କଲବଲ କରୁଛି ଗୁଳୁଗୁଳି

ଢେଙ୍କାନାଳ ଅଫିସ, ୧୧ା୫- ବାତ୍ୟା ‘ଫନୀ’ ପରେ ପୁଣିଥରେ ବଢ଼ିବା ଆରମ୍ଭ କରିଛି ତାପମାତ୍ରା। ସପ୍ତାହେ ହେଲା ଢେଙ୍କାନାଳ ସହରର ପାରଦ ୪୩ ଡିଗ୍ରୀ ପାଖାପାଖି ରହୁଛି। ଦିନସାରା ଉତ୍ତପ୍ତ ଝାଞ୍ଜି ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ସହରବାସୀ  କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି  ବିଦ୍ୟୁତ୍‌ ବିଭ୍ରାଟ ଏବଂ ଲୋ-ଭୋଲଟେଜ୍‌ ସମସ୍ୟା।

ବାତ୍ୟା ପରେ ଖରାରେ ସିଝୁଛି ଢେଙ୍କାନାଳ। ପୂର୍ବାହ୍ନ ୯ଟାରୁ ଆରମ୍ଭ ହେଉଯାଉଛି ସୂର୍ଯ୍ୟଙ୍କ ପ୍ରଖର ତେଜ। ସନ୍ଧ୍ୟା ୭ଟା ଯାଏ ତତଲା ପବନ  ଅସ୍ତବ୍ୟସ୍ତ କରିପକାଉଛି। ସେପଟେ ସେସୁ ଓ ଏନ୍‌ଜେନର ଖାମଖିଆଲ ନୀତି ଯୋଗୁ ଲୋ-ଭୋଲଟେଜ୍‌ ସମସ୍ୟା ସୁଧୁରୁନି। ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମରଗୁଡ଼ିକୁ ଅପଗ୍ରେଡେଶନ କରାଯାଇ ନ ଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇଛି।

ସାଧାରଣତଃ ଖରାଦିନେ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଆବଶ୍ୟକତା ବଢ଼ିଥାଏ। ଏଥିସହ ଏସି, କୁଲର, ଫ୍ୟାନ୍‌ ବ୍ୟବହାର ମଧ୍ୟ ଅଧିକ ହୋଇଥାଏ। ଏଥିଲାଗି ଖରାଦିନ ପୂର୍ବରୁ ଟ୍ରାନ୍ସଫର୍ମର ଅପଗ୍ରେଡେଶନ ଜରୁରୀ। ହେଲେ ନିର୍ଦ୍ଧାରିତ ସମୟରେ ଉକ୍ତ କାର୍ଯ୍ୟ କରିବାରେ ବିଫଳ ହୋଇଛି ବିଭାଗ। ସେସୁ ଏବଂ ଏନ୍‌ଜେନ୍‌ କର୍ତ୍ତୃପକ୍ଷ ବିଭାଗୀୟ ଠିକାଦାରଙ୍କ ଉପରେ ଦୋଷ ଲଦି ଖସିଯାଉଛନ୍ତି। ଅନେକ କ୍ଷେତ୍ରରେ ସେସୁ ଅଧୀକ୍ଷଣ ଯନ୍ତ୍ରୀ ଏବଂ ନିର୍ବାହୀଯନ୍ତ୍ରୀଙ୍କ କଥାକୁ ଠିକାଦାର ଗୁରୁତ୍ୱ ପ୍ରଦାନ କରୁନାହାନ୍ତି। ଏସବୁ ଭିତରେ ସାଧାରଣ ଉପଭୋକ୍ତା ହୀନସ୍ତା ହେଉଛନ୍ତି। ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ଗୁଣ୍ଡିଚାପଡ଼ା ଗ୍ରୀଡ୍‌ ଷ୍ଟେଶନ, କଲେଜ ଏବଂ ଦକ୍ଷିଣକାଳୀ ରୋଡ୍‌ରେ ଥିବା ସବ୍‌ଷ୍ଟେଶନରେ ଅତିରିକ୍ତ ଚାପ ପଡୁଛି। ଫଳରେ ବାରମ୍ବାର ବିଦ୍ୟୁତ୍‌ ବିଭ୍ରାଟ ହେଉଛି। ଲୋ-ଭୋଲଟେଜ୍‌ ଯୋଗୁ ପାଣି ଟାଙ୍କିକୁ ଉଠିପାରୁନାହିଁ। ଏସି, ଫ୍ୟାନ ମଧ୍ୟ ଠିକ୍‌ ଭାବେ ଚାଲୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ା

ଏ ନେଇ ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର କୁହନ୍ତି, କୌଣସି କାରଣରୁ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଲେ ଲୋକେ ଭୟଭୀତ ହୋଇପଡୁଛନ୍ତି। ଆଉ ଲାଇନ୍‌ ଆସିବନାହିଁ ଭାବି ସେମାନେ ଦୀର୍ଘ ସମୟ ପାଣିପମ୍ପ ଚଳାଉଛନ୍ତି। ଏହା ଲୋ-ଭୋଲ୍‌ଟେଜ ସମସ୍ୟା ବଢ଼ାଉଛି। ‘ଫନୀ’ ପ୍ରଭାବରେ ଛିଣ୍ଡିଥିବା ବିଦ୍ୟୁତ୍‌ ତାର, ଉପୁଡ଼ି ପଡ଼ିଥିବା ଖୁଣ୍ଟ ମରାମତି ଶେଷହୋଇଛି। ଅନୁଦାନ ରିଲିଜ ହୋଇଛି। ନିର୍ବାଚନ ଆଚରଣବିଧି ଲାଗୁହୋଇଥିବାରୁ ଅପଗ୍ରେଡେଶନ କାମ ଆରମ୍ଭ ହୋଇପାରୁ ନ ଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ରାସ୍ତାରେ ପଡ଼ିଲା ବିରାଟକାୟ ଗଛ

ମୋହନା,୧୧।୪(ମନ୍ମଥ ମିଶ୍ର) :ବର୍ଷା ଅଛି ନା ପବନ ଅଛି । ତଥାପି ରାସ୍ତା ଉପରେ ପଡ଼ିଲା ବିରାକାୟ ଗଛ । ଅଟକି ରହିଲା ଅନେକ ଗାଡ଼ି ରାସ୍ତାର…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

ମାମୁଘର ଗାଁକୁ ଯାତ୍ରା ଦେଖିବାକୁ ଆସିଥିଲେ ଭଣଜା: ମିଳିଲା ଗୋଡ଼ହାତ ଅଲଗା ହୋଇଥିବା ମୃତଦେହ

ନନ୍ଦପୁର,୧୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା ବିଶାଖାପାଟଣା-କିରାଣ୍ଡୁଳ ସଂଯୋଗୀ କେକେ ରେଳପଥରେ ମାଳି ବେଲଗାଁ ପଞ୍ଚାୟତ ଖୁଜେଲ ଗ୍ରାମ ନିକଟ ରେଳଧାରଣାରେ ଶନିବାର…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri