କର୍ତ୍ତବ୍ୟ ଆଗ, ସବୁ ପଛ

କେନ୍ଦୁଝର, ୨୭ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ)-କର୍ତ୍ତବ୍ୟ ଆଗ, ଆଉ ସବୁ ପଛ। ଏହାକୁ ପାଥେୟ କରି କେନ୍ଦୁଝର ପୌରପାଳିକା ସଫେଇ କର୍ମଚାରୀ ଆଗେଇ ଆସିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସ୍ବଚ୍ଛ ପରିବେଶକୁ ପ୍ରାଥମିକତା ଦିଆଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ସ୍ବଚ୍ଛ ପରିବେଶରେ ରହି ସାମାଜିକ ଦୂରତ୍ୱ ରକ୍ଷା କରୁଥିବା ବେଳେ ସଫେଇ କର୍ମଚାରୀମାନେ ମଇଳା ଆବର୍ଜନା ସଫେଇ କରିବା ପାଇଁ ବାହାରକୁ ବାହାରିଛନ୍ତି। କମ୍‌ ଦରମାରେ କାମ କରୁଥିବା ଏହି କର୍ମଚାରୀମାନେ ସମସ୍ତଙ୍କୁ ସୁସ୍ଥ ପରିବେଶ ଯୋଗାଇ ଦେଇ ଉଦାହରଣ ପାଲଟିଛନ୍ତି।
କେନ୍ଦୁଝର ପୌରପାଳିକାରେ ମୋଟ ୧୮୦ଜଣ ମହିଳା ଓ ପୁରୁଷ ସଫେଇ କର୍ମଚାରୀ ଅଛନ୍ତି। ପ୍ରତ୍ୟେକ ଦିନ ସେମାନେ ବିଭିନ୍ନ ଓ୍ବାର୍ଡରେ ରାସ୍ତାଘାଟ ସଫେଇ କାମ କରିବା ସହ ମଇଳା ଆବର୍ଜନାକୁ ସଂଗ୍ରହ କରିବା ସହ ଟ୍ରାକ୍ଟରରେ ଲୋଡ କରି ବାହାରେ ପକାଇଥାନ୍ତି। ତେବେ ଅନେକ କର୍ମଚାରୀ ବିନା ଗ୍ଲୋଭସ, ନୋଜ ମାସ୍କ, ଜୋତାରେ କାମ କରୁଥିବା ଦେଖିବାକୁ ମିଳୁଛି ା କରୋନା ପାଇଁ ରାସ୍ତାଘାଟ ଶୂନଶାନ ରହିଥିଲେ ହେଁ ସେମାନେ କର୍ତ୍ତବ୍ୟ କରିଚାଲିଛନ୍ତି ା ସେମାନଙ୍କୁ ନା ମିଳୁଛି ପ୍ରୋତ୍ସାହନ ଭତ୍ତା ନା ମିଳୁଛି ସୁରକ୍ଷା ସରଞ୍ଜାମ। ସେମାନଙ୍କୁ ଆଗୁଆ ମୁଜରି ଦେବା ସହ ପ୍ରୋତ୍ସାହନ ଭତ୍ତା ଦେବା ଆବଶ୍ୟକ ବୋଲି କେନ୍ଦୁଝର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି ା ଏ ସମ୍ପର୍କରେ କେନ୍ଦୁଝରଗଡ ପୌରପାଳିକା ସହକାରୀ ନିର୍ବାହୀଯନ୍ତ୍ରୀ ସଂଗ୍ରାମ ବେହେରା କହିଛନ୍ତି ଯେ, ସଫେଇ କର୍ମଚାରୀମାନେ ସେମାନଙ୍କ କାମ ଠିକ୍‌ ଭାବରେ କରୁଛନ୍ତି ା ସେମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହଘର ପରେ କନିଆକୁ ଧରି ଘରକୁ ଫେରୁଥିଲେ, ବର ମୁଣ୍ଡରେ ବନ୍ଧୁକ ଲଗାଇ ନବବଧୂକୁ ଧରି ପ୍ରେମିକ ଛୁ

ତରଭା/ବଲାଙ୍ଗୀର,୨୨।୨(ମାନଭଞ୍ଜନ ମିଶ୍ର/ସୁନୀଲ ମହାନ୍ତି): ଫିଲ୍ମ ଷ୍ଟାଇଲରେ ଜଣେ ଯୁବକ ବନ୍ଧୁକ ଦେଖାଇ ଅଧାବାଟରୁ ନବବଧୂଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ବରଙ୍କ ଘର…

ମଦ ପିଇବାକୁ ବାପାଙ୍କୁ ମାଗିଲେ ଟଙ୍କା ନଦେବାରୁ ହାଣିଲେ…

ଦିଗପହଣ୍ଡି,୨୨|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଦସିପୁର ଗାଁ ରେ ଶନିବାର ରାତି ପ୍ରାୟ ୧ ଟାରେ ଘଟିଯାଇଛି ଏକ…

ମହାପୁରୁଷଙ୍କୁ କି ଦଣ୍ଡ: ସର୍ବ ସମ୍ମୁଖରେ …

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ମହାପୁରୁଷ ମାନଙ୍କୁ କି ପ୍ରକାର ଦଣ୍ଡ। ସର୍ବ ସମ୍ମୁଖରେ ମହାପୁରୁଷ ମାନଙ୍କୁ ଏଭଳି ଅପମାନିତ କରିବାକୁ କାହାର ସାହସ ହେଲା ତାହା ସହରରେ ଚର୍ଚ୍ଚା…

ଅପରେଶନ ସାଇବର କବଚ୍‌: ୬ ଗିରଫ

ଛତ୍ରପୁର,୨୨।୨( ଦିଲ୍ଲୀପ ସାମଲ): ସାଇବର ଅପରାଧୀ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଅପରେଶନ ସାଇବର କବଚ । ଏହି ଅବସରରେ…

୫ ମିନିଟ୍ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ଟି ମିଲକୁ ଧାନଯିବା ଘଟଣା: ତଦନ୍ତ ସରିଲା, ଖସିଯିବେ ବଡ଼ବଡ଼ିଆ

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକାରେ ଫଲ୍ସ ଏଣ୍ଟ୍ରି ନୂଆଁ କଥା ନୁହେଁ। ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଏହା ଚାଲି ଆସୁଥିବା ଅଭିଯୋଗ ହୋଇଛି।…

ଦୋଳ ଯାତ୍ରା: ଡିଜେ କଟକଣା, ଫୁଟିବନି ବାଣ

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ ଗଞ୍ଜାମ ଐତିହାସିକ ଦୋଳପୂର୍ଣ୍ଣମୀ ଯାତ୍ରା। ଏଥିପାଇଁ ସମସ୍ତ ସାହି ଗୁଡିକରେ ଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏହି…

ରାସ୍ତା ପାଶର୍‌ବକୁ ଖସିଲା ଫର୍ଣ୍ଣିଚର ବୋଝେଇ ଟ୍ରକ

ବାଲେଶ୍ୱର,୨୨।୨( ବାଞ୍ଛାନିଧି ଦେ ): ବାଲେଶ୍ବର ଜିଲା ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା।ଶନିବାର…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri