କରୋନା ସହାୟତାରୁ ବଞ୍ଚିତ ୧୧ ହଜାର ଉଠାଦୋକାନୀ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ପାଇଁ ପ୍ରତ୍ୟେକ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ କରୋନା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ଏବେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ୧୧ ହଜାରରୁ ଉର୍ଦ୍ଧ୍ୱ ଉଠାଦୋକାନୀଙ୍କୁ ସହାୟତା ବଣ୍ଟନ ହୋଇଥିବା ବେଳେ ଆହୁରି ୧୧ ହଜାର ଉଠାଦୋକାନୀ ଏଥିରୁ ବଞ୍ଚିତ ହୋଇଥିବାର ଅଭିଯୋଗ ହୋଇଛି। ଭୁବନେଶ୍ୱର ଉଠାଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା ଶନିବାର ଏକ ପ୍ରେସ୍‌ ବିବୃତ୍ତିରେ ଏହି ଅଭିଯୋଗ ଆଣିଛନ୍ତି।
ସଭାପତି ଜେନା କହିଛନ୍ତି, ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ୨୦୧୫ ମସିହାରେ ଏକ ସର୍ଭେ କରି ରାଜଧାନୀ ଭୁବନେଶ୍ୱରରେ ୨୨ ହଜାର ୮ ଶହ ଉଠାଦୋକାନୀଙ୍କୁ ଚିହ୍ନଟ କରିଥିଲେ। ମାତ୍ର ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଅର୍ଥାତ୍‌ ୧୧ ହଜାର ଉଠାଦୋକାନୀଙ୍କୁ କରୋନା ସହାୟତା ପ୍ରଦାନ କରାଯାଇଛି। କିନ୍ତୁ ଏମାନଙ୍କ ବ୍ୟତୀତ ଚିହ୍ନଟ ହୋଇଥିବା ଆହୁରି ୧୧ ହଜାର ଉଠାଦୋକାନୀ ଏହି ସାହାଯ୍ୟରୁ ବଞ୍ଚିତ ହୋଇଛନ୍ତି ବୋଲି ଜେନା କହିଛନ୍ତି।
ପ୍ରକାଶଥାଉ କି, ପ୍ରଳୟଙ୍କାରୀ ବାତ୍ୟା ‘ଫନୀ’ ସମୟରେ ମଧ୍ୟ ବିଏମ୍‌ସି ସହାୟତା ପ୍ରଦାନ କଲା ବେଳେ ଏହି ୧୧ ହଜାର ଉଠଦୋକାନୀଙ୍କୁ ସହାୟତାରୁ ବଞ୍ଚିତ କରାଯାଇଥିଲା। ଏହି ପକ୍ଷପାତିତା ଓ ବାଛବିଚାର ବର୍ତ୍ତମାନ ସମୟରେ ଘୋର ଅନ୍ୟାୟ ବୋଲି ଜେନା ମତବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଚିହ୍ନଟ ହୋଇ ବାଦ୍‌ ପଡ଼ିଥିବା ୧୧ ହଜାର ଉଠାଦୋକାନୀଙ୍କୁ ତୁରନ୍ତ କରୋନା ସାହାଯ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଏବଂ ବିଏମ୍‌ସି ନିକଟରେ ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

ଖାଦ୍ୟ ଯୋଗାଣ ବିଭାଗର ବଡ଼ ଘୋଷଣା, ୫ କେଜି ଗ୍ୟାସ୍ କିଣିବାକୁ ହେଲେ…

ଭୁବନେଶ୍ବର,୬।୪: ରାଜ୍ୟରେ ଗ୍ୟାସ୍ ସଙ୍କଟକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ଏହାରି ଭିତରେ  ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଖାଦ୍ୟ ଯୋଗାଣ…

ଦୁଇ ପ୍ରକାର କଥା କହୁଛନ୍ତି ଟ୍ରମ୍ପ, ଗୋଟିଏ ପଟେ ଆକ୍ରମଣର ଚେତାବନୀ, ଅନ୍ୟପଟେ ଚୁକ୍ତି କଥା ବି ଉଠାଇଛନ୍ତି

ଓ୍ବାଶିଂଟନ,୬।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ପାଇଁ ସମୟ ସୀମାକୁ – ହରମୁଜ ପ୍ରଣାଳୀକୁ ପୁନଃ ଖୋଲିବା ସମ୍ପର୍କରେ – ଆହୁରି ୨୪…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଆମେରିକା-ଇରାନ ମଧ୍ୟରେ ହେବ ୪୫ ଦିନ ଯୁଦ୍ଧ ବିରତି! ଟ୍ରମ୍ପଙ୍କ ଧମକ ପରେ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଓ୍ବାଶିଂଟନ,୬।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ପାଇଁ ଏକ ସମୟସୀମା ଧାର୍ଯ୍ୟ କରି ଇରାନକୁ ଏକ ଅଲଟିମେଟମ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତେହରାନ…

ପ୍ରଥମେ ଜୟଶଙ୍କରଙ୍କ ସହ କଥା ହୋଇ ପୁଣି ରୁଷିଆକୁ ଫୋନ ଲଗାଇଲା ଇରାନ, ବିଶ୍ୱକୁ ଦେଲା କେଉଁ ବିପଦର ଚେତାବନୀ? ଟ୍ରମ୍ପଙ୍କ ଧମକ ପରେ…

ତେହରାନ/ନୂଆଦିଲ୍ଲୀ,୬।୪: ଆମେରିକା ସହିତ ବିବାଦ ମଧ୍ୟରେ, ଇରାନର ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କ ସହ ଟେଲିଫୋନ…

ଆଦର୍ଶ ବଜାରରୁ ବି ଉଠିପାରିଲାନି ଧାନ: କାଳବୈଶାଖୀ ମାଡ଼ି ଆସୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ): ଆଉ ପ୍ରାୟ ମାସକ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ମାତ୍ର ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ଧାନକ୍ରୟ କେନ୍ଦ୍ର(ମଣ୍ଡି)ରୁ…

ବିଧାୟକ-କାଉନସିଲର ବିବାଦ: ଶପଥ ପାଇଁ ସଭାମଞ୍ଚକୁ ଟଣାହେଲେ ମହାପ୍ରଭୁ, ଆଉ ତା’ ପରେ…

ଚିକିଟି,୬ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷ ଗୃହରେ ଶନିବାର ଭତ୍ତା ବଣ୍ଟନ ନେଇ ବିଧାୟକ ଏବଂ ଏନ୍‌ଏସି ଅଧ୍ୟକ୍ଷl…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri