Posted inଖେଳ

କଳିଙ୍ଗରେ ସ୍ପୋର୍ଟ୍ସ ଆଇଟି ୨୦୨୦ ଆରମ୍ଭ

ଭୁବନେଶ୍ୱର,୧୯।୧(ସ୍ପୋର୍ଟ୍ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶନିବାର ସ୍ପୋଟର୍‌ସ ଆଇଟି ୨୦୨୦ ଆରମ୍ଭ ହୋଇଛି। ଜାଭିୟର ଏମ୍‌ଲିୟନ ବିଜ୍‌ନେସ ସ୍କୁଲ (ଏକ୍ସଇବିଏସ୍‌) ଓ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୂଲ୍ୟରେ ଏହି ସ୍ପୋଟର୍‌ସ ଆଣ୍ଡ ଇନୋଭେଶନ ଫେଷ୍ଟିଭାଲ ତଥା ଉତ୍ସବ ପୂରା ଢ଼ଙ୍ଗରେ ଆରମ୍ଭ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ତୁଷାରାକାନ୍ତି ବେହେରା ଏହି କ୍ରୀଡ଼ା ଉତ୍ସବର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ହକି ଲିଜେଣ୍ଡ ଓ ହକି ପ୍ରମୋଶନ କାଉନସିଲ ଅଧ୍ୟକ୍ଷ ଦିଲୀପ ତିର୍କୀ, ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ ଓ ଏକ୍ସଇବିଏସ୍‌ ଅଧ୍ୟକ୍ଷ ଆଶଲେ ଫର୍ଣ୍ଣାଣ୍ଡିଜ୍‌ ଉପସ୍ଥିତ ଥିଲେ। ହ୍ୟୁସିଲ ବଜାଇ ଅତିଥିମାନେ ଇଭେଣ୍ଟ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ। ଦେଶରେ ପ୍ରଥମଥର ପାଇଁ ଏଭଳି ଏକ ଭିନ୍ନ ଧରଣର ଫେଷ୍ଟିଭାଲ ଆରମ୍ଭ ହୋଇଛି।
ଉଦ୍‌ଘାଟନୀ ଉତ୍ସବରେ ୨୫ଜଣ ଭିନ୍ନକ୍ଷମ ପିଲାଙ୍କ ସହ ବିଭିନ୍ନ ସ୍କୁଲ, କଲେଜର ୧,୨୦୦ଜଣ ଛାତ୍ର ଯୋଗ ଦେଇଥିଲେ। କ୍ରୀଡ଼ାର ଉନ୍ନତି ସର୍ବୋପରି ରାଜ୍ୟରେ କୀଡ଼ା ସଂସ୍କୃତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ପ୍ରଥମଥର ପାଇଁ ଆୟୋଜିତ ହୋଇଛି। ରାଜ୍ୟରେ ଏକ ବଳିଷ୍ଠ କ୍ରୀଡ଼ା ପରମ୍ପରା ଓ ପରିବେଶ ସୃଷ୍ଟିକରିବା ଦିଗରେ ଏହି କାର୍ଯ୍ୟକ୍ରମ ବେଶ୍‌ ସହାୟକ ହେବ ବୋଲି ଆଶା କରାଯାଉଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସହାୟକ ହେବ।
କ୍ରୀଡ଼ାର ବିକାଶ ଓ କ୍ରୀଡ଼ାକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ବୋଲି ତୁଷାରକାନ୍ତ କହିଛନ୍ତି। କ୍ରୀଡ଼ା ବ୍ୟବସାୟୀକରଣକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏହାଦ୍ୱାରା ଚାକିରି ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି। ଏଥିପାଇଁ ଛାତ୍ର ଓ କ୍ରୀଡ଼ାପ୍ରେମୀମାନେ ଆଗେଇ ଆସିବା ଉଚିତ୍‌। କ୍ରୀଡ଼ା ଏବେ ଏକ ଫିଜିକାଲ ଫିଟ୍‌ନେସ ବା ମନୋରଞ୍ଜନରେ ସୀମିତ ହୋଇରହି ନାହିଁ। ବ୍ୟବସାୟରେ ମଧ୍ୟ କ୍ରୀଡ଼ାର ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି। ଏବେ ଓଡ଼ିଶାରେ ଏହାର ସମ୍ଭାବନା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଫେଷ୍ଟିଭାଲ ଆୟୋଜନ ହେଉଛି ବୋଲି ସେ କହିଛନ୍ତି।
ସ୍ପୋଟର୍‌ସ ଆଇଟି ଅନ୍ୟ ସ୍ପୋଟର୍‌ସ ଇଭେଣ୍ଟଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଦିଲୀପ କହିଛନ୍ତି। କ୍ରୀଡ଼ାରେ ପୁଞ୍ଜି ନିବେଶ କରିବା ପାଇଁ ସେ ନିବେଶକମାନଙ୍କୁ ପରାମର୍ଶ ଦେଇଥିଲେ। ଏହିକ୍ରମରେ ନିବେଶକମାନେ ଓଡ଼ିଶା ସରକାରଙ୍କ ସହ ଯୋଗ ଦେଇ ଭୁବନେଶ୍ୱରକୁ ଦେଶର ସ୍ପୋଟର୍‌ସ କ୍ୟାପିଟାଲ ବା କ୍ରୀଡ଼ା ରାଜଧାନୀରେ ପରିଣତ କରିବା ପାଇଁ କାର୍ଯ୍ୟକରିବା ଆବଶ୍ୟକ ବୋଲି ସେ କହିଛନ୍ତି। ସେହିପରି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ସହିତ ଏକ୍ସଇବିଏସ୍‌କୁ ପ୍ରଶଂସା କରିଥିଲେ ଏଲିନା ନର୍ମାନ। କ୍ରୀଡ଼ାକୁ ଲୋକପ୍ରିୟ କରାଇବା ପାଇଁ ଓ ଯୁବ କ୍ରୀଡ଼ାବିତଙ୍କ ପାଇଁ ଏହି ଇଭେଣ୍ଟ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।
ଏହି ଫେଷ୍ଟିଭାଲ୍‌ରେ ବିଭିନ୍ନ କ୍ଷେତ୍ରରୁ ୧୨ଟି ଅନୁଷ୍ଠାନ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ପୋଟର୍‌ସ ମାରାଥନ ସବୁଠାରୁ ଆକର୍ଷଣୀୟ ହୋଇଥିଲା। ଏଥିରେ ହାଇପରଫର୍ମାନ୍ସ ସେଣ୍ଟର, ଓଡ଼ିଶା ଏଫ୍‌ସି, ନାଭାଲ ଟାଟା ଏକାଡେମୀ, ଗୁରୁକୁଳ ଟେନିସ, ଓଡ଼ିଶା ଟେବୁଲ ଟେନିସ ଆସୋସିଏଶନ, ଉତ୍କଳ କରାଟେ ସ୍କୁଲ, ବିଗ୍‌ ଅରେଞ୍ଜ୍‌ ବାସ, ଡେକାଥେଲନ ଓ ପାରା ଆଥଲେଟଙ୍କ ଏକ ଗ୍ରୁପ୍‌ ଯୋଗ ଦେଇ ଏକ ସ୍ପୋଟର୍‌ସ ଜୋନ ସୃଷ୍ଟି କରିଥିଲେ। ଫୁଟବଲ, ହକି, ଟେବୁଲ ଟେନିସ, ଶୁଟିଂ, ଟେନିସ, ବାସ୍କେଟବଲ ଓ କରାଟେରେ ଶହ ଶହ ସଂଖ୍ୟାରେ ଛାତ୍ର ଅଂଶଗ୍ରହଣ କରିଥିଲେ। ଛାତ୍ରମାନଙ୍କ ସହ ଓଡ଼ିଶା ଏଫସିର ଖେଳାଳିମାନେ ଭାବର ଆଦାନପ୍ରଦାନ କରିଥିଲେ। କେତେକ ଛାତ୍ର ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫର୍ମାନ୍ସ ସେଣ୍ଟରର ଗାଇଡ୍‌ ଟୁର କରିଥିଲେ।
ନିବେଶକ ଓ ବ୍ୟବସାୟୀମାନେ ମଧ୍ୟ କ୍ରୀଡ଼ା, ଶିକ୍ଷା, ଇନୋଭେଶନ ଓ ଅନ୍ୟାନ୍ୟ ବିଷୟରେ ବୈଠକରେ ବସି ଆଲୋଚନା କରିଥିଲେ। ସ୍ପୋଟର୍‌ସ ହେକାଥନରେ ଫ୍ରାନ୍ସର ଏକ ଗ୍ରୁପ୍‌ ଭାଗ ନେଇଥିଲା। ରବିବାର ଇଭେଣ୍ଟର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିରୂପେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri