‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ ଧରି କମ୍ପି ଉଠିବ ମଥୁରାନଗରୀ। ଏହି ମୁକ୍ତାକାଶ ରଙ୍ଗମଞ୍ଚର ମହାନାୟକ କଂସ ମହାରାଜ ଚରିତ୍ରରେ ଏଥର କିଏ ଅଭିନୟ କରିବ ତାକୁ ନେଇ ଗତ ୨ସପ୍ତାହ ଧରି ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର ଗୁରୁବାର ଧନୁଯାତ୍ରା ମହୋତ୍ସବ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗତଥରର ଅଭିନେତା ଭୁବନେଶ୍ୱର ପ୍ରଧାନଙ୍କୁ ପୁଣିଥରେ କଂସ ଚରିତ୍ର ପାଇଁ ମନୋନୀତ କରାଯାଇଛି। ଏ ନେଇ ଭୁବନେଶ୍ୱରଙ୍କ ମତାମତକୁ ନେଇ ଏକ ସ୍ବତନ୍ତ୍ର ଉପସ୍ଥାପନା…।

ଆପଣ ପୁଣିଥରେ କଂସ ମହାରାଜ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଛନ୍ତି। ଏଥିରେ ଆପଣଙ୍କ ପ୍ରତିକ୍ରିୟା ?
୨୦୧୭ ମସିହା କଂସ ଚୟନ ପ୍ରକ୍ରିୟାରେ ୨୨ଜଣ କଳାକାରଙ୍କୁ ପଛରେ ପକାଇ ମନୋନୀତ ହୋଇଥିଲି। ସେତେବେଳେ ଧନୁଯାତ୍ରାରେ କଂସ ଅଭିନୟ ପାଇଁ ମୋର ଅବଧି ୩ ବର୍ଷ ବୋଲି ଧନୁଯାତ୍ର ମହୋତ୍ସବ ସମିତିର କର୍ମକର୍ତ୍ତା କହିଥିଲେ। ଏବେ ପୁଣି ଥରେ ମୋତେ କଂସ ଭୂମିକାରେ ଅଭିନୟର ସୁଯୋଗ ମିଳିଛି। ସେଥିପାଇଁ ମୁଁ ବହୁତ ଖୁସି। ମୁଁ ସମିତିର ସବୁ ନୀତି ନିୟମ ମାନି ରହିଛି।
ପ୍ରଥମରୁ ଏଥିଲାଗି ବିବାଦ ସୃଷ୍ଟି ହୋଇଥିଲା, ଏହାର କାରଣ କ’ଣ?
ମୁଁ ସେହି ବିବାଦର କାରଣ ଖୋଜି ପାଇନାହିଁ।
ଆପଣଙ୍କ ଅଭିନୟରେ କିଛି ତ୍ରୁଟି ଥିଲା କି, ଯାହାକୁ କଳାକାର ମନୋନୟନ କମିଟି ଗ୍ରହଣ କରିପାରି ନ ଥିଲେ?
ଜାଣିବାରେ ମୋର ଅଭିନୟରେ କିଛି ତ୍ରୁଟି ନ ଥିଲା। କାରଣ ମୋର ଅଭିନୟକୁ ଗୁରୁ, ଦର୍ଶକ, କବି, କଳାକାର, ସଂସ୍କୃତିପ୍ରେମୀ ଗ୍ରହଣ କରିଥିଲେ। ମୋତେ ପୁଣି ଅଭିନୟ ସୁଯୋଗ ଦେବା ପାଇଁ ଧନୁଯାତ୍ରା ମହୋତ୍ସବ ସମିତିକୁ ସେମାନେ କହିଥିଲେ।
କଂସ ଭୂମିକା ପାଇଁ କମିଟି ଖୋଜୁଥିବା ଦକ୍ଷ କଳାକାରଙ୍କ ଅଭାବ ଯୋଗୁ ଆପଣ ପୁଣିଥରେ ମନୋନୀତ ହୋଇଛନ୍ତି କି?
ମୋ କଳା ଉପରେ ମୋର ବିଶ୍ୱାସ ଅଛି। ଆଜକୁ ୪୦ବର୍ଷ ହେଲା କଳା ଜଗତରେ ପାଦ ଦେଇଛି। ଆଉ ମୋର ଅଭିନୟରେ ସମସ୍ତେ ଖୁସି ଥିବାବେଳେ କଂସ ଅଭିନୟର ଅବଧି ସରିନାହିଁ। ସେଥିପାଇଁ ମୁଁ ପୁଣି ଥରେ ମନୋନୀତ ହୋଇଛି।
ଏଥର ନିଜ ଅଭିନୟରେ କିଛି ପରିବର୍ତ୍ତନ ଆଣିବେ କି?
ତୁଳନାରେ ଏଥର ଅଭିନୟ ମୋ ପାଇଁ ଚ୍ୟାଲେଞ୍ଜ। ଆଶା ରଖିଛି, ୭୧ତମ ଧନୁଯାତ୍ରା ମୋ ଅଭିନୟ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
ଜଣେ କଳାକାର ମନୋନୟନ ପାଇଁ ବାଦବିବାଦ ସୃଷ୍ଟି ହେବା ସମ୍ପର୍କରେ କ’ଣ କହିବେ?
ବାଦ ବିବାଦରେ ଛନ୍ଦିବା ଆଦୌ ଠିକ୍‌ ନୁହେଁ। କଳାକାରଙ୍କୁ ଉତ୍ସାହ ଦେବା ନିହାତି ଜରୁରୀ। କାରଣ କଳାକାର କିଛି ଖୋଜି ନ ଥାଏ, ଦର୍ଶକଙ୍କ ଭଲ ପାଇବା ହିଁ କଳାକାରଙ୍କ ସମ୍ପତ୍ତି।
ଏଥିପାଇଁ ଶ୍ରେୟ କାହାକୁ ଦେବେ?
ସମଲେଶ୍ୱରୀ। ଜିଲାପାଳ, ଶାସନ, ପ୍ରଶାସନ, ଧନୁଯାତ୍ରା କମିଟି, ବରଗଡ଼ ଜିଲାର ଆବାଳ ବୃଦ୍ଧ ବନିତା, ପଶ୍ଚିମଓଡ଼ିଶା ଧନୁଯାତ୍ରା କଳାକାର ସଂଘ, ମିଳିତ କଳାକାର ମଞ୍ଚ, କବି, କଳାକାର, ସାହିତ୍ୟ, ସଂସ୍କୃତିପ୍ରେମୀ ଏବଂ ବୁଦ୍ଧିଜୀବୀଙ୍କ ଆଶୀର୍ବାଦରୁ ପୁଣିଥରେ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ କଂସ ଭୂମିକାରେ ଅବତୀର୍ଣ୍ଣ ହେବି। ସମସ୍ତଙ୍କୁ ଏଥିପାଇଁ ଶ୍ରେୟ ଦେବି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri