏହି ପ୍ରତିଯୋଗିତାରେ ଆଗାମୀ ଦିନର ମହିଳା ସୁପରଷ୍ଟାରଙ୍କୁ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି।
” କାର୍ଯ୍ୟସୂଚୀ ଘୋଷଣା ପ୍ରତିଯୋଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ। ଏହାଦ୍ୱାରା ଆମେ କେଉଁ ସହରରେ ଟୁର୍ନାମେଣ୍ଟ ଆୟୋଜନ ହେବ ଏବଂ କେଉଁ ମ୍ୟାଚ କେଉଁଠାରେ ହେବ ଜାଣିବାକୁ ମିଳିଛି। ଫୁଟବଲପ୍ରେମୀମାନେ କେଉଁ ମ୍ୟାଚ ଦେଖିବେ ତାହା ଏବେ ସ୍ଥିର କରିପାରିବେ। ଆୟୋଜକ ସହର ଗୁଡ଼ିକ ପ୍ରତିଯୋଗିତାକୁ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ କରିବା ନେଇ ମୁଁ ଦୃଢ଼ ନିଶ୍ଚିତ“ ବୋଲି ଆୟୋଜକ କମିଟି ମୁଖ୍ୟ ତଥା ଫିଫା କାଉନ୍‌ସିଲ ସଦସ୍ୟ ପ୍ରଫୁଲ୍ଲ ପଟେଲ ପ୍ରକାଶ କରିଛନ୍ତି। ଫିଫାର ୟୁଥ୍‌ ଟୁର୍ନାମେଣ୍ଟ ମୁଖ୍ୟ ରୋବେର୍ଟୋ ଗ୍ରାସି କହିଛନ୍ତି ଯେ, ” ୫ଟି ଆୟୋଜକ ସହରରେ ୧୬ଟି ଦଳ ୩୨ ମ୍ୟାଚରେ ଅବତୀର୍ଣ୍ଣ ହେବେ। ଉଦୀୟମାନ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ। ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚତ୍ଛି। ସ୍ଥାନୀୟ ଆୟୋଜକ କମିଟି ସହିତ ମିଶି ପ୍ରତିଯୋଗିତାକୁ ଜୀବନ୍ତ କରି ଗଢ଼ିତୋଳିବାକୁ ଆମେ ବ୍ୟଗ୍ର। ଚଳିତ ବର୍ଷ ଶେଷଭାଗରେ ଭାରତରେ ଏହି ଟୁର୍ନାମେଣ୍ଟ ଚିତ୍ତାକର୍ଷକ ହେବ ବୋଲି ଆମେ ଆଶା ରଖିଛୁ। ଉଚ୍ଚସ୍ତରରେ ଭଲ ପ୍ରଦର୍ଶନ ପାଇଁ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ ଏକ ଭଲ ପ୍ଲାଟଫର୍ମ“। ଅନ୍ୟପକ୍ଷରେ ”ପ୍ରଥମଥରପାଇଁ ଭାରତର ଏକ ମହିଳା ଦଳ ଫିଫା ବିଶ୍ୱକପରେ ଭାଗ ନେବାକୁ ଯାଉଛି। ଦେଶର ମହିଳା କ୍ରୀଡ଼ାରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ। ‘କିକ୍‌ ଅଫ ଦି ଡ୍ରିମ୍‌’ ସ୍ଲୋଗାନ ଟୁର୍ନାମେଣ୍ଟ ପାଇଁ ଅତ୍ୟନ୍ତ ପ୍ରଯୁଜ୍ୟ ଏବଂ ଦେଶରେ ମହିଳା ଫୁଟବଲ ଖେଳାଳିଙ୍କ ସ୍ବପ୍ନ ସାର୍ଥକ କରିବା ପାଇଁ ଏକ ସୁନ୍ଦର ମାଧ୍ୟମ“ ବୋଲି ସ୍ଥାନୀୟ ଆୟୋଜକ କମିଟି ଟୁର୍ନାମେଣ୍ଟ ନିର୍ଦ୍ଦେଶକ ରୋମା ଖାନ୍ନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri