Posted inଜାତୀୟ

କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପରିସରରେ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଅର୍ଥାତ୍‌ ସନ୍ଧ୍ୟା ୬ଟା ୩୦ରେ ସେ ଶପଥ ଗ୍ରହଣ କରିଛନ୍ତି। ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବା ପରେ ତରବରିଆ ଭାବେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା କୁହାଯାଉଛି। କାରଣ ବାକିଥିବା ପ୍ରାୟ ୧୩ ବିଧାୟକଙ୍କୁ ଯଦି ଅଯୋଗ୍ୟ ଘୋଷିତ କରାଯାଇଥାଆନ୍ତା ତେବେ ପୁଣିଥରେ କର୍ନାଟକ ରାଜନୀତିରେ ସଙ୍କଟ ଦେଖାଦେଇ ଥାଆନ୍ତା। ତେଣୁ ଏହା ହେବା ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ଉପରେ ଚାପ ପକାଯାଇଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମରୁ ଏଚ୍‌ଡି କୁମାରସ୍ବାମୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଥିବା କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରି ଶେଷରେ ଭାଜପା ସଫଳ ହୋଇଛି ବୋଲି ଆଲୋଚନା ହେଉଛି। ଆସ୍ଥା ଭୋଟରେ ଭାଜପା ୧୦୫ ଖଣ୍ଡ ଭୋଟ ପାଇ ଏବେ ସରକାର ଗଠନ କରିଛି। ତେବେ ଆସ୍ଥା ଭୋଟରେ ଜିତିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଅଧ୍ୟକ୍ଷ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରାମର୍ଶ କ୍ରମେ ଏବେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ ପୂର୍ବରୁ ୟେଦୁରପ୍ପା ପ୍ରଥମେ ଭାଜପା କାର୍ଯ୍ୟାଳୟ ଗସ୍ତ କରିଥିଲେ ଓ ଏହାପରେ କାଡୁ ମାଲେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ୟେଦୁରପ୍ପା ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ହେଲେ ପୂର୍ବରୁ ୩ ଥର ଯାକ ସେ ନିଜର କାର୍ଯ୍ୟକାଳ ପୂରଣ କରିପାରି ନ ଥିବା ରେକର୍ଡ ରହିଛି। ତେଣୁ ଏଥର ସେ ତାଙ୍କ କାର୍ଯ୍ୟକାଳ ପୂରଣ କରୁଛନ୍ତି କି ନା ତାକୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଗ୍ୟାସ୍‌ ଚାମ୍ବରରେ ପରିଣତ କରି ମା’,୨ ଝିଅଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଜଣେ ୫୫ ବର୍ଷୀୟ ମହିଳା ଓ ତାଙ୍କର ୩୦ ଓ ୨୬ ବର୍ଷର ଦୁଇ ଝିଅ ସେମାନଙ୍କ ଘରେ...

ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ୍‌: ଯେତେ କାଦୁଅ ଫିଙ୍ଗିବ, ସେତେ ପଦ୍ମ ଫୁଟିବ

ନୂଆଦିଲ୍ଲୀ,୯।୨: ପାର୍ଲାମେଣ୍ଟରେ ହଙ୍ଗାମା ସୃଷ୍ଟି କରୁଥିବା ବିରୋଧୀଙ୍କୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟାର୍ଗେଟ୍‌ କରିଛନ୍ତି। ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅର୍ପଣ କରି...

‘କଂଧାର, ତକ୍ଷଶିଳା, ଇଣ୍ଡୋନେସିଆ ପର୍ଯ୍ୟନ୍ତ ଥିଲୁ ଆମେ, ବହୁତ ବଡ ଥିଲା ଭାରତ’: ରିଜିଜୁ

ନୂଆଦିଲ୍ଲୀ,୩୧ ।୩: କେନ୍ଦ୍ର ଆଇନମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଭାରତୀୟ ସଂସ୍କୃତିର ପ୍ରଭାବ ଦେଶର ବର୍ତ୍ତମାନ ଭୌଗୋଳିକ ସୀମାଠାରୁ ବହୁତ ବଡ । ଅନେକ ଲୋକ...

ମୋଦିଙ୍କ ଜନ୍ମଦିନରେ ଭାଜପାର ମେଗା ପ୍ଲାନ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ...

ଟୁଇଟରରେ ଅକ୍ସିଜେନ ପାଇଁ ସହାୟତା ମାଗିବାରୁ ଯୁବକ ଗିରଫ

ଲକ୍ଷ୍ନୌ,୨୮।୪ : ଉତ୍ତର ପ୍ରଦେଶର ଆମେଠି ଜିଲାର ଜଣେ ବ୍ୟକ୍ତି ଜେଜେବାପାଙ୍କ ଜୀବନ ବଞ୍ଚାଇବା ପାଇଁ ଟୁଇଟରରେ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦେବାକୁ ଆବେଦନ କରିଥିଲେ।...

ଅବିବାହିତା ଝିଅଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିପାରିବେନି ପିତା…

ନୂଆଦିଲ୍ଲୀ, ୮।୧: ଅବିବାହିିତା ଝିଅଙ୍କ ପ୍ରତି ପିତା କର୍ତ୍ତବ୍ୟରେ ଅବହେଳା କରିପାରିବେନି। ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ ପ୍ରଦାନ କରିଛନ୍ତି।...

କଏଦୀଙ୍କୁ ୯୦ ଦିନିଆ ପାରୋଲ୍‌: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ବିଭିନ୍ନ ଜେଲ୍‌ରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ବହୁ କଏଦୀ ଆକ୍ରାନ୍ତ ହେବା ସହିତ କେତେକଙ୍କର ଜୀବନ...

ବିକାଶ ବିଜ୍ଞାପନ ଚିତ୍ର ନେଇ ଅଡୁଆରେ ମୁଖ୍ୟମନ୍ତ୍ରୀ..

ଲକ୍ଷ୍ନୌ,୧୨।୯: ବିକାଶର ଭୁଲ୍‌ ବିଜ୍ଞାପନ ଚିତ୍ର ନେଇ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଏବେ ଅଡୁଆରେ ପଡ଼ିଛନ୍ତି। ଏନେଇ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ...

Advertisement
Archives

Model This Week