ଔପଦା,୨।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତର ପଣ୍ଡୁଆ ପ୍ରାଥମିକ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀ କଳାପଟାରେ ଅଙ୍କ କଷି ନ ପାରିବାରୁ ସହକାରୀ ଶିକ୍ଷକ ତାଙ୍କୁ ଦଣ୍ଡବିଧାନ କରିଥିଲେ। ପରିଣାମସ୍ବରୂପ ଉକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ ହେବାକୁ ପଡିଛି। ଛାତ୍ରୀଙ୍କ ପିତା ଶିକ୍ଷକଙ୍କ ବିରୋଧରେ ଔପଦା ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା(ନଂ.୭୫/୧୯) ରୁଜୁ କରିଛି। ସହକାରୀ ଶିକ୍ଷକ ସୁଦାମ ଚରଣ ସେଠୀ ଗତ ୩୦ ତାରିଖରେ ଶ୍ରେଣୀରେ ସବୁ ପିଲାଙ୍କୁ କଳାପଟା ନିକଟକୁ ଡାକି ଅଙ୍କ କଷିବାକୁ କହିଥିଲେ। ଉକ୍ତ ଛାତ୍ରୀଜଣକ ଅଙ୍କ କଷି ନ ପାରିବାରୁ ଶିକ୍ଷକ ବିରକ୍ତ ହୋଇ ପାଠ କାହିଁକି ପଢୁନୁ ବୋଲି କହି ତାଙ୍କ ଆପ୍ରୋନକୁ ଝିଙ୍କି ଦେଇଥିଲେ। ଏଥିରେ ଛାତ୍ରୀଙ୍କର ତଣ୍ଟି ଚାପି ହୋଇଯାଇଥିବା, ସମ୍ପୃକ୍ତ ଶିକ୍ଷକ ଜୀବନରୁ ମାରିଦେବାକୁ ଉଦ୍ୟମ ଓ ଦୁର୍ବ୍ୟବହାର କରିଥିବା ନେଇ ଛାତ୍ରୀଙ୍କ ପିତା ଔପଦା ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଡକାଯାଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧିବଦ୍ଧ ଭାବେ ବ୍ଲକ ଶିକ୍ଷାଧିକାରୀଙ୍କୁ ନିବେଦନ କରାଯାଇଥିଲା। ଔପଦା ବ୍ଲକ ଶିକ୍ଷାଧିକାରୀ ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଷଡ଼ଯନ୍ତ୍ର କରି ଫଶାଇ ଦିଆଯାଇଥିବା ଶିକ୍ଷକ ସୁଦାମ ଚରଣ ସେଠୀ ପ୍ରକାଶ କରିଛନ୍ତି।
କଳାପଟାରେ ଅଙ୍କ କଷି ନ ପାରିବାରୁ ଛାତ୍ରୀଙ୍କୁ ଦଣ୍ଡ : ଶିକ୍ଷକଙ୍କୁ ନିଲମ୍ବନ କଲେ ବିଇଓ, ଥାନାରେ ମାମଲା
Posted inHome, Home Left, ଆମ ଜିଲା ଖବର, ବାଲେଶ୍ୱର View All
ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ
ପୁରୀ,୩୧ା୧୨(ଅଜିତ୍ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...
ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…
ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...
ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍କୁ ଧକ୍କା ଦେଇ ଟ୍ରକ୍କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…
କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...
କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…
କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...
ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…
ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...
ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…
ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...
ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ
ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...
ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍
ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...
Archives


