କଳାକୃତିରେ କରୋନାର ବାସ୍ତବତା ପ୍ରତିଫଳିତ

ବରଗଡ଼ ଅଫିସ୍‌,୧୬।୫: କରୋନା (କୋଭିଡ୍‌-୧୯) ଭୂତାଣୁ ସଂକ୍ରମଣ ନେଇ ସମଗ୍ର ମାନବ ସମାଜ ଆଜି ଆତଙ୍କିତ । ଏହାର ସଫଳ ସମାଧାନର ବାଟ ଏପର୍ଯ୍ୟନ୍ତ ଫିଟି ପାରି ନାହିଁ । ଏଭଳିସ୍ଥଳେ ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁର ବୀରେନ୍ଦ୍ର ବିବସ୍ବାନ ସିଂହ ତାଙ୍କ ଏକ କଳାକୃତିରେ କରୋନା ସଂକ୍ରମଣର ବାସ୍ତବତାକୁ ଫୁଟାଇ ନିଜ ପ୍ରତିଭାକୁ ସଭିଁଙ୍କ ସମ୍ମୁଖରେ ଉପସ୍ଥାପନ କରି ପାରିଛନ୍ତି । କେବଳ ସେତିକି ନୁହେଁ, ଆନ୍ତର୍ଜାତୀୟ ଅନୁଷ୍ଠାନ ବିନ୍ଦାସ ଆର୍ଟସ୍‌ ଗ୍ରୁପ(ବିଏଜି) ଦ୍ୱାରା କରୋନାକୁ ନେଇ ଆୟୋଜିତ ପ୍ରତିଯୋଗିତାରେ ତାଙ୍କର ଏହି କଳାକୃତି ପ୍ରଥମ ୫୦ଜଣଙ୍କ ମଧ୍ୟରେ ଗୋଲ୍ଡ କାଟେଗୋରିରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣି ପାରିଛି । ପ୍ରବଚକ ଦୀପ୍ତି କୁମାର ସିଂହ ଏବଂ ମୃଦୁଳା ସିଂହଙ୍କ ପୁଅ ବୀରେନ୍ଦ୍ରଙ୍କ ସେହି କଳାକୃତିର ନାମ ବ୍ଲାଇଣ୍ଡ୍‌ ଅପ୍ଟିମିଜିମ୍‌ ଅର୍ଥାତ୍‌ ଅନ୍ଧ ସମାଜ । ଯାହା ବାସ୍ତବତାଠାରୁ ବହୁ ଦୂରରେ। ଏହି ଭାବନାକୁ ସେ ତାଙ୍କ କଳାକୃତିରେ ନିଖୁଣ ଭାବେ ଫୁଟାଇ ପାରିଛନ୍ତି। କଳାକୃତିରେ କରୋନା ଭୂତାଣୁର ଜୀବନ୍ତ ବୋମା ଉପରେ ଠିଆ ହୋଇଛି ଏକ ଘରଚଟିଆ । ବୋମାର ତାଲା ଖୋଲି ଚାବିଟି ଧରିଛି ଥଣ୍ଟରେ। ଜଣା ନାହିଁ, ପରିଣାମ କଣ ହେବାକୁ ଯାଉଛି । କେଉଁ ମୂହୂର୍ତ୍ତରେ ବିସ୍ଫୋରଣ ହୋଇପାରେ। ବାସ୍ତବତାକୁ ଆଖି ବୁଜି ଆଜି ମାନବ ସମାଜ ଏହି ସ୍ଥିତିରେ ପହଞ୍ଚି ସାରିଛି । ସାମ୍ପ୍ରତିକ ପରିସ୍ଥିତିର ଏକ ବାସ୍ତବ ଆକଳନ ଚିତ୍ରରେ ଚିତ୍ରଣ କରାଯାଇଛି। ବୀରେନ୍ଦ୍ର ବିବସ୍ବାନ ପୂର୍ବତନ ବରଗଡ଼ ଏମପି ଡଃ ପ୍ରଭାସ କୁମାର ସିଂହଙ୍କ ପୁତୁରା ଅଟନ୍ତି । ତାଙ୍କ ଏହି କଳାକ୍ଷେତ୍ରରେ ଅନ୍ତର୍ନିହିତ ପ୍ରତିଭାର ବିକାଶ ତଥା ଅଗ୍ରଗତି ପାଇଁ ପୂର୍ବତନ ଏମ୍‌ପି ଡଃ ସିଂହ ଏବଂ ସ୍ତ୍ରୀ ମଞ୍ଜୁଶ୍ରୀଙ୍କ ଯଥେଷ୍ଟ ଅବଦାନ ଓ ପ୍ରେରଣା ରହିଛି । ବୀରେନ୍ଦ୍ର ବିବସ୍ବାନ ବର୍ତ୍ତମାନ ସୁନ୍ଦରଗଡ଼ସ୍ଥିତ କଳାୟତନ କଲେଜ ଅଫ୍‌ ଆର୍ଟସ୍‌ ଆଣ୍ଡ୍‌ କ୍ରାଫ୍ଟସରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବାବେଳେ ବିଭିନ୍ନ ରାଜ୍ୟ, ଜାତୀୟସ୍ତରୀୟ କର୍ମଶାଳା, ପ୍ରଦର୍ଶନୀରେ ଯୋଗଦେଇ ଭିନ୍ନ ଏକ ପରିଚୟ ସୃଷ୍ଟି କରି ପାରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭଟଲି ରାଇସ୍‌ ମିଲ୍‌ରୁ ଧରାପଡ଼ିଲା ଛତିଶଗଡ଼ ଧାନ, ଥାନାରେ ଅଟକ ରଖି ପୋଲିସର ତଦନ୍ତ, ଦାବିଦାର ଆସୁ ନଥିବାରୁ…

ବରଗଡ଼,୨୩।୫(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟକୁ ଦିନକ ପରେ ୨ସପ୍ତାହ ପୂରିବ। କିନ୍ତୁ ଜିଲାରେ ଧାନ କିଣାବିକା ଶୀଥିଳ ହୋଇ ପଡ଼ିଛି। ମଣ୍ଡିକୁ ଧାନ ଆସୁଛି,…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଭଞ୍ଜନଗର ଯାତ୍ରାରେ ଆତଙ୍କ ମାମଲାରେ ୪ ଗିରଫ, ମ୍ୟୁନିସିପାଲଟି ଅଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ ଘଟଣାରେ ଅଭିଯୁକ୍ତ…

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଠାକୁରାଣୀ ଯାତ୍ରା ଚାଲିଥିବା ସମୟରେ ଗତ ୧୭ ତାରିଖ ରାତିରେ ସହରର ଦୁଇ ଯୁବ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ତଗୋଳ…

ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ: ୯୦% ରଖିଥିବା ୮୪ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲ ଠାରେ ଶନିବାର ପ୍ରଗତି ଶିକ୍ଷାନୁଷ୍ଠାନର ମେଧା ମହୋତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନର ୯୦%ରୁ…

ଗୁଣାତ୍ମକ ଶିକ୍ଷା,ଅକ୍ଲାନ୍ତ ପରିଶ୍ରମ ଆଣିଦେଲା ସଫଳତା, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୃତି ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୨୩।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଦ୍ଵାଦଶ ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।…

ଥୁଆମୂଳ ରାମପୁରରେ ‘ସମାଧାନ ସମାରୋହ-୨୦୨୬’ ପ୍ରସ୍ତୁତି ବୈଠକ: ସୁପ୍ରିମ କୋର୍ଟଙ୍କ ବିଶେଷ ଲୋକ ଅଦାଲତ ନେଇ ସଚେତନତା…

ଥୁଆମୂଳ ରାମପୁର, ୨୩।୫(ଦୁର୍ଗା କୀର୍ତ୍ତି): ସାଧାରଣ ଜନତାଙ୍କୁ ସହଜ ଓ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମ କୋର୍ଟ)ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶନାରେ…

ଏଣିକି ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ, ଯାତ୍ରୀଙ୍କ ମହଲରେ ଖୁସିର ଲହରୀ; ଜାଣନ୍ତୁ ଟିକେଟ ଦର…

କେସିଙ୍ଗା,୨୩।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାବାସୀଙ୍କ ପାଇଁ ଏକ ବଡ଼ ଖୁସିର ଖବର। ଜିଲାର ଏକମାତ୍ର ବିମାନବନ୍ଦର ଉତ୍କେଲା ବିମାନ ବନ୍ଦରରୁ ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ବିମାନ ଉଡ଼ିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri