କରୋନା ସହିତ ଲଢ଼େଇ: ୬୦ ପ୍ରତିଶତ ଭାରତୀୟ ପରିବାର ଖାଇବା ପୂର୍ବରୁ ସାବୁନରେ ଧୁଅନ୍ତି ନାହିଁ ହାତ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ନେଇ ଦେଶରେ ସଙ୍କଟ ଦେଖାଦେଇଛି। ଏଥିରୁ ଦୂରେଇ ରହିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ କମ୍‌ ସେ କମ୍‌ ୨୦ ସେକେଣ୍ଡ ଲାଗି ସାବୁନରେ ହାତ ଧୋଇବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି। ତେବେ ନ୍ୟାଶନାଲ୍‌ ସାମ୍ପୁଲ୍‌ ସର୍ଭେ ଅଫିସ୍‌(ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ୬୦.୪ ପ୍ରତିଶତ ଭାରତୀୟ ପରିବାର ଖାଇବା ପୂୂର୍ବରୁ ସାବୁନରେ ହାତ ଧୁଅନ୍ତିି ନାହିଁ। ହାତ ଧୋଇବା ପାଇଁ ସେମାନେ କେବଳ ପାଣିର ବ୍ୟବହାର କରିଥାନ୍ତି। ସେଥିମଧ୍ୟରେ ସହରର ୪୨.୧ ପ୍ରତିଶତ ପରିବାର ଥିବାବେଳେ ଗ୍ରାମୀଣ ଅଞ୍ଚଳର ୬୯.୯ ପ୍ରତିଶତ ପରିବାର ଅଛନ୍ତି। ଅପରପକ୍ଷରେ ଦେଶର ୩୫.୮ ପ୍ରତିଶତ ଲୋକ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇଥାନ୍ତି। ସେଥିମଧ୍ୟରୁ ସହର ଅଞ୍ଚଳର ୫୬ ପ୍ରତିଶତ ଏବଂ ଗ୍ରାମୀଣ ଅଞ୍ଚଳର ୨୫.୩ ପ୍ରତିଶତ ଲୋକ ରହିଛନ୍ତି। ସହରରେ ୬୦ ପ୍ରତିଶତ ଘରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ନାହିଁ। ସେହିପରି ଗ୍ରାମୀଣ ଅଞ୍ଚଳରେ ୮୯ ପ୍ରତିଶତ ଘରେ ଜଳ ସଂଯୋଗ ହୋଇନାହିଁ। ଦେଶରେ ୨୧.୪ ପ୍ରତିଶତ ଘରେ ପାଇପ ଯୋଗେ ପାନୀୟ ଜଳ ଆସିଥାଏ। ସେଥିମଧ୍ୟରୁ ସହର ଅଞ୍ଚଳର ୪୦.୯ ପ୍ରତିଶତ ଘର ରହିଥିବାବେଳେ ଗ୍ରାମୀଣ ଅଞ୍ଚଳର ୧୧.୩ ପ୍ରତିଶତ ଘର ରହିଛି। ଦେଶର ୮୦ ପ୍ରତିଶତ ଘରେ ପାଣିର କୌଣସି ସୁବିଧା ନ ଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ୧୩.୪ ପ୍ରତିଶତ ଘରେ ଶୌଚ ହେବାପରେ ଲୋକେ ବିନା ସାବୁନରେ କେବଳ ପାଣିରେ ହିଁ ହାତ ଧୋଇଥାନ୍ତି। ସେଥିମଧ୍ୟରେ ସହରର ୯.୮ ପ୍ରତିଶତ ପରିବାର ଥିବାବେଳେ ଗ୍ରାମୀଣ ଅଞ୍ଚଳର ୧୫.୨ ପ୍ରତିଶତ ପରିବାର ରହିଛନ୍ତି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଯଦି ଜଣେ ଲୋକ ଦିନରେ ୧୦ ଥର ହାତ ଧୁଅନ୍ତି ତେବେ ଏଥିରେ ପ୍ରତି ୨୦ ସେକେଣ୍ଡ ମଧ୍ୟରେ ପ୍ରାୟ ୨ ଲିଟର ପାଣିର ଆବଶ୍ୟକତା ରହିଛି। ଫଳରେ ସମ୍ପୃକ୍ତ ବ୍ୟକ୍ତି ଦିନରେ ହାତ ଧୋଇବାରେ ୨୦ ଲିଟର ପାଣି ଖର୍ଚ୍ଚ କରିବେ। ଏହା ଦ୍ୱାରା ଦେଶରେ ଜଳ ସଙ୍କଟ ଦେଖାଯିବାର ଆଶଙ୍କା ରହିଥିବା ସର୍ଭେରେ ଦର୍ଶାଯାଇଛି। ଦେଶର ବହୁ ଅଞ୍ଚଳରେ ଜଳ ସଙ୍କଟ ଦେଖାଦେଉଥିବା ବେଳେ ସେଠାରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାବୁନରେ ହାତ ଧୋଇବା ସଚେତନତା ବାର୍ତ୍ତା କେତେଦୂର ସଫଳ ହେବ ସେଇ ନେଇ ସନ୍ଦେହ ଉପୁଜୁ ଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri