କଲେଜ ମଞ୍ଚରେ ମିଳିଥିଲା ଆତ୍ମବିଶ୍ୱାସ

ଓଡ଼ିଆ ସଙ୍ଗୀତ ଦୁନିିଆରେ ଆର୍‌.ଏସ୍‌. କୁମାର ହେଉଛନ୍ତି ଜଣେ ଆଗଧାଡ଼ିର କଣ୍ଠଶିଳ୍ପୀ। ଇତି ମଧ୍ୟରେ ୪୦ରୁ ଅଧିକ ସିନେମା ଗୀତ ଓ ୧୫୦ରୁ ଅଧିକ ଆଲବମ୍‌ ଗୀତରେ କଣ୍ଠଦାନ କରିଛନ୍ତି। ‘ଭଲପାଏ ତତେ ୧୦୦ରୁ ୧୦୦’ ଚଳଚ୍ଚିତ୍ରରେ ‘ସବୁ ମାୟାରେ ବାୟା’ ଗୀତ ହେଉଛିି ଆର.ଏସ୍‌.ଙ୍କ ଲାଟେଷ୍ଟ ସୁପରହିଟ ଗୀତ। ‘ସପନର ପଥେ ପଥେ’ ଚଳଚ୍ଚିତ୍ରର ‘ମୌଲା ମୌଲା’ ଗୀତ ନିିମନ୍ତେ ରାଜ୍ୟ ପୁରସ୍କାର ପ୍ରାପ୍ତ ଆର୍‌.ଏସ୍‌.ଙ୍କ ଅନୁଭୂତିରୁ କିଛି…

କଣ୍ଠ ଶିଳ୍ପୀମାନଙ୍କ ପାଇଁ ଶ୍ରୋତା ହେଉଛନ୍ତି ଭଗବାନ। ସେମାନଙ୍କ କରତାଳି ଜଣେ କଣ୍ଠଶିଳ୍ପୀଙ୍କ ପାଇଁ ଆଶୀର୍ବାଦ ସଦୃଶ। ଯଦି କରତାଳି ଶୁଭେନିି ତା’ହେଲେ ମଞ୍ଚ ଉପରେ ଗୀତ ଗାଇବାର ଉତ୍ସାହ ବି କମିଯାଏ। ଏବେ ମଞ୍ଚକୁ ଚଢ଼ିଲେ କରତାଳି ଶୁଭୁଛି। ହେଲେ ପୂର୍ବରୁ ମଞ୍ଚ ଉପରର ଘଟଣାକୁ ନେଇ ଅନେକ ଅନୁଭୂତି ଅଛି। ୨୦୦୮ ମସିହା। ବାଲେଶ୍ୱର ସ୍କୁଲ ଅଫ୍‌ ଇଞ୍ଜିନିୟରିଂରେ ପଢ଼ୁଥାଏ। ସିନିିୟରମାନଙ୍କୁ ନିବେଦନ କରି କଲେଜ ବାର୍ଷିକ ଉତ୍ସବରେ ଗୀତ ଗାଇବାର ଅନୁମତି ପାଇଥିଲି। ଜାଣି ନ ଥିଲି କେତେବେଳେ ମୋତେ ଗୀତ ଗାଇବାକୁ ଡକାଯିବ। ଉତ୍ସବ ଆରମ୍ଭର ୨ରୁ ୩ ଘଣ୍ଟା ଯାଏ ସିନିୟରମାନେ ମଞ୍ଚ ଉପରେ ବିଭିନ୍ନ କାର୍ଯ୍ୟକ୍ରମ କଲେ। ମୋ ପାଳି ପଡ଼ିଲା ବେଳକୁ ଦିନ ପ୍ରାୟ ୧.୩୦ କି ୨ଟା ବାଜିଯାଇଥାଏ। ଏହାଛଡ଼ା ସେତେବେଳେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବି ହୋଇସାରିଥାଏ। ମୋ ନାଁ ଡକାଗଲା ଓ ଏକଥା ବି ଘୋଷଣା କରାଗଲା ଯେ, ମଧ୍ୟାହ୍ନ ଭୋଜନ ସ୍ଥଳ ନିକଟରେ ସମସ୍ତେ ଉପସ୍ଥିତ ରହିବାକୁ। ମୁଁ ମଞ୍ଚକୁ ଚଢ଼ିବା ବେଳକୁ ଜଣେ ଜଣେ ଚେୟାର ଛାଡୁଥିବାର ଦୃଶ୍ୟ ଦେଖୁଥାଏ। ଆଖି ବନ୍ଦ କରିଥିଲି ଓ ଗୀତ ଗାଇବା ଆରମ୍ଭ କରିଥିଲି। ‘ଏ ଜୀବନ ଯଉବନ..’ ଭଜନ ଗୀତ ଗାଇଥିଲି। ହେଲେ ଗୋଟିଏ ପଦ ଗୀତ ଗାଇ ଆଖି ଖୋଲିଲା ବେଳକୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଆଖିରେ ପଡ଼ିଥିଲା। ସବୁ ଚେୟାର ଫିଲଅପ୍‌। ଏହାପର ଠାରୁ ନିଜ ଉପରେ ବିଶ୍ୱାସ ଆସିଯାଇଥିଲା। ସେଦିନ ମୋର ବିଶ୍ୱାସ ହେଲା ଯେ, ମୁଁ ଭଲ ଗୀତ ଗାଇ ପାରିବି। ଆତ୍ମବିଶ୍ୱାସ ବିନା ସଫଳତା ମିଳେନାହିଁ। ସେଦିନର ଆତ୍ମବିଶ୍ୱାସ ଯୋଗୁଁ ଏବେ ଏହି ସଙ୍ଗୀତ ଦୁନିଆରେ ତିଷ୍ଠି ପାରିଛି। ପିତା ରମାକାନ୍ତ ଓ ମା’ ସୁକାନ୍ତିଙ୍କ ନାମକୁ ନେଇ ତାଙ୍କ ନାମ ଆର୍‌.ଏସ୍‌ ଐକୁମାର ହୋଇଛି ବୋଲି ସେ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଦୀପିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ ରୋଡ୍‌ ରୋମିଓ; ଚାପୁଡ଼ା ମାରି ଗାଲ ଲାଲ୍‌ କରିଦେଇଥିଲେ…

ବମ୍ବେ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦ୍ୟୁକୋନ ଜଣେ। ଅଭିନୟ ସାଙ୍ଗକୁ ରୋକ୍‌ଠୋକ୍‌ ସ୍ବଭାବକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ଏକଦା ସେ ଜଣେ...

କଶ୍ମୀର ଲୁକ୍‌ରେ ଏହି ଅଭିନେତ୍ରୀ

ମୁମ୍ବାଇ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏମ୍‌ପି (ଟିଏମ୍‌ସି) ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରାଜନୀତି, ଅଭିନୟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ...

ଅନନ୍ୟା ପାଣ୍ଡେଙ୍କ ସହ ଫଟୋ ଶେୟାର କଲେ ବିଜୟ ଦେୱରକୋଣ୍ଡା

ମୁମ୍ବାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଅଭିନେତା ବିଜୟ ଦେୱରକୋଣ୍ଡା ଏବେ ବଲିଉଡରେ ତାଙ୍କର ପ୍ରଶଂସକ ତିଆରି କରିବାରେ ଲାଗି ପଡିଛନ୍ତି । ତାଙ୍କର ଅଗାମୀ...

ରାଜି ହେଲେ ତମନ୍ନା

ପ୍ରଥମେ ଏହି ଫିଲ୍ମଟି ସାଇନ୍‌ କରିବାକୁ ସେ ଅମଙ୍ଗ ହେଉଥିଲେ। ସେ ଭାବୁଥିଲେ ଯେ ତାଙ୍କ ଭୂମିକାଟି ଆହୁରି ଦମ୍‌ଦାର ହେଲେ ଭଲ ହୁଅନ୍ତା। ଯାହାହେଉ...

ସୋସିଆଲ ମିଡିଆରେ ପାଣିପାଗ ସୂଚନା ଦେଲେ ବରୁଣ!

ମୁମ୍ବାଇ: ମାୟାନଗରୀ ମୁମ୍ବାଇରେ ଶନିବାର ସକାଳେ ବର୍ଷା ହୋଇଥିବା ବେଳେ ସାମାନ୍ୟ ପବନ ମଧ୍ୟ ବହିଥିଲା। ଏହି ସମୟରେ ବଲିଉଡ୍‌ ଅଭିନେତା ବରୁଣ ଧଓ୍ବନଙ୍କର ଏକ...

ତାମିଲ ଫିଲ୍ମରେ କାମ କରିବାକୁ ଚାହାନ୍ତି ଉର୍ବଶୀ, କହିଲେ କାରଣ…

ଅଭିନେତ୍ରୀ ଉର୍ବଶୀ ରୌତେଲା ବଲିଉଡ୍‌ରେ ଜଲଓ୍ବା ଦେଖାଇବା ପରେ ଏବେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ଧମାଲ କରିବାକୁ ପ୍ରସ୍ତୁତ ଅଛନ୍ତି। ବର୍ତ୍ତମାନ ସେ ଏବେ ତାମିଲ...

ଫଟୋଗ୍ରାଫରଙ୍କୁ ଦେଖି କାହିଁକି ଦୌଡ଼ିଲେ ଖିଲାଡ଼ି ବୟ

ମୁମ୍ବାଇ: ବଲିଉଡ୍‌ ଆକ୍ସନ ମାଷ୍ଟର ଅକ୍ଷୟ କୁମାର ପ୍ରାୟ ସମୟରେ ବିନ୍ଦାସ ମୁଡ୍‌ରେ ନଜରକୁ ଆସିଥାନ୍ତି। ଶୁଟିଂ ସେଟ୍‌ରୁ ଟିକେ ସମୟ ମିଳିଲେ ସେ ନିଜ...

୫ ବର୍ଷ ବୟସରେ ଏତେ ରାଗିଯାଇଥିଲେ ଲତା, ଆଉ ମାଡ଼ିଲେନି ସ୍କୁଲ ମାଟି

କୋକିଳକଣ୍ଠୀ ଲତା ମଙ୍ଗେସ୍‌କରଙ୍କ ସ୍ବର ଆଉ ଶୁଣିବାକୁ ମିଳିବନି। ୯୨ ବର୍ଷ ବୟସରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଛନ୍ତି। କୁହାଯାଏ, ଗୋଟିଏ ଘଟଣା...

Advertisement
Archives

Model This Week